ପ୍ରଥମ ଟି-୨୦: ପାକିସ୍ତାନକୁ ହରାଇଲା ଶ୍ରୀଲଙ୍କା

ଲାହୋର: ପାକିସ୍ତାନରେ ଗସ୍ତରେ ଥିବା ଶ୍ରୀଲଙ୍କା ତା’ର ପ୍ରଥମ ମ୍ୟାଚ୍‌ ଜିତିଛି। ରବିବାର ରାତିରେ ଖେଳଯାଇଥିବା ତିନିମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ୬୪ ରନରେ ପାକିସ୍ତାନକୁ ପରାସ୍ତ କରିଛି । ଏହି ବିଜୟ ସହ ଶ୍ରୀଲଙ୍କା ସିରିଜରେ ୧-୦ରେ ଆଗୁଆ ରହିଛି। ସିରିଜର ଦ୍ୱିତୀୟ ମ୍ୟାଚ୍‌ ସୋମବାର ଖେଳାଯିବ। ପ୍ରଥମ ମ୍ୟାଚରେ ପାକିସ୍ତାନ କ୍ୟାପଟେନ୍‌ ସର୍ଫରାଜ ଅହମ୍ମଦ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା […]

gunathilaka

gunathilaka

Ranjit Kumar Jena
  • Published: Sunday, 06 October 2019
  • Updated: 06 October 2019, 05:00 PM IST

Sports

Latest News

ଲାହୋର: ପାକିସ୍ତାନରେ ଗସ୍ତରେ ଥିବା ଶ୍ରୀଲଙ୍କା ତା'ର ପ୍ରଥମ ମ୍ୟାଚ୍‌ ଜିତିଛି। ରବିବାର ରାତିରେ ଖେଳଯାଇଥିବା ତିନିମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ୬୪ ରନରେ ପାକିସ୍ତାନକୁ ପରାସ୍ତ କରିଛି । ଏହି ବିଜୟ ସହ ଶ୍ରୀଲଙ୍କା ସିରିଜରେ ୧-୦ରେ ଆଗୁଆ ରହିଛି। ସିରିଜର ଦ୍ୱିତୀୟ ମ୍ୟାଚ୍‌ ସୋମବାର ଖେଳାଯିବ।

ପ୍ରଥମ ମ୍ୟାଚରେ ପାକିସ୍ତାନ କ୍ୟାପଟେନ୍‌ ସର୍ଫରାଜ ଅହମ୍ମଦ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୨୦ ଓଭରରେ ୫ ୱିକେଟ୍‌ ହରାଇ ୧୬୫ ରନ୍‌ କରିଥିଲା। ଶ୍ରୀଲଙ୍କା ଏକ ସମୟରେ ବିନା ୱିକେଟରେ ୮୪ ରନ୍‌ କରି ଭଲ ସ୍ଥିତିରେ ଥିଲା, କିନ୍ତୁ ମଧ୍ୟକ୍ରମରେ ନୈରାଶ୍ୟଜନକ ବ୍ୟାଟିଂ ଯୋଗୁ ଟିମ୍‌ ବଡ଼ ସ୍କୋର କରିପାରିନଥିଲା।

ଓପ୍ନର ଦନୁସ୍କା ଗୁଣତିଳକ ସର୍ବାଧିକ ୫୭ (୩୮ ବଲ୍‌, ୮ ଚୌକା, ୧ ଛକା) ରନ୍‌ କରିଥିବା ବେଳେ ଅଭିସ୍କା ଫର୍ଣ୍ଣାଣ୍ଡୋ ୩୨, ଭାନୁକା ରାଜପାକସା ୩୨ (୨୨ ବଲ୍‌, ୨ ଚୌକା, ୨ ଛକା) ଓ ଦାସୁନ୍‌ ଶନକା ୧୭ (୧୦ ବଲ୍‌, ୨ ଛକା) ରନ୍‌ କରିଥିଲେ। ପାକିସ୍ତାନ ପକ୍ଷରୁ ମହମ୍ମଦ ହସନେନ୍‌ ହ୍ୟାଟ୍ରିକ୍ ତଥା ୩ଟି ଓ ଶଦାବ ଖାନ୍‌ ଗୋଟିଏ ୱିକେଟ୍‌ ନେଇଥିଲେ।

୧୬୬ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ପାକିସ୍ତାନ ୧୭.୪ ଓଭରରେ ୧୦୧ ରନ୍‌ କରି ଅଲଆଉଟ୍‌ ହୋଇଥିଲା। ଟିମ୍‌ ପକ୍ଷରୁ ଇଫତିକାର୍‌ ଅହମ୍ମଦ ୨୫, କ୍ୟାପଟେନ୍‌ ସର୍ଫରାଜ ୨୪ ଓ ବାବର ଆଜମ ୧୩ ରନ୍‌ କରିଥିବା ବେଳେ ଅନ୍ୟକୌଣସି ବ୍ୟାଟ୍ସମ୍ୟାନ୍‌ ଦୁଇଅଙ୍କ ଛୁଇଁପାରିନଥିଲେ। ଶ୍ରୀଲଙ୍କା ପକ୍ଷରୁ ନୁୱନ୍‌ ପ୍ରଦୀପ ଓ ଇସୁରା ଉଦାନା ୩ଟି ଲେଖାଏ ୱିକେଟ୍‌ ନେଇଥିବା ବେଳେ ୱାନିନ୍ଦୁ ହସରଙ୍ଗା ୨ଟି ଓ କାସୁନ୍‌ ରଜିତ୍‌ ଗୋଟିଏ ୱିକେଟ୍‌ ହାସଲ କରିଥିଲେ। ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳିଥିବା ଗୁଣତିଳକ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story