ବାଂଲାଦେଶ ବିପକ୍ଷରେ ପାକିସ୍ତାନର ଇନିଂସ୍ ବିଜୟ

ରାୱଲପିଣ୍ଡି: ଯୁବ ପେସର ନସୀମ ଶାହ ଓ ସ୍ପିନର୍ ୟାସିର୍ ଶାହଙ୍କ ଦମଦାର ବୋଲିଂ ବଳରେ ପାକିସ୍ତାନ ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟରେ ବାଂଲାଦେଶକୁ ଇନିଂସ୍ ଓ ୪୪ ରନରେ ହରାଇଛି। ଏହି ବିଜୟ ସହ ପାକିସ୍ତାନ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି। ଚତୁର୍ଥ ଦିବସରେ ୧୨୬/୬ରୁ ଖେଳ ଆରମ୍ଭ କରିଥିବା ବାଂଲାଦେଶ ଦ୍ୱିତୀୟ ଇନିଂସରେ ୧୬୮ ରନ୍ କରି ଅଲଆଉଟ୍ ହୋଇଛି। ଦୁଇ ଟିମ୍ ମଧ୍ୟ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ […]

pak

Ranjit Kumar Jena
  • Published: Monday, 10 February 2020
  • , Updated: 10 February 2020, 06:37 PM IST

ରାୱଲପିଣ୍ଡି: ଯୁବ ପେସର ନସୀମ ଶାହ ଓ ସ୍ପିନର୍ ୟାସିର୍ ଶାହଙ୍କ ଦମଦାର ବୋଲିଂ ବଳରେ ପାକିସ୍ତାନ ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟରେ ବାଂଲାଦେଶକୁ ଇନିଂସ୍ ଓ ୪୪ ରନରେ ହରାଇଛି। ଏହି ବିଜୟ ସହ ପାକିସ୍ତାନ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି।

ଚତୁର୍ଥ ଦିବସରେ ୧୨୬/୬ରୁ ଖେଳ ଆରମ୍ଭ କରିଥିବା ବାଂଲାଦେଶ ଦ୍ୱିତୀୟ ଇନିଂସରେ ୧୬୮ ରନ୍ କରି ଅଲଆଉଟ୍ ହୋଇଛି। ଦୁଇ ଟିମ୍ ମଧ୍ୟ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଏପ୍ରିଲ୍ ୫ରୁ ୯ ତାରିଖ ପର୍ଯ୍ୟନ୍ତ କରାଚିରେ ଖେଳାଯିବ। ଏହି ଟେଷ୍ଟ ପୂର୍ବରୁ ଉଭୟ ଦଳ ଏପ୍ରିଲ୍ ୩ ତାରିଖରେ କରାଚିରେ ଏକମାତ୍ର ଦିନିକିଆ ମ୍ୟାଚ୍ ଖେଳିବେ।

ଉକ୍ତ ମ୍ୟାଚରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ବାଂଲାଦେଶକୁ ପ୍ରଥମ ଇନିଂସରେ ୨୩୩ ରନରେ ଅଲଆଉଟ୍ କରିଥିଲା। ଜବାବରେ ପାକିସ୍ତାନ ୪୪୫ ରନ୍ କରି ୨୧୨ ରନର ବଡ଼ ଅଗ୍ରଣୀ ହାସଲ କରିଥିଲା। ସୋମବାର ବାଂଲାଦେଶର ଶେଷ ୪ଟି ୱିକେଟ୍ ମାତ୍ର ୪୨ ରନରେ ହରାଇଥିଲା।

ପୂର୍ବଦିନର ଅପରାଜିତ ବ୍ୟାଟ୍ସମ୍ୟାନ୍ କ୍ୟାପଟେନ୍ ମୋମିନୁଲ୍ ହରକ୍ ୪୧ ରନ୍ କରି ଶାହୀନ ଆଫ୍ରିଦିଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ସେହିପରି ଲିଟନ୍ ଦାସ (୨୯)ଙ୍କୁ ୟାସିର୍ ନିଜର ଶିକାର ବନାଇଥିଲେ। ରୁବେଲ୍ ହୁସେନ୍ (୫) ଓ ଆବୁ ଜାୟେଦ୍ (୩) ଦୁଇଅଙ୍କ ଛୁଇଁବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଥିଲେ। ପାକିସ୍ତାନ ପକ୍ଷରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ନସୀମ ଓ ୟାସିର୍ ୪ଟି ଲେଖାଏ ୱିକେଟ୍ ନେଇଥିଲେ।

Related story