ୱାଟଲିଙ୍ଗଙ୍କ ରେକର୍ଡ ଦ୍ୱିଶତକ: ସଙ୍କଟରେ ଇଂଲଣ୍ଡ

ମାଉଣ୍ଟ ମାଉଙ୍ଗାନୁଇ: ବିଜେ ୱାଟଲିଙ୍ଗ (୨୦୫)ଙ୍କ ପ୍ରଥମ ଦ୍ୱିଶତକ ଏବଂ ମିଚେଲ୍ ସାଣ୍ଟନରଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ନ୍ୟୁଜିଲ୍ୟାଣ୍ଡ୍ ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟରେ ମଜଭୁତ୍ ସ୍ଥିତିରେ ପହଞ୍ଚିଛି। ଇଂଲଣ୍ଡର ୩୫୩ ରନ୍ ଜବାବରେ ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମ ଇନିଂସରେ ୯ ୱିକେଟ୍ ହରାଇ ୬୧୫ ରନ୍ କରି ପାଳି ଘୋଷଣା କରିଛି। ଫଳରେ ନ୍ୟୁଜିଲ୍ୟାଣ୍ଡ୍ ମୋଟ ୨୬୨ ରନର ବଡ଼ ଅଗ୍ରଣୀ ହାସଲ କରିଛି। ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସିଥିବା ଇଂଲଣ୍ଡ ଚତୁର୍ଥ ଦିବସ ଖେଳ […]

watling

watling

Ranjit Kumar Jena
  • Published: Sunday, 24 November 2019
  • Updated: 24 November 2019, 09:08 PM IST

Sports

Latest News

ମାଉଣ୍ଟ ମାଉଙ୍ଗାନୁଇ: ବିଜେ ୱାଟଲିଙ୍ଗ (୨୦୫)ଙ୍କ ପ୍ରଥମ ଦ୍ୱିଶତକ ଏବଂ ମିଚେଲ୍ ସାଣ୍ଟନରଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ନ୍ୟୁଜିଲ୍ୟାଣ୍ଡ୍ ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟରେ ମଜଭୁତ୍ ସ୍ଥିତିରେ ପହଞ୍ଚିଛି। ଇଂଲଣ୍ଡର ୩୫୩ ରନ୍ ଜବାବରେ ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମ ଇନିଂସରେ ୯ ୱିକେଟ୍ ହରାଇ ୬୧୫ ରନ୍ କରି ପାଳି ଘୋଷଣା କରିଛି। ଫଳରେ ନ୍ୟୁଜିଲ୍ୟାଣ୍ଡ୍ ମୋଟ ୨୬୨ ରନର ବଡ଼ ଅଗ୍ରଣୀ ହାସଲ କରିଛି।

ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସିଥିବା ଇଂଲଣ୍ଡ ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ବିନିମୟରେ ୫୫ ରନ୍ କରି ବିପଦରେ ପଡ଼ିଛି। ଷ୍ଟମ୍ପ ଅପସାରଣ ବେଳକୁ ଜୋ ଡେନଲୀ ୭ ରନ୍ କରି ଅପରାଜିତ ରହିଛନ୍ତି। ଦୁଇ ଓପ୍ନର ରୋରୀ ବର୍ନସ୍ ୩୧, ଡମ୍ ସିବଲେ ୧୨ ଏବଂ ଜ୍ୟାକ୍ ଲିଚ୍ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଛନ୍ତି। ଇଂଲଣ୍ଡର ତିନୋଟି ଯାକ ୱିକେଟ୍ ସାଣ୍ଟନର ନେଇଛନ୍ତି।

ଏହା ପୂର୍ବରୁ ୱାଟଲିଙ୍ଗ୍ ଓ ସାଣ୍ଟନର ଇଂଲଣ୍ଡ ବୋଲରଙ୍କୁ କନ୍ଦାଇଥିଲେ। ଦୁହେଁ ସପ୍ତମ ୱିକେଟ୍ ପାଇଁ ୨୬୧ ରନର ଦ୍ୱିଶତକୀୟ ଭାଗୀଦାରୀ କରି ନ୍ୟୁଜିଲ୍ୟାଣ୍ଡକୁ ବଡ଼ ଅଗ୍ରଣୀ ଦେଇଥିଲେ। ୱାଟଲିଙ୍ଗ୍ ନିଜର ପ୍ରଥମ ଦ୍ୱିଶତକ ମାରି ନୂଆ କୀର୍ତ୍ତିମାନ କରିଛନ୍ତି। ସେ ନ୍ୟୁଜିଲ୍ୟାଣ୍ଡର ପ୍ରଥମ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଭାବେ ଦ୍ୱିଶତକ ମାରିଛନ୍ତି। ସେ ୪୭୩ ବଲରେ ୨୪ ଚୌକା ଓ ୧ ଛକା ସହ ୨୦୫ ରନ୍ କରି ଆଉଟ୍ ହୋଇଥିଲେ। ସାଣ୍ଟନର୍ ୧୨୬ (୨୬୯ ବଲ୍‌, ୧୧ ଚୌକା, ୫ ଛକା) ରନ୍ କରିଥିଲେ। ଇଂଲଣ୍ଡ ପକ୍ଷରୁ ସାମ୍ କୁରାନ୍ ୩ଟି, ଲିଚ୍ ଓ ବେନ୍ ଷ୍ଟୋକ୍ସ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos