ନ୍ୟୁଜିଲ୍ୟାଣ୍ଡ୍‌-ଏ'ର ବିଶାଳ ସ୍କୋର, ସଙ୍କଟରେ ଭାରତ-ଏ

କ୍ରାଇଷ୍ଟଚର୍ଚ୍ଚ: ହେଗଲେ ଓଭାଲରେ ଭାରତ-ଏ ଓ ନ୍ୟୁଜିଲ୍ୟାଣ୍ଡ୍‌-ଏ ମଧ୍ୟରେ ଚାଲିଥିବା ପ୍ରଥମ ଅନଅଫିସିଆଲ୍ ଟେଷ୍ଟରେ ଘରୋଇ ଦଳ ପ୍ରଥମ ଇନିଂସରେ ୭ ୱିକେଟ୍ ହରାଇ ୫୬୨ ରନର ବିଶାଳ ସ୍କୋର ଛିଡ଼ା କରିଛି। ଜବାବରେ ଭାରତ-ଏ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ଇନିଂସରେ ୨ ୱିକେଟ୍ ହରାଇ ୧୨୭ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ପ୍ରିୟଙ୍କ ପାଞ୍ଚାଲ୍ ୬୭ ଓ ଶୁବମାଲ୍ ଗିଲ୍ ୩୩ ରନ୍ କରି ଅପରାଜିତ ରହିଛନ୍ତି। ଭାରତ-ଏ ପ୍ରଥମ […]

nz-A

Ranjit Kumar Jena
  • Published: Saturday, 01 February 2020
  • , Updated: 01 February 2020, 06:48 PM IST

କ୍ରାଇଷ୍ଟଚର୍ଚ୍ଚ: ହେଗଲେ ଓଭାଲରେ ଭାରତ-ଏ ଓ ନ୍ୟୁଜିଲ୍ୟାଣ୍ଡ୍‌-ଏ ମଧ୍ୟରେ ଚାଲିଥିବା ପ୍ରଥମ ଅନଅଫିସିଆଲ୍ ଟେଷ୍ଟରେ ଘରୋଇ ଦଳ ପ୍ରଥମ ଇନିଂସରେ ୭ ୱିକେଟ୍ ହରାଇ ୫୬୨ ରନର ବିଶାଳ ସ୍କୋର ଛିଡ଼ା କରିଛି। ଜବାବରେ ଭାରତ-ଏ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ଇନିଂସରେ ୨ ୱିକେଟ୍ ହରାଇ ୧୨୭ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ପ୍ରିୟଙ୍କ ପାଞ୍ଚାଲ୍ ୬୭ ଓ ଶୁବମାଲ୍ ଗିଲ୍ ୩୩ ରନ୍ କରି ଅପରାଜିତ ରହିଛନ୍ତି।

ଭାରତ-ଏ ପ୍ରଥମ ଇନିଂସରେ ୨୧୬ ରନ୍ କରି ଅଲଆଉଟ୍ ହୋଇଥିଲା। ଏବେବି ଭାରତ-ଏ ୨୧୯ ରନରେ ପଛୁଆ ରହିଥିବା ବେଳେ ହାତରେ ୮ ୱିକେଟ୍ ବାକି ରହିଛି। ରବିବାର ଚତୁର୍ଥ ତଥା ଅନ୍ତିମ ଦିବସରେ ଭାରତ-ଏ ମ୍ୟାଚକୁ ଅତିକମରେ ଡ୍ର' ରଖିବାକୁ ପ୍ରୟାସ କରିବ। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ୍ ଭାରତର ୮ ୱିକେଟ୍ ନେଇ ମୁକାବିଲାକୁ ଜିତିବାକୁ ଲକ୍ଷ୍ୟ ରଖିଛି।

ତୃତୀୟ ଦିବସରେ ନ୍ୟୁଜିଲ୍ୟାଣ୍ଡ୍‌-ଏ ତା'ର ଅସମାପ୍ତ ପ୍ରଥମ ଇନିଂସ୍ ସ୍କୋର ୩୮୫/୫ରୁ ଖେଳ ଆରମ୍ଭ କରିଥିଲା। ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ମାର୍କ ଚାପମ୍ୟାନ୍ ଏବଂ ଡେନ୍ କ୍ଲିଭର୍ ଶନିବାର ପୁଣି ଭାରତୀୟ ବୋଲରଙ୍କ ଉପରେ ଚାପ ପକାଇଥିଲେ। ଚାପମ୍ୟାନ୍ (୧୧୪) ଶତକ ମାରିବା ପରେ ବିଜୟ ଶଙ୍କର ବଲରେ ଆଉଟ୍ ହୋଇଥିଲେ। ଆଉଟ୍ ହେବା ପୂର୍ବରୁ ସେ କ୍ଲିଭରଙ୍କ ସହ ମିଶି ଷଷ୍ଠ ୱିକେଟ୍ ପାଇଁ ୨୬୮ ରନର ବଡ଼ ଭାଗୀଦାରୀ କରିଥିଲେ।

ଏହା ପରେ କ୍ଲିଭର୍ କୋଲ୍ ମ୍ୟାକକୋଞ୍ଚିଙ୍କ ସହ ମିଶି ସପ୍ତମ ୱିକେଟ୍ ପାଇଁ ୧୧୪ ରନ୍ ଯୋଡ଼ିଥିଲେ। କ୍ଲିଭର ନିଜର ଦ୍ୱିଶତକରୁ ମାତ୍ର ୪ ରନ୍ ପଛରେ ଥିବା ବେଳେ ଇଶାନ୍ ପୋରେଲ୍ ତାଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। କ୍ଲିଭର୍ ୩୪୪ ବଲରେ ୨୦ ଚୌକା ଓ ୧ ଛକା ସହ ୧୯୬ ରନ୍ କରିଥିଲେ । ମ୍ୟାକକୋଞ୍ଚି ୫୦ ଓ ସିନ୍ ସୋଲିଆ ୧ ରନ୍ କରି ଅପରାଜିତ ଥିଲେ। ଭାରତ-ଏ ପକ୍ଷରୁ ପୋରେଲ୍ ଓ ସନ୍ଦୀପ ୱାରିୟର୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

ପ୍ରଥମ ଇନିଂସରେ ୩୪୬ ରନରେ ପଛୁଆ ଥିବା ଭାରତ-ଏ' ଦ୍ୱିତୀୟ ଇନିଂସରେ ତା'ର ଦୁଇ ଓପ୍ନରଙ୍କୁ ଶସ୍ତାରେ ହରାଇଥିଲା। ମୟଙ୍କ ଅଗ୍ରୱାଲ୍ ଖାତା ଖୋଲିପାରିନଥିବା ବେଳେ ଅଭିମନ୍ୟୁ ଈଶ୍ୱରନ୍ ୨୬ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ପ୍ରିୟଙ୍କ ପାଞ୍ଚାଲ୍ ଓ ଇନଫର୍ମ ଶୁବମାନ୍ ଗିଲ୍ ତୃତୀୟ ୱିକେଟ୍ ପାଇଁ ଅପରାଜିତ ୬୮ ରନ୍ କରି ଭାରତର ସ୍ଥିତି ସୁଧାରିଛନ୍ତି।

Related story