ଓଡ଼ିଆ ଖେଳାଳିଙ୍କ ପାଇଁ ନୂଆ ସମ୍ଭାବନା

Ordigital Desk
  • Published: Monday, 01 January 2018
  • , Updated: 01 January 2018, 09:36 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୮ ହେବାକୁ ଯାଉଛି ମେଗା ସ୍ପୋର୍ଟ୍ସ ଇଭେଣ୍ଟର ବର୍ଷ। ଗୋଲଡ୍ କୋଷ୍ଟ କମନେଓ୍ୱଲ୍ଥ ଗେମ୍ସ, ଜାକର୍ତ୍ତା ଏସିଆନ୍ ଗେମ୍ସ, ରୁଷିଆରେ ଫିଫା ବିଶ୍ୱକପ, ଓଡ଼ିଶାରେ ବିଶ୍ୱକପ୍ ହକି ଓ ଲଣ୍ଡନରେ ଆୟୋଜନ ହେବ ମହିଳା ବିଶ୍ୱକପ ହକି। ଏସବୁ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ କିଛି ଓଡ଼ିଆ ଖେଳାଳି ଦମଦାର ପ୍ରଦର୍ଶନ କରିବା ଆଶା କରାଯାଉଛି। ନୂଆବର୍ଷରେ ରାଜ୍ୟର ଖେଳାଳିଙ୍କ ପାଇଁ ଥିବା ନୂଆ ସମ୍ଭାବନାକୁ ନେଇ ପଢ଼ନ୍ତୁ ଓଡ଼ିଶା ରିପୋର୍ଟରର ବିଶେଷ ରିପୋର୍ଟ।</p> <p>ଚଳିତବର୍ଷ ଟ୍ରାକ୍&zwnj;ରେ ଚମକିବେ ଓଡ଼ିଆ ଖେଳାଳି। ଏପ୍ରିଲ ୪ ତାରିଖରୁ ଅଷ୍ଟ୍ରେଲିଆର ଗୋଲଡକୋଷ୍ଟରେ କମନ୍&zwnj;ୱେଲ୍ଥ ଗେମ୍ସ। ଏହାପରେ ଅଗଷ୍ଟ ୧୮ରୁ ଜାକର୍ତ୍ତାରେ ଏସିଆନ୍ ଗେମ୍ସ। ଉଭୟ କ୍ରୀଡ଼ାରେ ଦବଦବା ଦେଖାଇବା ଚେଷ୍ଟାରେ ଅଛନ୍ତି ଆଥ୍ଲେଟ୍ ଦୂତୀ ଚାନ୍ଦ, ଶ୍ରାବଣୀ ନନ୍ଦ ଓ ଜଉନା ମୁର୍ମୁ। ୨୦୧୦ ଦିଲ୍ଲୀ କମନ୍&zwnj;ୱେଲ୍ଥ ଗେମ୍ସରେ ଓ ଜୁଆଙ୍ଗଝୁ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ଜଉନା। କମନୱେଲ୍ଥ ଗେମ୍ସରେ ଶ୍ରାବଣୀ ବି ହାସଲ କରିଥିଲେ ବ୍ରୋଞ୍ଜ। ଉଭୟ ପୂର୍ବ ପ୍ରଦର୍ଶନ ଦୋହରାଇବା ଲାଗି ଜୋରଦାର ଅଭାସ ଜାରି ରଖିଛନ୍ତି। ଆଣ୍ଡ୍ରୋଜେନ୍ ହରମୋନ୍ ପ୍ରସଙ୍ଗକୁ ନେଇ ୨୦୧୪ କମନୱେଲ୍ଥ ଓ ଇଂଚେନ ଏସିଆନ ଗେମ୍ସରୁ ବାଦ ପଡିଥିବା ଦୂତୀ ଚାନ୍ଦ ବି ମେଡାଲ ଆଶାରେ ପ୍ରସ୍ତୁତି ଚଳାଇଛନ୍ତି।</p> <p>୨୦୧୦ ଦିଲ୍ଲୀ କମନ୍&zwnj;ୱେଲ୍ଥ ଗେମ୍ସରେ ସ୍ୱର୍ଣ୍ଣ ପଦକ ଓ ୨୦୧୪ ଗ୍ଲାସଗୋ କମନ୍&zwnj;ୱେଲ୍ଥ ଗେମ୍ସରେ ରୌପ୍ୟ ପଦକ ଜିଣିଥିବା ଭାର ଉତ୍ତୋଳନକାରୀ କେ. ରବିକୁମାରଙ୍କର ମଧ୍ୟ ନିଜକୁ ପ୍ରସ୍ତୁତ କରୁଛନ୍ତି। ସେହିପରି ଜିମ୍ନାଷ୍ଟ ରାକେଶ ପାତ୍ରଙ୍କୁ ମିଳିପାରେ ଗୋଲଡ କୋଷ୍ଟ ଏବଂ ଜାକର୍ତ୍ତା ଟିକେଟ। ଜୁଲାଇ ୨୧ରେ ଇଂଲଣ୍ଡରେ ହେବ ମହିଳା ବିଶ୍ୱକପ ହକି। ଏହାପରେ ନଭେମ୍ବର ୨୮ରେ ଓଡ଼ିଶା ଆୟୋଜନ କରିବ ବିଶ୍ୱକପ ହକି। ଉଭୟ ଟୁର୍ଣ୍ଣାମେଣ୍ଟରେ ଓଡ଼ିଆ ଖେଳାଳିଙ୍କ ଉପରେ ଟିମ୍ ଇଣ୍ଡିଆ ନିର୍ଭରଶୀଳ ରହିବ। ପୁରୁଷ ଟିମ୍&zwnj;ର ଭାର କାନ୍ଧେଇବେ ବୀରେନ୍ଦ୍ର ଲାକ୍ରା, ଦୀପସାନ ତିର୍କି ଏବଂ ଅମିତ୍ ରୋହିଦାସ। ସେହିପରି ଦୀପଗ୍ରେସ ଏକ୍କା, ନମିତା ଟପୋ, ଲିଳିମା ମିଞ୍ଜ ଏବଂ ସୁନୀତା ଲାକ୍ରା ଭାରତୀୟ ଦଳର ମେରୁଦଣ୍ଡ ପାଲଟିବେ। ପାରାଲିମ୍ପିଆନ ଆଥଲେଟ୍ ଜୟନ୍ତୀ ବେହେରା, ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କ ପ୍ରଦର୍ଶନ ଉପରେ ବି ରାଜ୍ୟର କ୍ରୀଡାପ୍ରେମୀଙ୍କ ନଜର ରହିବ।</p>

Related story