୨୦୨୦ରେ ଭାରତ ଜିତିପାରିବ ୩ ବିଶ୍ୱକପ୍‌

ନୂଆଦିଲ୍ଲୀ: କ୍ରୀଡ଼ା ଦୃଷ୍ଟିରୁ ୨୦୨୦ ବର୍ଷ ବହୁତ ଖାସ ହେବାକୁ ଯାଉଛି । ଏହି ବର୍ଷ କ୍ରିକେଟରେ ତିନୋଟି ବିଶ୍ୱକପ୍ ଖେଳାଯିବାକୁ ଅଛି। ୨୦୨୦ରେ ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପ୍‌, ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ଏବଂ ଆଇସିସି ପୁରୁଷ ଟି-୨୦ ବିଶ୍ୱକପର ଆୟୋଜନ ହେବ। ତେଣୁ ଭାରତ ପାଖରେ ଏହି ତିନୋଟି ଯାକ ବିଶ୍ୱକପ୍ ଜିତିବାର ସୁଯୋଗ ରହିଛି। ତେବେ କ୍ରିକେଟଠାରୁ ଆଉ ଏକ ବଡ଼ ଇଭେଣ୍ଟ ୨୦୨୦ରେ ଆୟୋଜିତ ହେବ। ପ୍ରତି ଚାରିବର୍ଷରେ ଥରେ ଆୟୋଜିତ […]

team-india

team-india

Ranjit Kumar Jena
  • Published: Tuesday, 31 December 2019
  • Updated: 31 December 2019, 05:30 PM IST

Sports

Latest News

ନୂଆଦିଲ୍ଲୀ: କ୍ରୀଡ଼ା ଦୃଷ୍ଟିରୁ ୨୦୨୦ ବର୍ଷ ବହୁତ ଖାସ ହେବାକୁ ଯାଉଛି । ଏହି ବର୍ଷ କ୍ରିକେଟରେ ତିନୋଟି ବିଶ୍ୱକପ୍ ଖେଳାଯିବାକୁ ଅଛି। ୨୦୨୦ରେ ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପ୍‌, ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ଏବଂ ଆଇସିସି ପୁରୁଷ ଟି-୨୦ ବିଶ୍ୱକପର ଆୟୋଜନ ହେବ। ତେଣୁ ଭାରତ ପାଖରେ ଏହି ତିନୋଟି ଯାକ ବିଶ୍ୱକପ୍ ଜିତିବାର ସୁଯୋଗ ରହିଛି। ତେବେ କ୍ରିକେଟଠାରୁ ଆଉ ଏକ ବଡ଼ ଇଭେଣ୍ଟ ୨୦୨୦ରେ ଆୟୋଜିତ ହେବ। ପ୍ରତି ଚାରିବର୍ଷରେ ଥରେ ଆୟୋଜିତ ହେଉଥିବା ଅଲିମ୍ପିକର ପରବର୍ତ୍ତୀ ସଂସ୍କରଣ ୨୦୨୦ରେ ଟୋକିଓରେ ହେବ।

ଅଲିମ୍ପିକ୍ସ ଜୁଲାଇ ୨୪ରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି ଅଲିମ୍ପିକ୍ କ୍ରୀଡ଼ାରେ ଭାରତ ଅଧିକରୁ ଅଧିକ ପଦକ ଜିତି ତା'ର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚାହିଁବ। ଏହା ପରେ ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ପାରାଅଲିମ୍ପିକ୍ସ ଅନୁଷ୍ଠିତ ହେବ। ଅନ୍ୟ ଖେଳ ଗୁଡ଼ିକ ମଧ୍ୟରେ ଚଳିତବର୍ଷ ଚାରୋଟି ଗ୍ରାଣ୍ଡସ୍ଲାମ୍ ଟେନିସ୍ ଚାମ୍ପିୟନଶିପ୍ ମଧ୍ୟ ହେବ। ଜାନୁଆରୀ ୨୦ରୁ ଫେବୃଆରୀ ୨ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆନ୍ ଓପନ୍‌, ମେ' ୨୪ରୁ ଜୁନ୍ ୭ ତାରିଖ ପର୍ଯ୍ୟନ୍ତ ଫ୍ରେଞ୍ଚ୍ ଓପନ୍‌, ଜୁନ୍ ୨୯ରୁ ଜୁଲାଇ ୧୨ ତାରିଖ ପର୍ଯ୍ୟନ୍ତ ୱିମ୍ବଲଡନ୍ ଓପନ୍ ଏବଂ ଅଗଷ୍ଟ ୩୧ରୁ ୧୩ ତାରିଖ ପର୍ଯ୍ୟନ୍ତ ୟୁଏସ୍ ଓପନ୍ ଆୟୋଜିତ ହେବ।

ଯଦି ଆମେ କ୍ରିକେଟ୍ ଉପରେ ନଜର ପକାଇବା, ତାହେଲେ ଭାରତ ୨୦୨୦ରେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ ଖେଳି ବର୍ଷ ଆରମ୍ଭ କରିବ। ଶ୍ରୀଲଙ୍କା ବିପକ୍ଷରେ ଭାରତ ତିନୋଟି ଟି-୨୦ ମ୍ୟାଚ୍ ଖେଳିବ। ଏହା ପରେ ଅଷ୍ଟ୍ରେଲିଆ ବିପକ୍ଷରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ। ପରେ ନ୍ୟୁଜିଲ୍ୟାଣ୍ଡ୍ ଗସ୍ତରେ ଭାରତ ପୂର୍ଣ୍ଣ ସିରିଜ୍ ଖେଳିବାର କାର୍ଯ୍ୟକ୍ରମ ରହିଛି। ନ୍ୟୁଜିଲ୍ୟାଣ୍ଡରେ ଭାରତ ପ୍ରଥମେ ଟି-୨୦, ଦିନିକିଆ ଏବଂ ଶେଷରେ ଟେଷ୍ଟ ସିରିଜ୍ ଖେଳିବ। ସେହିପରି ମାର୍ଚ୍ଚରେ ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ଆସି ତିନୋଟି ଦିନିକିଆ ମ୍ୟାଚ୍ ଖେଳାଯିବ।

ଟି-୨୦ ବିଶ୍ୱକପ୍ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଆୟୋଜିତ ହେବ। ଭାରତ ୨୦୦୭ରେ ଟି-୨୦ ବିଶ୍ୱକପର ପ୍ରଥମ ସଂସ୍କରଣର ବିଜେତା ହୋଇଥିଲା। ଏହା ପରେ ଭାରତ ବାକି ସଂସ୍କରଣରେ ନିରାଶ କରିଛି। ତେବେ ବିରାଟ୍ କୋହଲିଙ୍କ ନେତୃତ୍ୱରେ ଭାରତ ଦୀର୍ଘ ୧୩ ବର୍ଷ ପୁଣିଥରେ ଟି-୨୦ ବିଶ୍ୱ ବିଜେତା ହେବାକୁ ଲକ୍ଷ୍ୟ ରଖିଛି। ତେଣୁ ଆସନ୍ତୁ ନଜର ପକାଇବା ୨୦୨୦ର ପ୍ରମୁଖ ଟୁର୍ଣ୍ଣାମେଣ୍ଟ ଉପରେ।

୨୦୨୦ରେ ଭାରତର କ୍ରିକେଟ୍ ସୂଚୀ

ଭାରତ ବନାମ ଶ୍ରୀଲଙ୍କା (ଟି-୨୦ ସିରିଜ୍‌)
୫।୧: ପ୍ରଥମ ମ୍ୟାଚ୍ (ବର୍ଷାପଡ଼ା, ଗୌହାଟୀ)
୭।୧: ଦ୍ୱିତୀୟ ମ୍ୟାଚ୍ (ହୋଲକର୍ ଷ୍ଟାଡିୟମ, ଇନ୍ଦୋର)
୧୦।୧: ତୃତୀୟ ମ୍ୟାଚ୍ (ଏମସିଏ ଷ୍ଟାଡିୟମ, ପୁଣେ)

ଭାରତ ବନାମ ଅଷ୍ଟ୍ରେଲିଆ (ତିନି ଦିନିକିଆ)
୧୪।୧: ପ୍ରଥମ ଦିନିକିଆ (ୱାଙ୍ଖଡେ ଷ୍ଟାଡିୟମ, ମୁମ୍ବାଇ)
୧୭।୧: ଦ୍ୱିତୀୟ ଦିନିକିଆ (ଏସସିଏଏସ୍‌, ରାଜକୋଟ୍‌)
୧୯।୧: ତୃତୀୟ ଦିନିକିଆ (ଚିନ୍ନାସ୍ୱାମୀ ଷ୍ଟାଡିୟମ, ବେଙ୍ଗାଲୁରୁ)

ଭାରତର ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ (ଜାନୁଆରୀ ୨୪ରୁ ମାର୍ଚ୍ଚ ୪)
ଟି-୨୦ ସିରିଜ୍‌
୨୪।୧: ପ୍ରଥମ ଟି-୨୦ (ଇଡେନ୍ ପାର୍କ, ଅକଲ୍ୟାଣ୍ଡ୍‌)
୨୬।୧: ଦ୍ୱିତୀୟ ଟି-୨୦ (ଇଡେନ୍ ପାର୍କ, ଅକଲ୍ୟାଣ୍ଡ୍‌)
୨୯।୧: ତୃତୀୟ ଟି-୨୦ (ସେଡନ୍ ପାର୍କ, ହାମିଲଟନ୍‌)
୩୧।୧: ଚତୁର୍ଥ ଟି-୨୦ (ୱେଷ୍ଟପାକ୍ ଷ୍ଟାଡିୟମ, ୱେଲିଂଟନ୍‌)
୨।୨: ପଞ୍ଚମ ଟି-୨୦ (ବେ ଓଭାଲ୍‌, ମାଉଣ୍ଟ ମାଉଙ୍ଗାନୁଇ)

ଦିନିକିଆ ସିରିଜ୍‌
୫।୨: ପ୍ରଥମ ଦିନିକିଆ (ସେଡନ୍ ପାର୍କ, ହାମିଲଟନ୍‌)
୮।୨: ଦ୍ୱିତୀୟ ଦିନିକିଆ (ଇଡେନ୍ ପାର୍କ, ଅକଲ୍ୟାଣ୍ଡ୍‌)
୧୧।୨: ତୃତୀୟ ଦିନିକିଆ (ବେ ଓଭାଲ୍‌, ମାଉଣ୍ଟ ମାଉଙ୍ଗାନୁଇ)

ଟେଷ୍ଟ ସିରିଜ୍‌
୨୧।୨: ପ୍ରଥମ ଟେଷ୍ଟ (ୱେଷ୍ଟପାକ୍ ଷ୍ଟାଡିୟମ, ୱେଲିଂଟନ୍‌)
୨୯।୨: ଦ୍ୱିତୀୟ ଟେଷ୍ଟ (ହେଗଲେ ଓଭାଲ୍‌, କ୍ରାଇଷ୍ଟଚର୍ଚ୍ଚ)

ଦକ୍ଷିଣ ଆଫ୍ରିକାର ଭାରତ ଗସ୍ତ (ଦିନିକିଆ ସିରିଜ୍‌)
୧୨।୩: ପ୍ରଥମ ଦିନିକିଆ (ଏଚପିସିଏ ଷ୍ଟାଡିୟମ, ଧର୍ମଶାଳା)
୧୫।୩: ଦ୍ୱିତୀୟ ଦିନିକିଆ (ଏବିଭିଏସ୍ ଷ୍ଟାଡିୟମ, ଲକ୍ଷ୍ନୌ)
୧୮।୩: ତୃତୀୟ ଦିନିକିଆ (ଇଡେନ୍ ଗାର୍ଡେନ୍ସ, କୋଲକାତା)

ଜୁଲାଇରେ ଭାରତର ଶ୍ରୀଲଙ୍କା ଗସ୍ତ (ନିର୍ଦ୍ଧାରିତ ହୋଇନାହିଁ)
ସେପ୍ଟେମ୍ବରରେ ଏସିଆ କପ୍ (ନିର୍ଦ୍ଧାରିତ ହୋଇନାହିଁ)
ସେପ୍ଟେମ୍ବର-ଅକ୍ଟୋବର (ଇଂଲଣ୍ଡର ଭାରତ ଗସ୍ତ, ୩ ଦିନିକିଆ, ୩ ଟି-୨୦)

ଟି-୨୦ ବିଶ୍ୱକପ୍‌
୨୪।୧୦: ଭାରତ ବନାମ ଦକ୍ଷିଣ ଆଫ୍ରିକା (ପର୍ଥ)
୨୯।୧୦: ଭାରତ ବନାମ କ୍ୱାଲିଫାଇଙ୍ଗ୍ ଟିମ୍ (ମେଲବର୍ଣ୍ଣ)
୧।୧୧: ଭାରତ ବନାମ ଇଂଲଣ୍ଡ (ମେଲବର୍ଣ୍ଣ)
୫।୧୧: ଭାରତ ବନାମ କ୍ୱାଲିଫାଇଙ୍ଗ୍ ଟିମ୍ (ଆଡିଲେଡ୍‌)
୮।୧୧: ଭାରତ ବନାମ ଆଫଗାନିସ୍ତାନ (ସିଡନୀ)

ଡିସେମ୍ବରରେ ଭାରତର ଅଷ୍ଟ୍ରେଲିଆ ଗସ୍ତ (୪ ଟେଷ୍ଟ, ୩ ଦିନିକିଆ)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos