ରାଜ୍ୟଗୋଷ୍ଠୀ ଟିଟି ଉଦଯାପିତ: ୭ ସ୍ୱର୍ଣ୍ଣ ସହ ଭାରତକୁ ୧୫ ପଦକ

କଟକ, (ଓଡ଼ିଶା ରିପୋର୍ଟର): ୬ଦିନ ଧରି କଟକର ଜବାହରଲାଲ ନେହରୁ ଇନଡୋର ଷ୍ଟାଡିୟମରେ ଚାଲିଥିବା ୨୧ତମ ସଂସ୍କରଣ କମନୱେଲଥ ଟେବୁଲ ଟେନିସ ଚାମ୍ପିଅନଶିପ୍ ସେମାବାର ଉଦ୍ଯାପିତ ହୋଇଛି। ହୋମ ଗ୍ରାଉଣ୍ଡରେ ଭାରତୀୟ ଦଳକୁ ବିପୁଳ ସଫଳତା ମିଳିଛି। ପ୍ରତିଯୋଗିତାର ୭ଟି ଇଭେଣ୍ଟରେ ଭାରତ ମୋଟ ୧୫ଟି ପଦକ ଜିତି ଅଭିଯାନ ଶେଷ କରିଛି। ଏହି ୧୫ଟି ପଦକ ସହ ଭାରତ ନୂତନ ରେକର୍ଡ ଅଧିକାରୀ ହୋଇଛି। ହୋମ ଗ୍ରାଉଣ୍ଡରେ ଅନୁଷ୍ଠିତ ଟିଟି ଚାମ୍ପିଅନଶିପରେ ଭାରତ ମୋଟ ୭ଟି […]

tt-closing

tt-closing

Ranjit Kumar Jena
  • Published: Monday, 22 July 2019
  • Updated: 22 July 2019, 10:09 PM IST

Sports

Latest News

କଟକ, (ଓଡ଼ିଶା ରିପୋର୍ଟର): ୬ଦିନ ଧରି କଟକର ଜବାହରଲାଲ ନେହରୁ ଇନଡୋର ଷ୍ଟାଡିୟମରେ ଚାଲିଥିବା ୨୧ତମ ସଂସ୍କରଣ କମନୱେଲଥ ଟେବୁଲ ଟେନିସ ଚାମ୍ପିଅନଶିପ୍ ସେମାବାର ଉଦ୍ଯାପିତ ହୋଇଛି। ହୋମ ଗ୍ରାଉଣ୍ଡରେ ଭାରତୀୟ ଦଳକୁ ବିପୁଳ ସଫଳତା ମିଳିଛି। ପ୍ରତିଯୋଗିତାର ୭ଟି ଇଭେଣ୍ଟରେ ଭାରତ ମୋଟ ୧୫ଟି ପଦକ ଜିତି ଅଭିଯାନ ଶେଷ କରିଛି। ଏହି ୧୫ଟି ପଦକ ସହ ଭାରତ ନୂତନ ରେକର୍ଡ ଅଧିକାରୀ ହୋଇଛି।

ହୋମ ଗ୍ରାଉଣ୍ଡରେ ଅନୁଷ୍ଠିତ ଟିଟି ଚାମ୍ପିଅନଶିପରେ ଭାରତ ମୋଟ ୭ଟି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ୪ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ପଦକ ହାସଲ କରିଛି। ପ୍ରଥମେ ଭାରତୀୟ ଦଳ ଦଳଗତ ଉଭୟ ବିଭାଗରେ ପୁରୁଷ ଓ ମହିଳା ଦଳ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ରବିବାର ଡବଲ୍ସରେ ଗୋଟିଏ ସ୍ୱର୍ଣ୍ଣ ଓ ୨ଟି ବ୍ରୋଞ୍ଜ ପଦକ ଭାରତକୁ ମିଲିଥିଲା। ଶେଷ ଦିନରେ ଉଭୟ ଡବଲ୍ସ ଓ ସିଙ୍ଗଲ୍ସରେ ଭାରତୀୟ ପଦକ ଖେଳାଳି ପଦକ ହାସଲ କରିଛନ୍ତି। ଏଥିପୂର୍ବରୁ ୨୦୧୫ ଅନୁଷ୍ଠିତ ହୋଇଥିବା କମନୱେଲଥ ଟେବୁଲ ଟେନିସ ପ୍ରତିଯୋଗିତାରେ ଭାରତ ଦଳ ସର୍ବାଧିକ ୧୬ଟି ପଦକ ପାଇଥିବା ବେଳେ କଟକରେ ପଦକ ସଂଖ୍ୟା ଦ୍ୱିତୀୟ ସ୍ଥାନରେ ରହିଛି। ସୁରଟରେ ଅନୁଷ୍ଠିତ କମନୱେଲଥ ଟେବୁଲ ଟେନିସରେ ଭାତୀୟ ଦଳ ମକ୍ଟଳର ଡବଲ୍ସ ଓ ପୁରୁଷ ଡବଲ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ସିଙ୍ଗାପୁର ପଦକରେ ଦ୍ୱିତୀୟ ସ୍ଥାନରେ ରହିଛି। ସେ ୬ଟି ପଦକ ପାଇଥିବା ବେଳେ ମାଲେସିଆ ଓ ନାଇଜେରିଆ ଦଳ ଗୋଟିଏ ପଦକ ହାସଲ କରିଛନ୍ତି।

ଏହା ପୂର୍ବରୁ ଦ୍ୱିତୀୟ ଦିନରେ ଅନୁଷ୍ଠିତ ପୁରୁଷ ଦଳଗତରେ ଭାରତ ସ୍ୱର୍ଣ୍ଣ, ଇଂଲଣ୍ଡ ବ୍ରେଞ୍ଜ ଏବଂ ସିଙ୍ଗାପୁର ରୌପ୍ୟ ପଦକ ପାଇଥିଲେ। ମହିଳା ଦଳଗତରେ ଭାରତ, ଇଂଲଣ୍ଡ ଯଥାକ୍ରମେ ସ୍ୱଣ୍ଣ ଓ ବ୍ରୋଞ୍ଜପଦକ ଏବଂ ସିଙ୍ଗାପୁର ଓ ନାଇଜେରିଆ ରୌପ୍ୟ ପାଇଥିଲେ। ରବିବାର ମିକ୍ସଡବଲ୍ସରେ ଜି ସାଥିଆନ-ଅର୍ଚ୍ଚନା କାମଥଙ୍କ ଯୋଡି ପାଇନାଲରେ ସିଙ୍ଗାପୁରର କୋଏନ ପାଙ୍ଗ-ରୁଇ ଜୁଆନ ଗୋଇଙ୍କୁ ପରାସ୍ତ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।

ସୋମବାର ଅନୁଷ୍ଠିତ ଶେଷ ମ୍ୟାଚ୍ ତଥା ଫାଇନାଲ ମହିଳା ସିଙ୍ଗଲ୍ସରେ ଅହିକା ମୁଖାର୍ଜୀ ୪-୦ ରେ ନିଜ ଦେଶର ବରିଷ୍ଠ ଖେଳାଳି ମଧୁରିକା ପାଟକରଙ୍କୁ ପରାସ୍ତ କରି ଚାମ୍ପିଅନ ହୋଇଥିଲେ। ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍ସରେ ହରମିତ ଦେଶାଇ ୪-୩ରେ ଜି ସାଥିଆନଙ୍କୁ ହରାଇ ଚାମ୍ପିଅନ୍ ହୋଇଥିଲେ। ମହିଳା ଡବଲ୍ସ ଫାଇନାଲରେ ପୂଜା ଶ୍ରହସ୍ର ବୁଦେ୍ଧ- କ୍ରିତ୍ୱାକା ସିହ୍ନା ରଏଙ୍କ ଯୋଡି ୩-୧ରେ ଶ୍ରେଜା ଅକୁଳା-ମୌସୁମୀ ପଲଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ପୁରୁଷ ଡବଲ୍ସ ଫାଇନାଲରେ ଅଣ୍ଟୋନୀ ଅମଲରାଜ-ମାନବ ଠାକ୍କରଙ୍କ ଯୋଡି ୩-୧ରେ ନିଜ ଦେଶର ଶୀର୍ଷ ଯୋଡି ଶରତ କମଲ-ଜି ସାଥିଆନଙ୍କୁ ପରାସ୍ତ କରିଥିଲେ। ସେମି ଫାଇନାଲରେ ଶରତ-ସାଥିଆନଙ୍କ ଯୋଡି ୩-୦ରେ ସିଙ୍ଗାପୁରର କୋଏନ ପାଙ୍ଗ-ଶାଓ ହାନଜୋସ ସୁଆଙ୍କୁ ଏବଂ ଅମଲରାଜ-ମାନବଙ୍କ ଯୋଡି ଇଂଲଣ୍ଡର ସାମୁଏଲ ବାକର-ଥୋମାସ ଜାରଭିସଙ୍କୁ ୩-୧ରେ ପରାସ୍ତ କରିଥିଲେ।

ସୋମବାର ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା କ୍ରୀଡ଼ାବିତଙ୍କୁ ପଦକ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ. ଏକ୍ତି ଓ ଏମଏସଏମଇ ମନ୍ତ୍ରୀ ଦିବ୍ୟଶଭ୍କର ମିଶ୍ର, ପୋଲିସ କମିଶନର ସତ୍ୟଜିତ ମହାନ୍ତି, ଆରଡିସି ଅନୀଲ କୁମାର ସାମଲ, କ୍ରୀଡା ସଚିବ ବିଶାଲ ଦେବ, କ୍ରୀଡା ନିର୍ଦ୍ଦେଶକ ଭିନିଲ କ୍ରୀଷ୍ଣା, କମନୱେଲଥ ମହାସଂଘ ନୂତନ ଅଧ୍ୟକ୍ଷ ବିବେକ କୋହଲି, ସାଧାରଣ ସମ୍ପାଦକ ଏମପି ସିଂହ, ଓଡ଼ିଶା ଟେବୁଲ ଟେନିସ ସଂଘ ଉପ ସଭାପତି ସଞ୍ଜୟ ସିଂହ, ସମ୍ପାଦକ ରବୀନ୍ଦ୍ର କୁମାର ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

'୨୦୦ଟି ସ୍ଥାନରେ ଟିଟି କ୍ରୀଡ଼ା ଉପକରଣ ଯୋଗାଇ ଦିଆଯିବ'
କମନୱେଲଥ ଟେବୁଲ ଟେନିସ ପ୍ରତିଯୋଗିତାରେ ସୋମବାର ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଟିଟିର ବିକାଶ ନିମନ୍ତେ ଏକ ସ୍ୱତନ୍ତ୍ର ଘୋଷଣା କରିଛନ୍ତି। ରାଜ୍ୟରେ ୨୦୦ଟି ସ୍ଥାନରେ ଟେବୁଲ ଟେନିସ କ୍ରୀଡା ଉପକରଣ ଯୋଗାଇ ଦିଆଯିବ। ନିୟମିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବା ସହ ଜିଲ୍ଲା ସ୍ତରରରେ ଟିଟିର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାନ ହାତକୁ ନିଆଯିବ। ଟିଟିର ଯୁବ ଖେଳାଳିଙ୍କ ବିକାଶ ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ ଏହା ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ରହିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos