୨୩ତମ ଓପନ ଟେବୁଲ ଟେନିସ ଚାମ୍ପିୟନସିପ: ତୌସିଫ୍, ଅନନ୍ୟା ଚାମ୍ପିୟନ

କଟକ; ୨୩ ତମ ଓପନ ଟେବୁଲ ଟେନିସ ଚମ୍ପିୟନସିପ ଉଦଯାପିତ ହୋଇଯାଇଛି । ବାରବାଟୀ ଷ୍ଟାଡିୟମର ସଚିନ ଇନଡୋର ଟଲରେ ଚାଲିଥିବା ଏହି ଚମ୍ପିୟନସିପରେ ପୁରୁଷ ବିଭାଗରେ ତୌସିଫ୍ ହକ ଏବଂ ମହିଳା ବିଭାଗରେ ଅନନ୍ୟା ବସକ ଚମ୍ପିୟନ ହୋଇଛନ୍ତି । ସେହିପରି କ୍ୟାଡେଟ ବାଳିକା ବିଭାଗରେ ସୁଶ୍ରୀ ପଟ୍ଟନାୟକ, କ୍ୟାଡେଟ ବାଳକ ବିଭାଗରେ ସାହିଲ ସୁନ୍ଦର ଭୁୟାଁ ଚମ୍ପିୟନ ହୋଇଛନ୍ତି । ଚମ୍ପିୟନ ଖେଳାଳିଙ୍କୁ କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ଟ୍ରଫି ପ୍ରଦାନ କରିଥିଲେ ।