ଭାରତ ଆଗରେ ୨୩୧ ରନ୍‌ର ଟାର୍ଗେଟ ରଖିଲା ନ୍ୟୁଜିଲାଣ୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଆଗରେ ୨୩୧ ରନର ଟାର୍ଗେଟ। ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ୩ଟିକିଆ ସିରିଜରେ ଆଜି ପୁନେ ଠାରେ ଦ୍ୱିତୀୟ ଦିନିକିଆ ଖେଳାଯାଉଛି। ଯେଉଁଥିରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍‌ ହରାଇ ୨୩୦ ରନ୍ କରିବାରେ ସକ୍ଷମ ହୋଇପାରିଛି। ନ୍ୟୁଜିଲାଣ୍ଡ ପକ୍ଷରୁ କୌଣସି ବ୍ୟାଟ୍ସମ୍ୟାନ୍‌ ଭାରତୀୟ ବୋଲରଙ୍କୁ ସମ୍ନା କରିପାରିନଥିଲେ। ଭାରତୀୟ ବୋଲର ଆଜି ଆକର୍ଷଣୀୟ ବୋଲିଂ କରିଥିଲେ। ଭୁବନେଶ୍ୱର କୁମାର ୩ଟି ୱିକେଟ୍‌ ନେଇଥିବା ବେଳେ […]

Rakesh Mallick
  • Published: Wednesday, 25 October 2017
  • , Updated: 25 October 2017, 05:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଆଗରେ ୨୩୧ ରନର ଟାର୍ଗେଟ। ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ୩ଟିକିଆ ସିରିଜରେ ଆଜି ପୁନେ ଠାରେ ଦ୍ୱିତୀୟ ଦିନିକିଆ ଖେଳାଯାଉଛି। ଯେଉଁଥିରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍‌ ହରାଇ ୨୩୦ ରନ୍ କରିବାରେ ସକ୍ଷମ ହୋଇପାରିଛି। ନ୍ୟୁଜିଲାଣ୍ଡ ପକ୍ଷରୁ କୌଣସି ବ୍ୟାଟ୍ସମ୍ୟାନ୍‌ ଭାରତୀୟ ବୋଲରଙ୍କୁ ସମ୍ନା କରିପାରିନଥିଲେ। ଭାରତୀୟ ବୋଲର ଆଜି ଆକର୍ଷଣୀୟ ବୋଲିଂ କରିଥିଲେ। ଭୁବନେଶ୍ୱର କୁମାର ୩ଟି ୱିକେଟ୍‌ ନେଇଥିବା ବେଳେ ବୁମରା ଚହଲ ୨ଟି ଲେଖାଁଏ ୱିକେଟ୍‌ ନେଇ ନ୍ୟୁଜିଲାଣ୍ଡର ପାରିକୁ ୨୩୦ ରନ୍‌ ମଧ୍ୟରେ ଅଟକାଇ ରଖିବାରେ ସକ୍ଷମ ହୋଇଥିଲେ।

Related story