ଚେନ୍ନାଇ ଦିନିକିଆ: ପାଣ୍ଡ୍ୟାଙ୍କ ବିସ୍ଫୋରକ ପାଳି, ଅଷ୍ଟ୍ରେଲିଆ ଆଗରେ ୨୮୨ରନ୍‌ର ବିଜୟ ଲକ୍ଷ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ ଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ଆଜି ଚେନ୍ନାଇ ଠାରେ ଖେଳାଯାଉଛି। ଯେଉଁଥିରେ ଭାରତ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍‌ ହରାଇ ୨୮୧ ରନ୍‌ କରିଛି। ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ପାଣ୍ଡ୍ୟା ଓ ଧୋନୀ ପରିସ୍ଥିତି ନିୟନ୍ତ୍ରଣକୁ ଆଣିଥିଲେ। ବିଶେଷ କରି ପାଣ୍ଡ୍ୟଙ୍କ ଆକର୍ଷଣୀୟ ପାଳି ଫଳରେ ଭାରତ ଏକ ସମ୍ମାନଜନକ ସ୍କୋର୍‌ କରିବାରେ ସକ୍ଷମ ହୋଇପାରିଛି। ଗୋଟିଏ […]

Rakesh Mallick
  • Published: Sunday, 17 September 2017
  • Updated: 17 September 2017, 05:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ ଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ଆଜି ଚେନ୍ନାଇ ଠାରେ ଖେଳାଯାଉଛି। ଯେଉଁଥିରେ ଭାରତ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍‌ ହରାଇ ୨୮୧ ରନ୍‌ କରିଛି। ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ପାଣ୍ଡ୍ୟା ଓ ଧୋନୀ ପରିସ୍ଥିତି ନିୟନ୍ତ୍ରଣକୁ ଆଣିଥିଲେ। ବିଶେଷ କରି ପାଣ୍ଡ୍ୟଙ୍କ ଆକର୍ଷଣୀୟ ପାଳି ଫଳରେ ଭାରତ ଏକ ସମ୍ମାନଜନକ ସ୍କୋର୍‌ କରିବାରେ ସକ୍ଷମ ହୋଇପାରିଛି। ଗୋଟିଏ ସମୟରେ ଭାରତର ସ୍କୋର ୮୭ ଥିବା ବେଳେ ୫ଟି ୱିକେଟ୍‌ର ପତନ ହୋଇଥିଲା। ଏହି ସମୟରେ ପଡିଆକୁ ଆସିଥିଲେ ଧୋନୀ ଓ ପାଣ୍ଡ୍ୟା। ଏହି ଦୁଇଜଣଙ୍କ ମଧ୍ୟରେ ଲମ୍ବା ପାର୍ଟନରସିପ୍ ଫଳରେ ଭାରତର ସ୍କୋର ୨୮୧ ରନରେ ପହଞ୍ଚିଥିଲା। ପାଣ୍ଡ୍ୟା  ମାତ୍ର ୬୬ଟି ବଲରୁ ୮୩ରନ ଏକ ବିସ୍ଫୋରକ ପାଳି ଖେଳିଥିଲେ। ଯେଉଁଥିରେ ୫ଟି ବିଶାଳ ଛକ୍କା ସାମିଲ। ଅଷ୍ଟ୍ରେଲିଆ ପକ୍ଷରୁ ନାଥନ କୁଲ୍ଟରନିଲ୍‌ ସର୍ବାଧିକ ୩ଟି ୱିକେଟ୍‌ ନେଇଥିବା ବେଳେ ଷ୍ଟୋନିସ ୨ଟି, ଆଦମ୍‌ ଜମ୍ପା ଓ ଫକନର୍‌ ଗୋଟିଏ ଲେଖାଏଁ ୱିକେଟ୍‌ ହାସଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos