ପୁଣି ବର୍ଷା ସାଜିଲା ବାଧକ: ଡିଏଲ୍‌ ନିୟମ ଅନୁସାରେ ପାକିସ୍ତାନ ଆଗରେ ୪୧ ଓଭର୍‌ରେ ୨୮୯ରନ୍‌ର ଟାର୍ଗେଟ୍‌

ମୁମ୍ବାଇ: ବାରମ୍ବାର ବର୍ଷା ଦ୍ୱାରା ଭାରତ-ପାକ୍‌ ମ୍ୟାଚ୍‌ ବାଧାପ୍ରାପ୍ତ ହୋଇଥିଲେ ହିଁ ପୁଣି ଥରେ ଆରମ୍ଭ ହୋଇଛି ମ୍ୟାଚ୍‌। ଡକ୍‌ୱର୍ଥ ଲୁଇସ୍‌ ସିଷ୍ଟମ ଅନୁସାରେ ପାକିସ୍ତାନ ସମ୍ମୁଖରେ ୨୮୯ ରନର ଟାର୍ଗେଟ୍‌ ଦିଆଯାଇଛି। ଯାହାକୁ ପାକିସ୍ତାନ ମାତ୍ର ୪୧ଓଭରରେ ହାସଲ କରିବାକୁ ପଡିବ। ଏଭଳି ଏକ ବିଶାଳ ଲକ୍ଷ୍ୟକୁ ହାସଲ କରିବା ପାକିସ୍ତାନ ପାଇଁ କଷ୍ଟକର ଲାଗୁଛି। ପୂର୍ବରୁ ଭାରତ ପ୍ରଥମେ ବ୍ୟାଟିଂ କରି ୪୮ ଓଭରରେ ୩ ୱିକେଟ୍‌ ହରାଇ ୩୧୯ରନ୍‌ କରିଥିଲା। କିନ୍ତୁ ବାରମ୍ବାର […]

Rakesh Mallick
  • Published: Sunday, 04 June 2017
  • , Updated: 04 June 2017, 10:36 PM IST

ମୁମ୍ବାଇ: ବାରମ୍ବାର ବର୍ଷା ଦ୍ୱାରା ଭାରତ-ପାକ୍‌ ମ୍ୟାଚ୍‌ ବାଧାପ୍ରାପ୍ତ ହୋଇଥିଲେ ହିଁ ପୁଣି ଥରେ ଆରମ୍ଭ ହୋଇଛି ମ୍ୟାଚ୍‌। ଡକ୍‌ୱର୍ଥ ଲୁଇସ୍‌ ସିଷ୍ଟମ ଅନୁସାରେ ପାକିସ୍ତାନ ସମ୍ମୁଖରେ ୨୮୯ ରନର ଟାର୍ଗେଟ୍‌ ଦିଆଯାଇଛି। ଯାହାକୁ ପାକିସ୍ତାନ ମାତ୍ର ୪୧ଓଭରରେ ହାସଲ କରିବାକୁ ପଡିବ। ଏଭଳି ଏକ ବିଶାଳ ଲକ୍ଷ୍ୟକୁ ହାସଲ କରିବା ପାକିସ୍ତାନ ପାଇଁ କଷ୍ଟକର ଲାଗୁଛି। ପୂର୍ବରୁ ଭାରତ ପ୍ରଥମେ ବ୍ୟାଟିଂ କରି ୪୮ ଓଭରରେ ୩ ୱିକେଟ୍‌ ହରାଇ ୩୧୯ରନ୍‌ କରିଥିଲା। କିନ୍ତୁ ବାରମ୍ବାର ବର୍ଷା ଯୋଗୁଁ ମ୍ୟାଚ୍‌ର ଓଭର କମାଯାଇଛି। ଶେଷ ଖବର ସୁଦ୍ଧା ପାକିସ୍ତାନ ୨୦ ଓଭର ଖେଳି ୨ୱିକେଟ୍‌ ବିନିମୟରେ ୮୮ ରନ ସଂଗ୍ରହ କରିଛି।

Related story