ଦ୍ୱିତୀୟ ଦିନିକିଆ: ଟିମ୍ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ

ଅକଲ୍ୟାଣ୍ଡ୍‌: ନ୍ୟୁଜିଲ୍ୟାଣ୍ଡ୍ ଦ୍ୱାରା ଧାର୍ଯ୍ୟ ୨୭୪ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟ ସମ୍ମୁଖୀନ ହୋଇଛି । ଭାରତ ୫୯ ରନରେ ତା’ର ଶୀର୍ଷ ତିନିଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇ ଦେଇଛି । ନିଜର ଦ୍ୱିତୀୟ ମ୍ୟାଚ୍ ଖେଳୁଥିବା ମୟଙ୍କ ଅଗ୍ରୱାଲ୍ ମାତ୍ର ୩ ରନ୍ କରି ପ୍ୟାଭିଲିୟନ୍ ଫେରିଛନ୍ତି । ପୃଥ୍ୱୀ ଶ’ ଦ୍ରୁତ ଆରମ୍ଭ କରିଥିଲେ ହେଁ, ଏହାକୁ କାଏମ ରଖିପାରିନଥିଲେ । ସେ ୧୯ ବଲରେ ୬ ଚୌକା ସହ ୨୪ […]

inda1

Ranjit Kumar Jena
  • Published: Saturday, 08 February 2020
  • , Updated: 08 February 2020, 12:39 PM IST

ଅକଲ୍ୟାଣ୍ଡ୍‌: ନ୍ୟୁଜିଲ୍ୟାଣ୍ଡ୍ ଦ୍ୱାରା ଧାର୍ଯ୍ୟ ୨୭୪ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟ ସମ୍ମୁଖୀନ ହୋଇଛି । ଭାରତ ୫୯ ରନରେ ତା'ର ଶୀର୍ଷ ତିନିଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇ ଦେଇଛି । ନିଜର ଦ୍ୱିତୀୟ ମ୍ୟାଚ୍ ଖେଳୁଥିବା ମୟଙ୍କ ଅଗ୍ରୱାଲ୍ ମାତ୍ର ୩ ରନ୍ କରି ପ୍ୟାଭିଲିୟନ୍ ଫେରିଛନ୍ତି ।

ପୃଥ୍ୱୀ ଶ' ଦ୍ରୁତ ଆରମ୍ଭ କରିଥିଲେ ହେଁ, ଏହାକୁ କାଏମ ରଖିପାରିନଥିଲେ । ସେ ୧୯ ବଲରେ ୬ ଚୌକା ସହ ୨୪ ରନ୍ କରି ଡେବ୍ୟୁଟାଣ୍ଟ କାଇଲ୍ ଜେମିସନଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଛନ୍ତି । ଏହା ପରେ ସବୁ ଭାର କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଉପରକୁ ଚାଲିଆସିଥିଲା, କିନ୍ତୁ ସେ ମଧ୍ୟ ନିରାଶ କରିଛନ୍ତି ।

କୋହଲି ୧୫ ରନ୍ କରି ଟିମ୍ ସାଉଦୀଙ୍କ ଶିକାର ହୋଇଛନ୍ତି । ଏବେ ପୁଣିଥରେ ଶ୍ରେୟସ ଆୟର୍ ଓ ଲୋକେଶ ରାହୁଲଙ୍କ ଉପରେ ସବୁକିଛି ନିର୍ଭରଶୀଳ । ଆୟର୍ ୧୨ ଓ ରାହୁଲ୍ ୨ ରନରେ ବ୍ୟାଟିଂ କରୁଛନ୍ତି ।

Related story