ଦ୍ୱିତୀୟ ଟି-୨୦: ଟସ୍ ଜିତି ଟିମ୍ ଇଣ୍ଡିଆର ବୋଲିଂ ନିଷ୍ପତ୍ତି

ମୋହାଲି: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଏଠାରେ ଖେଳାଯାଉଛି। ଉକ୍ତ ମ୍ୟାଚରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରିବ। ଉକ୍ତ ମ୍ୟାଚରେ ଭାରତୀୟ ଦଳରୁ ଲୋକେଶ ରାହୁଲ, ମନିଷ ପାଣ୍ଡେ, ରାହୁଲ୍ ଚହର୍ ଓ ଖଲୀଲ ଅହମ୍ମଦ ବାଦ୍ ପଡ଼ିଛନ୍ତି। ସୂଚନାଯୋଗ୍ୟ, ଧର୍ମଶାଳାରେ ଖେଳାଯିବାକୁଥିବା ପ୍ରଥମ ଟି-୨୦ ମ୍ୟାଚ୍ […]

india

Ranjit Kumar Jena
  • Published: Wednesday, 18 September 2019
  • , Updated: 18 September 2019, 06:44 PM IST

ମୋହାଲି: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଏଠାରେ ଖେଳାଯାଉଛି। ଉକ୍ତ ମ୍ୟାଚରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରିବ।

ଉକ୍ତ ମ୍ୟାଚରେ ଭାରତୀୟ ଦଳରୁ ଲୋକେଶ ରାହୁଲ, ମନିଷ ପାଣ୍ଡେ, ରାହୁଲ୍ ଚହର୍ ଓ ଖଲୀଲ ଅହମ୍ମଦ ବାଦ୍ ପଡ଼ିଛନ୍ତି। ସୂଚନାଯୋଗ୍ୟ, ଧର୍ମଶାଳାରେ ଖେଳାଯିବାକୁଥିବା ପ୍ରଥମ ଟି-୨୦ ମ୍ୟାଚ୍ ବର୍ଷା ଯୋଗୁ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିଲା। ଏପରିକି ବର୍ଷା ଯୋଗୁ ଟସ୍ ପଡ଼ିବା ମଧ୍ୟ ସମ୍ଭବ ହୋଇନଥିଲା।

ଭାରତ: ବିରାଟ୍ କୋହଲି (କ୍ୟାପଟେନ୍), ରୋହିତ୍ ଶର୍ମା, ଶିଖର ଧୱନ୍, ଶ୍ରେୟସ୍ ଆୟର୍, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ୍ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ଦୀପକ ଚହର୍, ନଭଦୀପ ସାଇନି।

ଦକ୍ଷିଣ ଆଫ୍ରିକା: କ୍ୱିଣ୍ଟନ୍ ଡି'କକ୍ (କ୍ୟାପଟେନ୍), ରୀଜା ହେଣ୍ଡ୍ରିକ୍ସ, ତେମ୍ବା ବାଭୁମା, ରାସି ଭାନ୍ ଡର୍ ଡୁସେନ୍, ଡେଭିଡ୍ ମିଲର୍, ଆଣ୍ଡିଲେ ଫେଲୁକୱାୟୋ, ଡ୍ୱେନ୍ ପ୍ରିଟୋରିୟସ, ଜର୍ନ ଫର୍ଟ୍ୟୁନ୍, କାଗିସୋ ରବାଡା, ଆନରିଚ୍ ନର୍ଟଜେ, ତାବରେଜ୍ ଶାମସ।

Related story