ଲାଥାମଙ୍କ ଶତକ, ନ୍ୟୁଜିଲ୍ୟାଣ୍ଡ୍ ୧୭୩/୩

ହାମିଲଟନ୍‌: ନ୍ୟୁଜିଲ୍ୟାଣ୍ଡ୍ ଓ ଇଂଲଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ଟେଷ୍ଟ। ମ୍ୟାଚର ପ୍ରଥମ ଦିବସରେ ଟମ୍ ଲାଥାମଙ୍କ ଅପରାଜିତ ଶତକ ଏବଂ ରସ୍ ଟେଲରଙ୍କ ଅର୍ଦ୍ଧଶତକ ବଳରେ ନ୍ୟୁଜିଲ୍ୟାଣ୍ଡ୍ ୩ ୱିକେଟ୍ ହରାଇ ୧୭୩ ରନ୍ କରିଛି। ବର୍ଷା ଯୋଗୁ ଦିବସର ଚା’ପାନ ବିରତି ପରେ ଖେଳ ବନ୍ଦ ରହିଥିଲା। ଏହି ସମୟରେ ଲାଥାମ ୧୦୧ (୧୬୪ ବଲ୍‌, ୧୫ ଚୌକା) ଓ ହେନରୀ ନିକୋଲ୍ସ ୫ ରନ୍ କରି ଅପରାଜିତ ରହିଥିଲେ। ପ୍ରଥମ […]

tom-latham

tom-latham

Ranjit Kumar Jena
  • Published: Friday, 29 November 2019
  • Updated: 29 November 2019, 06:18 PM IST

Sports

Latest News

ହାମିଲଟନ୍‌: ନ୍ୟୁଜିଲ୍ୟାଣ୍ଡ୍ ଓ ଇଂଲଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ଟେଷ୍ଟ। ମ୍ୟାଚର ପ୍ରଥମ ଦିବସରେ ଟମ୍ ଲାଥାମଙ୍କ ଅପରାଜିତ ଶତକ ଏବଂ ରସ୍ ଟେଲରଙ୍କ ଅର୍ଦ୍ଧଶତକ ବଳରେ ନ୍ୟୁଜିଲ୍ୟାଣ୍ଡ୍ ୩ ୱିକେଟ୍ ହରାଇ ୧୭୩ ରନ୍ କରିଛି। ବର୍ଷା ଯୋଗୁ ଦିବସର ଚା'ପାନ ବିରତି ପରେ ଖେଳ ବନ୍ଦ ରହିଥିଲା। ଏହି ସମୟରେ ଲାଥାମ ୧୦୧ (୧୬୪ ବଲ୍‌, ୧୫ ଚୌକା) ଓ ହେନରୀ ନିକୋଲ୍ସ ୫ ରନ୍ କରି ଅପରାଜିତ ରହିଥିଲେ।

ପ୍ରଥମ ଟେଷ୍ଟରେ ଇନିଂସ୍ ପରାଜୟବରଣ କରିଥିବା ଇଂଲଣ୍ଡ ପାଇଁ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେବା ଫଳପ୍ରଦ ସାବ୍ୟସ୍ତ ହୋଇଥିଲା। ଷ୍ଟୁଆର୍ଟ ବ୍ରଡ୍ ଘରୋଇ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ଜିତ୍ ରାଭାଲ୍ (୫)ଙ୍କୁ ଶସ୍ତାରେ ପ୍ୟାଭଲିୟନ୍ ପଠାଇ ଇଂଲଣ୍ଡକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ରାଭାଲଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା କ୍ୟାପଟେନ୍ କେନ୍ ୱିଲିୟମସନ୍ (୪) ମଧ୍ୟ ଫେଲ୍ ମାରିଥିଲେ।

ଭ୍ରମଣକାରୀ ପେସର କ୍ରିସ୍ ଓକ୍ସଙ୍କ ଆଉଟ୍ ସୁଇଂକୁ ବୁଝିନପାରି ୱିଲିୟମସନ୍ ସ୍ଲିପରେ ଜୋ ରୁଟଙ୍କୁ କ୍ୟାଚ୍ ଦେଇ ବସିଥିଲେ। ୩୯ ରନରେ ୨ ୱିକେଟ୍ ହରାଇ ନ୍ୟୁଜିଲ୍ୟାଣ୍ଡ୍ ସଙ୍କଟରେ ପଡ଼ିଥିବା ବେଳେ ଲାଥାମ ଓ ଟେଲର୍ ଶତକୀୟ (୧୧୬) ଭାଗୀଦାରୀ କରି ଟିମକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ଟେଲର୍ ଅର୍ଦ୍ଧଶତକ ମାରିଥିଲେ ହେଁ, ବଡ଼ ସ୍କୋର କରିବାକୁ ଅସମର୍ଥ ହୋଇଥିଲେ। ଟେଲର୍ ୫୩ (୧୦୦ ବଲ୍‌, ୮ ଚୌକା) ରନ୍ କରି ଓକ୍ସଙ୍କ ଶିକାର ହୋଇଥିଲେ।

ଟେଲରଙ୍କ ଆଉଟ୍ ପରେ ଲାଥାମ ନିଜର ଏକାଦଶ ଟେଷ୍ଟ ଶତକ ପୂରଣ କରିଥିଲେ। ଚା'ପାନ ବିରତି ପରେ ମାତ୍ର ତିନୋଟି ବଲ୍ ପଡ଼ିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା, ଯେଉଁକାରଣରୁ ଅମ୍ପାୟାର ଦିବସର ଖେଳକୁ ବାତିଲ କରିଥିଲେ। ଇଂଲଣ୍ଡ ପକ୍ଷରୁ ଓକ୍ସ ୨ଟି ଓ ବ୍ରଡ୍ ଗୋଟିଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos