ନ୍ୟୁଜିଲ୍ୟାଣ୍ଡ୍ ଗସ୍ତରେ ଚମକିଲେ ରାହାଣେ

ଲିନକନ୍‌: ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଆଜିଙ୍କ୍ୟ ରାହାଣେ ଶତକ ମାରି ଫର୍ମକୁ ଫେରିଛନ୍ତି। ନ୍ୟୁଜିଲ୍ୟାଣ୍ଡ୍‌-ଏ ବିପକ୍ଷ ଚାଲିଥିବା ଦ୍ୱିତୀୟ ଅନଅଫିସିଆଲ୍ ଟେଷ୍ଟରେ ଭାରତ-ଏ ପକ୍ଷରୁ ଖେଳୁଥିବା ରାହାଣେ ଅପରାଜିତ ୧୦୦ ରନର ଇନିଂସ୍ ଖେଳିଛନ୍ତି। ତାଙ୍କ ବ୍ୟତୀତ ଯୁବ ବ୍ୟାଟ୍ସମ୍ୟାନ୍ ଶୁବମାନ୍ ଗିଲ୍ ମଧ୍ୟ ଶତକ ହାସଲ କରିଛନ୍ତି, ଯାହା ବଳରେ ଭାରତ-ଏ ଦ୍ୱିତୀୟ ଟେଷ୍ଟକୁ ଡ୍ର’ କରିଛି। ନ୍ୟୁଜିଲ୍ୟାଣ୍ଡ୍‌-ଏ ପ୍ରଥମ ଇନିଂସରେ ୯ ୱିକେଟ୍ ହରାଇ ୩୮୬ ରନ୍ […]

rahane

Ranjit Kumar Jena
  • Published: Monday, 10 February 2020
  • , Updated: 10 February 2020, 06:34 PM IST

ଲିନକନ୍‌: ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଆଜିଙ୍କ୍ୟ ରାହାଣେ ଶତକ ମାରି ଫର୍ମକୁ ଫେରିଛନ୍ତି। ନ୍ୟୁଜିଲ୍ୟାଣ୍ଡ୍‌-ଏ ବିପକ୍ଷ ଚାଲିଥିବା ଦ୍ୱିତୀୟ ଅନଅଫିସିଆଲ୍ ଟେଷ୍ଟରେ ଭାରତ-ଏ ପକ୍ଷରୁ ଖେଳୁଥିବା ରାହାଣେ ଅପରାଜିତ ୧୦୦ ରନର ଇନିଂସ୍ ଖେଳିଛନ୍ତି। ତାଙ୍କ ବ୍ୟତୀତ ଯୁବ ବ୍ୟାଟ୍ସମ୍ୟାନ୍ ଶୁବମାନ୍ ଗିଲ୍ ମଧ୍ୟ ଶତକ ହାସଲ କରିଛନ୍ତି, ଯାହା ବଳରେ ଭାରତ-ଏ ଦ୍ୱିତୀୟ ଟେଷ୍ଟକୁ ଡ୍ର' କରିଛି।

ନ୍ୟୁଜିଲ୍ୟାଣ୍ଡ୍‌-ଏ ପ୍ରଥମ ଇନିଂସରେ ୯ ୱିକେଟ୍ ହରାଇ ୩୮୬ ରନ୍ କରି ପାଳି ଘୋଷଣା କରିଥିଲ। ଜବାବରେ ଭାରତ-ଏ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୧ ୱିକେଟ୍ ହରାଇ ୨୩୪ ରନ୍ କରିଥିଲା। ସୋମବାର ଚତୁର୍ଥ ତଥା ଅନ୍ତିମ ଦିବସରେ ଭାରତ-ଏ ୫ ୱିକେଟ୍ ହରାଇ ୪୬୭ ରନ୍ କରି ମ୍ୟାଚକୁ ଡ୍ର'ରେ ଶେଷ କରିଛି। ରବିବାର ଅପରାଜିତ ଥିବା ଚେତେଶ୍ୱର ପୂଜାରା (୫୩) ନିଜ ସ୍କୋରରେ ଆଉ ୧ ରନ୍ ଯୋଡ଼ିବା ପରେ ଆଉଟ୍ ହୋଇଥିଲେ। ଗିଲ୍ ୧୯୦ ବଲରେ ୧୫ ଚୌକା ଓ ୨ ଛକା ସହ ୧୩୬ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

ରାହାଣେ ଓ ବିଜୟ ଶଙ୍କର ଚତୁର୍ଥ ୱିକେଟ୍ ପାଇଁ ୧୨୦ ରନ୍ ଯୋଡ଼ି ଭାରତକୁ ଅଗ୍ରଣୀ କରାଇଥିଲେ। ଶଙ୍କର (୬୬) ଅର୍ଦ୍ଧଶତକୀୟ ଇନିଂସ୍ ଖେଳି ଆଉଟ୍ ହୋଇଥିଲେ। ୱିକେଟକିପର ବ୍ୟାଟ୍ସମ୍ୟାନ୍ ଶ୍ରୀକର ଭରତ ମାତ୍ର ୨୨ ରନ୍ କରି ନିଜ ୱିକେଟ୍ ହରାଇ ବସିଥିଲେ। ତେବେ ରାହାଣେ ୧୪୮ ବଲରେ ଶତକ ମାରିବା ପରେ ଅମ୍ପାୟାର ମ୍ୟାଚକୁ ଡ୍ର' ଘୋଷିତ କରିଥିଲେ। ରାହାଣେ ନିଜର ଅପରାଜିତ ଶତକୀୟ ଇନିଂସରେ ୧୫ ଚୌକା ଓ ୧ ଛକା ମାରିଥିଲେ । ନ୍ୟୁଜିଲ୍ୟାଣ୍ଡ୍‌-ଏ ପକ୍ଷରୁ ଏଡ୍ ନୁଟ୍ଟାଲ୍ ୨ଟି ୱିକେଟ୍ ନେଇଥିଲେ।

Related story