ଟିମ୍‌ ଚୟନକୁ ନେଇ ଏହି କ୍ରିକେଟର୍‌ଙ୍କ ବିସ୍ଫୋରକ ବୟାନ: କେବଳ ଧାୱନ ଓ ଭୁବନେଶ୍ୱର କୁମାର କାହିଁକି ଦଳରୁ ବାହାରିବେ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ  ସେଞ୍ଚୁରିଆନ୍‌ ଠାରେ ଦ୍ୱିତୀୟ ଟେଷ୍ଟ ଖେଳାଯାଉଛି। ଦକ୍ଷିଣ ଆଫ୍ରିକା ପ୍ରଥମ ଟସ୍‌ ଜିତି ବ୍ୟାଟିଂ ନିଷ୍ପତି ନେଇଛି। ଦକ୍ଷିଣ ଆଫ୍ରିକାର ଆରମ୍ଭ ବେଶ ଭଲ ରହିଛି। ଦକ୍ଷିଣ ଆଫ୍ରିକା ପକ୍ଷରୁ ଓପନର ଆଡେନ ମାର୍କମ ସର୍ବାଧିକ ୯୪ ରନ କରି ଆଉଟ୍ ହୋଇଥିବ ବେଳେ ହାସିମ ଆମ୍‌ଲା ଧର୍ଯ୍ୟର ସହ ବ୍ୟାଟିଂ ୮୨ ରନରେ ରନ୍ ଆଉଟ୍‌ ହୋଇଛନ୍ତି। ପ୍ରଥମ ମ୍ୟାଚ୍‌ ହାରିବା ପରେ ଦ୍ୱିତୀୟ […]

dddd

dddd

Rakesh Mallick
  • Published: Saturday, 13 January 2018
  • Updated: 13 January 2018, 08:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ  ସେଞ୍ଚୁରିଆନ୍‌ ଠାରେ ଦ୍ୱିତୀୟ ଟେଷ୍ଟ ଖେଳାଯାଉଛି। ଦକ୍ଷିଣ ଆଫ୍ରିକା ପ୍ରଥମ ଟସ୍‌ ଜିତି ବ୍ୟାଟିଂ ନିଷ୍ପତି ନେଇଛି। ଦକ୍ଷିଣ ଆଫ୍ରିକାର ଆରମ୍ଭ ବେଶ ଭଲ ରହିଛି। ଦକ୍ଷିଣ ଆଫ୍ରିକା ପକ୍ଷରୁ ଓପନର ଆଡେନ ମାର୍କମ ସର୍ବାଧିକ ୯୪ ରନ କରି ଆଉଟ୍ ହୋଇଥିବ ବେଳେ ହାସିମ ଆମ୍‌ଲା ଧର୍ଯ୍ୟର ସହ ବ୍ୟାଟିଂ ୮୨ ରନରେ ରନ୍ ଆଉଟ୍‌ ହୋଇଛନ୍ତି।

ପ୍ରଥମ ମ୍ୟାଚ୍‌ ହାରିବା ପରେ ଦ୍ୱିତୀୟ ମ୍ୟାଚ୍‌ ପାଇଁ ଆଜି ବଡ଼ ଧରଣର ଅଦଳବଦଳ କରାଯାଇଛି। ଟିମ୍‌ରେ ଆଜି ୩ଟି ପରିବର୍ତ୍ତନ କରାଯାଇଛି। ଶିଖର ଧାୱନଙ୍କ ସ୍ଥାନରେ କେଏଲ୍‌ ରାହୁଲ, ରିଦ୍ଧିମାନ ଶାହାଙ୍କ ସ୍ଥାନରେ ପାର୍ଥୀ ପଟେଲ ଓ ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ଇଶାନ୍ତ ଶର୍ମାଙ୍କୁ ଦଳରେ ସାମିଲ କରାଯାଇଛି।

ଟିମ୍‌ର ଏଭଳି ପରିବର୍ତ୍ତନକୁ ଅନେକ ନାପସନ୍ଦ କରିଛନ୍ତି। ପୂର୍ବତନ କ୍ରିକେଟର୍‌ ଗାଭାସ୍କର ମଧ୍ୟ ଏହାକୁ ନେଇ ଟିମ୍‌ ମ୍ୟାନେଜମେଣ୍ଟ ଉପରେ ବର୍ଷିଛନ୍ତି।ଗାଭାସ୍କର କହିଛନ୍ତି ଇଶାନ୍ତ ଶର୍ମାଙ୍କୁ ଭୁବନେଶ୍ୱର କୁମାରଙ୍କ ସ୍ଥାନରେ କଣ ପାଇଁ ଟିମ୍‌ରେ ସାମିଲ କରାଗଲା, ମହମଦ ସାମି କିମ୍ବା ବୁମ୍‌ରାଙ୍କ ସ୍ଥାନରେ ଇଶାନ୍ତ ଶର୍ମାଙ୍କୁ ରିପ୍ଲେସ୍‌ କରାଯାଇ ପାରିଥାନ୍ତା। ଦକ୍ଷିଣ ଆଫ୍ରିକା ପିଚ୍‌ରେ ଭୁବନେଶ୍ୱର କୁମାରଙ୍କ ଭଳି ବୋଲରଙ୍କୁ ଟିମ୍‌ରେ ସ୍ଥାନ ନମିଳିବା ଆଶ୍ଚର୍ଯ୍ୟର କଥା। ସେହିପରି ଶିଖର ଧୱନଙ୍କୁ ଟିମ୍‌ରେ ସ୍ଥାନ ମିଳିନଥିବାରୁ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ପ୍ରଥମ ଟେଷ୍ଟରେ ଅନେକ ଖେଳାଳିଙ୍କ ପ୍ରଦର୍ଶନ ବହୁ ଖରାପ ରହିଛି ତେଣୁ କେବଳ ଧାୱନଙ୍କୁ କାହିଁକି ଟିମ୍‌ରୁ ବାହାର କରାଗଲା ଅନ୍ୟମାନେ କାହିଁକି ନୁହେଁ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos