ଭଜିଙ୍କ ସର୍ବକାଳୀନ ଟେଷ୍ଟ ଏକାଦଶ ଟିମରେ ତିନି ଭାରତୀୟ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର କିମ୍ବଦନ୍ତୀ ସ୍ପିନର ହରଭଜନ ସିଂହ ନିଜର ସର୍ବକାଳୀନ ଟେଷ୍ଟ ଏକାଦଶ ଓ ଟି-୨୦ ଦଳର ଚୟନ କରିଛନ୍ତି। ଭଜି ନିଜର ଟେଷ୍ଟ ଏକାଦଶ ଟିମରେ ଭାରତର ତିନିଜଣ ଖେଳାଳିଙ୍କୁ ସ୍ଥାନ ଦେଇଛନ୍ତି। ସେମାନେ ହେଲେ ସଚିନ ତେନ୍ଦୁଲକର, ରାହୁଲ୍ ଡ୍ରାଭିଡ୍ ଓ ବୀରେନ୍ଦ୍ର ସେହ୍ୱାଗ। ହେଲେ ଭଜି ନିଜ ଟିମରେ ଅଷ୍ଟ୍ରେଲିଆର ସର୍ବାଧିକ ଚାରିଜଣ ଖେଳାଳିଙ୍କୁ ସାମିଲ୍ କରିଛନ୍ତି, ଯେଉଁଥିରେ ମାଥ୍ୟୁ ହେଡେନ୍‌, ରିକି ପଣ୍ଟିଂ, ଶେନ୍ ୱାର୍ଣ୍ଣ ଓ ଗ୍ଲେନ୍ ମ୍ୟାକଗ୍ରା’ […]

bhajji

bhajji

Ranjit Kumar Jena
  • Published: Friday, 06 March 2020
  • Updated: 06 March 2020, 06:52 PM IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର କିମ୍ବଦନ୍ତୀ ସ୍ପିନର ହରଭଜନ ସିଂହ ନିଜର ସର୍ବକାଳୀନ ଟେଷ୍ଟ ଏକାଦଶ ଓ ଟି-୨୦ ଦଳର ଚୟନ କରିଛନ୍ତି। ଭଜି ନିଜର ଟେଷ୍ଟ ଏକାଦଶ ଟିମରେ ଭାରତର ତିନିଜଣ ଖେଳାଳିଙ୍କୁ ସ୍ଥାନ ଦେଇଛନ୍ତି। ସେମାନେ ହେଲେ ସଚିନ ତେନ୍ଦୁଲକର, ରାହୁଲ୍ ଡ୍ରାଭିଡ୍ ଓ ବୀରେନ୍ଦ୍ର ସେହ୍ୱାଗ। ହେଲେ ଭଜି ନିଜ ଟିମରେ ଅଷ୍ଟ୍ରେଲିଆର ସର୍ବାଧିକ ଚାରିଜଣ ଖେଳାଳିଙ୍କୁ ସାମିଲ୍ କରିଛନ୍ତି, ଯେଉଁଥିରେ ମାଥ୍ୟୁ ହେଡେନ୍‌, ରିକି ପଣ୍ଟିଂ, ଶେନ୍ ୱାର୍ଣ୍ଣ ଓ ଗ୍ଲେନ୍ ମ୍ୟାକଗ୍ରା' ରହିଛନ୍ତି। ଏହାଛଡ଼ା ଦକ୍ଷିଣ ଆଫ୍ରିକାର ଦୁଇଜଣ ଯଥା ଜ୍ୟାକ୍ କାଲିସ୍ ଓ ଶନ୍ ପୋଲକ, ଶ୍ରୀଲଙ୍କାର କୁମାର ସାଙ୍ଗାକାରା ଓ ପାକିସ୍ତାନର ୱାସିମ୍ ଆକ୍ରାମ ଏହି ଟିମରେ ସ୍ଥାନ ପାଇଛନ୍ତି।

ହରଭଜନ ଟିମର ନେତୃତ୍ୱ ଭାର ରିକି ପଣ୍ଟିଂଙ୍କୁ ଦେଇଛନ୍ତି। ସେହ୍ୱାଗଙ୍କ ସହ ହେଡେନ୍ ଓପ୍ନର ଭାବେ ସ୍ଥାନ ପାଇଛନ୍ତି। ଉଭୟ ହେଡେନ୍ ଓ ସେହ୍ୱାଗଙ୍କ ନାଁରେ ଟେଷ୍ଟ କ୍ରିକେଟରେ ତ୍ରିଶତକ ସାମିଲ୍ ଅଛି। ତୃତୀୟ ଓ ଚତୁର୍ଥ ସ୍ଥାନରେ ଯଥାକ୍ରମେ ଡ୍ରାଭିଡ୍ ଓ ତେନ୍ଦୁଲକରଙ୍କୁ ରଖିଛନ୍ତି। ସଚିନଙ୍କ ପରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର କାଲିସ୍ ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିବେ। କାଲିସଙ୍କ ନାଁରେ ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ୧୩୨୮୯ ରନ୍ ଏବଂ ୨୯୨ ୱିକେଟ୍ ରହିଛି। ପଣ୍ଟିଂ ଷଷ୍ଠ ସ୍ଥାନରେ ବ୍ୟାଟିଂ ପାଇଁ ଆସିବେ।

ଶ୍ରୀଲଙ୍କାର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସାଙ୍ଗାକାରାଙ୍କୁ ହରଭଜନ ନିଜର ପ୍ରଥମ ପସନ୍ଦର ୱିକେଟକିପର ଭାବେ ସ୍ଥାନ ଦେଇଛନ୍ତି। ସାଙ୍ଗାକାରାଙ୍କ ନାଁରେ ଟେଷ୍ଟ କ୍ରିକେଟରେ ୧୨୪୦୦ ରନ୍ ରହିଛି। ଏ ନେଇ ହରଭଜନ କହିଛନ୍ତି, ମୁଁ ଆଡାମ ଗିଲଖ୍ରୀଷ୍ଟଙ୍କ ନାଁକୁ ମଧ୍ୟ ବିଚାରକୁ ନେଇଥିଲି, କିନ୍ତୁ ସାଙ୍ଗାକାରାଙ୍କ ରେକର୍ଡ ଏବଂ ଆଭରେଜ୍ ଏହି ସ୍ଥାନ ପାଇଁ ପ୍ରଥମ ପସନ୍ଦ। ବିଶ୍ୱର ସର୍ବାଧିକ ୱିକେଟ୍ ହାସଲକାରୀ ଶେନ୍ ୱାର୍ଣ୍ଣର୍ ଏକମାତ୍ର ସ୍ପିନର୍ ଭାବେ ଟିମରେ ସ୍ଥାନ ପାଇଥିବା ବେଳେ ପେସର୍ ଭାବେ ମ୍ୟାକଗ୍ରା, ଆକ୍ରାମ ଓ ପୋଲକ ରହିଛନ୍ତି।

ହରଭଜନ ଟେଷ୍ଟ ବ୍ୟତୀତ ଟି-୨୦ ଦଳର ମଧ୍ୟ ଚୟନ କରିଛନ୍ତି। ହରଭଜନ ନିଜ ଟି-୨୦ ଦଳରେ ଚାରିଜଣ ଭାରତୀୟ ଖେଳାଳି ଯଥା ରୋହିତ୍ ଶର୍ମା, ବିରାଟ୍ କୋହଲି, ମହେନ୍ଦ୍ର ସିଂ ଧୋନି ଓ ଯଶପ୍ରୀତ ବୁମ୍ରାଙ୍କୁ ସ୍ଥାନ ପାଇଛନ୍ତି। ସେହିପରି ଏହି ଟିମରେ ୱେଷ୍ଟଇଣ୍ଡିଜର ତିନିଜଣ ଯଥା ଆନ୍ଦ୍ରେ ରସେଲ୍‌, ଡ୍ୱେନ୍ ବ୍ରାଭୋ ଓ ସୁନୀଲ ନରିନ୍ ସ୍ଥାନ ପାଇଥିବା ବେଳେ ଅଷ୍ଟ୍ରେଲିଆର ଡେଭିଡ୍ ୱାର୍ଣ୍ଣର, ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ୟାପଟେନ୍ ଏବି ଡି'ଭିଲିୟର୍ସ, ଇଂଲଣ୍ଡର ବେନ୍ ଷ୍ଟୋକ୍ସ, ଶ୍ରୀଲଙ୍କାର ଲସିଥ୍ ମାଲିଙ୍ଗା ସାମିଲ୍ ହୋଇଛନ୍ତି।

ହରଭଜନଙ୍କ ଟେଷ୍ଟ ଏକାଦଶ: ବୀରେନ୍ଦ୍ର ସେହ୍ୱାଗ, ମାଥ୍ୟୁ ହେଡେନ୍‌, ରାହୁଲ୍ ଡ୍ରାଭିଡ୍‌, ସଚିନ ତେନ୍ଦୁଲକର, ଜ୍ୟାକ୍ କାଲିସ୍‌, ରିକି ପଣ୍ଟିଂ (କ୍ୟାପଟେନ୍‌), କୁମାର ସାଙ୍ଗାକାରା (ୱିକେଟକିପର), ଶନ୍ ପୋଲକ୍‌, ଶେନ୍ ୱାର୍ଣ୍ଣ, ୱାସିମ୍ ଆକ୍ରାମ, ଗ୍ଲେନ୍ ମ୍ୟାକଗ୍ରା।

ହରଭଜନଙ୍କ ଟି-୨୦ ଏକାଦଶ: ଡେଭିଡ୍ ୱାର୍ଣ୍ଣର୍‌, ରୋହିତ୍ ଶର୍ମା, ବିରାଟ୍ କୋହଲି, ଏବି ଡି'ଭିଲିୟର୍ସ, ବେନ୍ ଷ୍ଟୋକ୍ସ, ଆନ୍ଦ୍ରେ ରସେଲ୍‌, ମହେନ୍ଦ୍ର ସିଂ ଧୋନି, ଡ୍ୱେନ୍ ବ୍ରାଭୋ, ଯଶପ୍ରୀତ ବୁମ୍ରା, ଲସିଥ୍ ମାଲିଙ୍ଗା, ସୁନୀଲ ନରିନ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos