ଥାଇଲ୍ୟାଣ୍ଡ୍ ପାରା ବ୍ୟାଡମିଣ୍ଟନ୍ ଇଣ୍ଟରନ୍ୟାଶନାଲ୍: ଓଡ଼ିଆ ଖେଳାଳିଙ୍କ ବିଜୟ ଅଭିଯାନ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଥାଇଲ୍ୟାଣ୍ଡର ବ୍ୟାଙ୍ଗକକ୍ ସହରର ହୁଆମାର୍କର ଇନଡୋର୍ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଛି ଥାଇଲ୍ୟାଣ୍ଡ୍ ପାରା ବ୍ୟାଡମିଣ୍ଟନ୍ ଇଣ୍ଟରନ୍ୟାଶନାଲ୍ ଚାମ୍ପିୟନଶିପ୍। ୨୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁଥିବା ଏହି ଚାମ୍ପିୟନଶିପର ପ୍ରଥମ ଦିବସରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ତିନି ଓଡ଼ିଆ ଖେଳାଳି ସିଙ୍ଗଲ୍ସରେ ବିଜୟ ସହ ଶୁଭାରମ୍ଭ କରିଛନ୍ତି। ନିକଟରେ ୱାର୍ଲ୍ଡ ପାରା ବ୍ୟାଡମିଣ୍ଟନ୍ ଚାମ୍ପିୟନଶିପରେ ଡବଲ୍ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରମୋଦ ଭଗତ, ଦିଲେଶ୍ୱର ରାଓ ଓ ଦୀପରଞ୍ଜନ ବିଶୋଇ ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ […]

pramod

Ranjit Kumar Jena
  • Published: Monday, 16 September 2019
  • , Updated: 16 September 2019, 08:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଥାଇଲ୍ୟାଣ୍ଡର ବ୍ୟାଙ୍ଗକକ୍ ସହରର ହୁଆମାର୍କର ଇନଡୋର୍ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଛି ଥାଇଲ୍ୟାଣ୍ଡ୍ ପାରା ବ୍ୟାଡମିଣ୍ଟନ୍ ଇଣ୍ଟରନ୍ୟାଶନାଲ୍ ଚାମ୍ପିୟନଶିପ୍। ୨୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁଥିବା ଏହି ଚାମ୍ପିୟନଶିପର ପ୍ରଥମ ଦିବସରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ତିନି ଓଡ଼ିଆ ଖେଳାଳି ସିଙ୍ଗଲ୍ସରେ ବିଜୟ ସହ ଶୁଭାରମ୍ଭ କରିଛନ୍ତି।

ନିକଟରେ ୱାର୍ଲ୍ଡ ପାରା ବ୍ୟାଡମିଣ୍ଟନ୍ ଚାମ୍ପିୟନଶିପରେ ଡବଲ୍ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରମୋଦ ଭଗତ, ଦିଲେଶ୍ୱର ରାଓ ଓ ଦୀପରଞ୍ଜନ ବିଶୋଇ ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପ୍ରମୋଦ ପ୍ରଥମ ରାଉଣ୍ଡରେ ଫ୍ରାନ୍ସର ଡେବାଭିଲାରୀ ଜାଭିୟରଙ୍କୁ ୨୧-୧୭, ୨୧-୧୮ ଗେମରେ ପରାସ୍ତ କରିଥିବା ବେଳେ ଦିଲେଶ୍ୱର ଥାଇଲ୍ୟାଣ୍ଡର ସୋମଚା ତାନାକୋନଙ୍କୁ ୨୧-୬, ୨୧-୧୨ ଗେମରେ ଏବଂ ଦୀପରଞ୍ଜନ ମ୍ୟାଲେସିୟାର ମହମ୍ମଦ ଅହମ୍ମଦ ସାହେରୀଙ୍କୁ ୨୧-୧୭, ୨୧-୧୦ ଗେମରେ ପରାସ୍ତ କରିଛନ୍ତି।

ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ଡବଲ୍ସ ଗ୍ରୁପ୍ ମ୍ୟାଚ୍ ଏବଂ ଅନ୍ୟ ସିଙ୍ଗଲ୍ସ ମ୍ୟାଚ୍ ଖେଳାଯିବ। ସୂଚନାଯୋଗ୍ୟ, ଏହି ଚାମ୍ପିୟନଶିପରେ ବିଭିନ୍ନ ଦେଶରୁ ମୋଟ ୨୪୫ଜଣ ଖେଳାଳି ଭାଗ ନେଇଛନ୍ତି।

Related story