ଭୁବନେଶ୍ୱରରେ ଚମକିବେ ୩ ଓଡ଼ିଆ ଖେଳାଳି: ସର୍ଦ୍ଦାର ସିଂ’ଙ୍କୁ ମିଳିଲାନି ସ୍ଥାନ 

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓ୍ୱାଲ୍ଡ ହକି ଲିଗ୍ ଫାଇନାଲ୍ସରେ ଖେଳିବେ ୩ ଓଡ଼ିଆ। ଆସନ୍ତା ମାସ ୧ ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଶୁକ୍ରବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ଅଭିଜ୍ଞ ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ ଏବଂ ଦୀପସାନ୍ ତିର୍କି ସ୍ଥାନ ପାଇଛନ୍ତି।  ସମ୍ପର୍ଣ୍ଣ ସୁସ୍ଥ ହେବା ପରେ ବୀରେନ୍ଦ୍ର ଲାକ୍ରା ଟିମକୁ ଫେରିଛନ୍ତି। ଘରୋଇ ମାଟିରେ ୩ ଓଡିଆ ତାରକା ଭଲ ପ୍ରଦର୍ଶନ […]

1510904290-Mens-Hockey-India-PTI

Rakesh Mallick
  • Published: Friday, 17 November 2017
  • , Updated: 17 November 2017, 04:33 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓ୍ୱାଲ୍ଡ ହକି ଲିଗ୍ ଫାଇନାଲ୍ସରେ ଖେଳିବେ ୩ ଓଡ଼ିଆ। ଆସନ୍ତା ମାସ ୧ ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଶୁକ୍ରବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ଅଭିଜ୍ଞ ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ ଏବଂ ଦୀପସାନ୍ ତିର୍କି ସ୍ଥାନ ପାଇଛନ୍ତି।  ସମ୍ପର୍ଣ୍ଣ ସୁସ୍ଥ ହେବା ପରେ ବୀରେନ୍ଦ୍ର ଲାକ୍ରା ଟିମକୁ ଫେରିଛନ୍ତି। ଘରୋଇ ମାଟିରେ ୩ ଓଡିଆ ତାରକା ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛନ୍ତି। ଦଳରେ ମନପ୍ରୀତ୍ ସିଂହଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ଏବଂ  ପୂର୍ବତନ ଅଧିନାୟକ ସର୍ଦ୍ଦାର ସିଂ ଦଳରେ ସ୍ଥାନ ପାଇନାହାନ୍ତିଁ। ସେ ଚଳିତ ବର୍ଷ ଖେଳରତ୍ନ ପୁରଷ୍କାର ପାଇଥିଲେ ମଧ୍ୟ ଦଳରେ ତାଙ୍କୁ ସ୍ଥାନ ନ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Related story