ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାନପୁର ଗ୍ରୀନ ପାର୍କରେ ଟିମ୍ ଇଣ୍ଡିଆର ଦମଦାର ବ୍ୟାଟିଂ। ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ ହରାଇ ଟିମ୍ ଇଣ୍ଡିଆ ସଂଗ୍ରହ କରିଛି ୩୩୭ ରନ୍। ଓପନର୍ ରୋହିତ ଶର୍ମା ଏବଂ ଅଧିନାୟକ ବିରାଟ କୋହଲିଙ୍କ ଆକର୍ଷଣୀୟ ଶତକ ବଳରେ ଟିମ୍ର ସ୍କୋର ୩୩୭ ରନରେ ପହଞ୍ଚିଥିଲା। ରୋହିତ ୧୪୭ ଓ ବିରାଟ ୧୧୩ ରନ୍ କରିଥିଲେ। ୨୯ ରନରେ ପ୍ରଥମ ୱିକେଟ ହରାଇଥିଲା ଟିମ୍ କିନ୍ତୁ ୨୩୦ ରନର ଲମ୍ବା ପାଟନରସିପ୍ ଖେଳିଥିଲେ ରୋହିତ ଏବଂ ବିରାଟ କୋହଲି। ଉଭୟଙ୍କ ଏହା ୪ର୍ଥ ୨୦୦ ରନ୍ ପାଟନରସିପ୍। ତେବେ ଗ୍ରୀନ ପାର୍କ ପିଚ୍ ବ୍ୟାଟିଂକୁ ସୁହାଉଥିବା ବେଳେ ବର୍ତ୍ତମାନ ମ୍ୟାଚ ସମ୍ପୂର୍ଣ୍ଣ ଭାବେ ଭାରତୀୟ ବୋଲର୍ଙ୍କ ଉପରେ ନିର୍ଭର କରିବ। ପୂର୍ବରୁ ସିରିଜ ୧-୧ରେ ବାରାବର ଥିବାବେଳ ଆଜିର ମ୍ୟାଚ ଜିତିବା ଦଳ ସରିଜକୁ କବ୍ଜା କରିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।