ରୋହିତଙ୍କ ୨୯ତମ ଶତକ, ବିଜୟ ଅଭିମୁଖେ ଭାରତ

ବେଙ୍ଗାଲୁରୁ: ଏଠାରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା କ୍ୟାରିୟରର ୨୯ତମ ଶତକ ପୂରଣ କରିଛନ୍ତି। ରୋହିତଙ୍କ ଶତକ ବଳରେ ଭାରତ ବିଜୟ ଅଭିମୁଖେ ଅଗ୍ରସର ହୋଇଛି। ୨୮୭ ରନର ଟାର୍ଗେଟର ପିଛା କରୁଥିବା ଭାରତ ରିପୋର୍ଟ ଲେଖା ହେଲା ବେଳକୁ ୩୨ ଓଭରରେ ୧ ୱିକେଟ୍ ୧୭୩ ରନ୍ କରିଛି। ରୋହିତ୍ ୧୦୯ ଓ କ୍ୟାପଟେନ୍ କୋହଲି ୩୮ ରନରେ ବ୍ୟାଟିଂ କରୁଛନ୍ତି। ଭାରତର ଏକମାତ୍ର ୱିକେଟ୍ […]

rohit

Ranjit Kumar Jena
  • Published: Sunday, 19 January 2020
  • , Updated: 19 January 2020, 07:54 PM IST

ବେଙ୍ଗାଲୁରୁ: ଏଠାରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା କ୍ୟାରିୟରର ୨୯ତମ ଶତକ ପୂରଣ କରିଛନ୍ତି। ରୋହିତଙ୍କ ଶତକ ବଳରେ ଭାରତ ବିଜୟ ଅଭିମୁଖେ ଅଗ୍ରସର ହୋଇଛି।

୨୮୭ ରନର ଟାର୍ଗେଟର ପିଛା କରୁଥିବା ଭାରତ ରିପୋର୍ଟ ଲେଖା ହେଲା ବେଳକୁ ୩୨ ଓଭରରେ ୧ ୱିକେଟ୍ ୧୭୩ ରନ୍ କରିଛି। ରୋହିତ୍ ୧୦୯ ଓ କ୍ୟାପଟେନ୍ କୋହଲି ୩୮ ରନରେ ବ୍ୟାଟିଂ କରୁଛନ୍ତି। ଭାରତର ଏକମାତ୍ର ୱିକେଟ୍ ଭାବେ ଓପନ୍ କରିବାକୁ ଆସିଥିବା ଲୋକେଶ ରାହୁଲ୍ ୧୯ ରନ୍ କରି ଆଉଟ୍ ହୋଇଛନ୍ତି।

ଏହା ପୂର୍ବରୁ ଅଷ୍ଟ୍ରେଲିଆ ଷ୍ଟିଭ୍ ସ୍ମିଥଙ୍କ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୮୬ ରନ୍ କରିଥିଲା। ସ୍ମିଥ୍ ସର୍ବାଧିକ ୧୩୦ ରନ୍ କରିଥିଲେ।

Related story