ଏସିଆନ୍ ଗ୍ରାଁ ପ୍ରିକ୍ସ: ୪ ଗୁଣା ୧୦୦ ମିଟର ରିଲେରେ ଶ୍ରାବଣୀ ଓ ଅମୀୟଙ୍କୁ ବ୍ରୋଞ୍ଜ୍

ଭୁବନେଶ୍ୱର: ଥାଇଲାଣ୍ଡରେ ଚାଲିଥିବା ଏସିଆନ୍ ଗ୍ରାଁ ପ୍ରିକ୍ସରେ ଓଡ଼ିଆ ଆଥଲେଟ୍ ଶ୍ରାବଣୀ ନନ୍ଦଙ୍କୁ ପୁଣି ମିଳିଛି ସଫଳତା। ୧୦୦ ମିଟର ଦୌଡ଼ରେ ବ୍ରୋଞ୍ଜ୍ ପଦକ ହାସଲ କରିଥିବା ଶ୍ରାବଣୀ ଆଜି ୪ ଗୁଣା ୧୦୦ ମିଟର ରିଲେ ଦୌଡ଼ରେ ମଧ୍ୟ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏସିଆନ ଗ୍ରାଁ ପ୍ରିକ୍ସରେ ସେ ଉଭୟ ୧୦୦ ମିଟର ଓ ୪ ଗୁଣା ୧୦୦ ରିଲେ ଦୌଡ଼ର ମହିଳା ବର୍ଗ ପାଇଁ ମନୋନୀତ ହୋଇଥିଲେ। ସେହିପରି ଏସିଆନ୍ ଗ୍ରାଁ ପ୍ରିକ୍ସର ପୁରୁଷ […]

srabani and amiya

Rakesh Mallick
  • Published: Thursday, 25 June 2015
  • , Updated: 25 June 2015, 03:08 PM IST

ଭୁବନେଶ୍ୱର: ଥାଇଲାଣ୍ଡରେ ଚାଲିଥିବା ଏସିଆନ୍ ଗ୍ରାଁ ପ୍ରିକ୍ସରେ ଓଡ଼ିଆ ଆଥଲେଟ୍ ଶ୍ରାବଣୀ ନନ୍ଦଙ୍କୁ ପୁଣି ମିଳିଛି ସଫଳତା। ୧୦୦ ମିଟର ଦୌଡ଼ରେ ବ୍ରୋଞ୍ଜ୍ ପଦକ ହାସଲ କରିଥିବା ଶ୍ରାବଣୀ ଆଜି ୪ ଗୁଣା ୧୦୦ ମିଟର ରିଲେ ଦୌଡ଼ରେ ମଧ୍ୟ ବ୍ରୋଞ୍ଜ ପଦକ ଜିତିଛନ୍ତି।

ଏସିଆନ ଗ୍ରାଁ ପ୍ରିକ୍ସରେ ସେ ଉଭୟ ୧୦୦ ମିଟର ଓ ୪ ଗୁଣା ୧୦୦ ରିଲେ ଦୌଡ଼ର ମହିଳା ବର୍ଗ ପାଇଁ ମନୋନୀତ ହୋଇଥିଲେ।

ସେହିପରି ଏସିଆନ୍ ଗ୍ରାଁ ପ୍ରିକ୍ସର ପୁରୁଷ ବର୍ଗର ୪ ଗୁଣା ୧୦୦ ରିଲେ ଦୌଡ଼ରେ ସାମିଲ ଅମୀୟ ମଧ୍ୟ ବ୍ରୋଞ୍ଜ ପଦକ ଜିତିଛନ୍ତି।

ଏହା ପୂର୍ବରୁ ଚୀନର ଉହାନ ଠାରେ ଶେଷ ହୋଇଥିବା ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପରେ ଶ୍ରାବଣୀ ନନ୍ଦ ୨୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ଜିତି ଥିଲେ। ସେହିପରି ଗତ ମେ’ ମାସରେ କର୍ଣ୍ଣାଟକରେ ଅନୁଷ୍ଠିତ ସିନିୟର ଆଥଲେଟ୍ ଚାମ୍ପିଅନସିପରେ ଉଭୟ ୧୦୦ ଓ ୨୦୦ ମିଟର ଦୌଡ଼ରେ ଶ୍ରାବଣୀ ସ୍ୱର୍ଣ୍ଣ ପଦକ ଜିତି ଥିଲେ।

Related story