ଟ୍ରାକ୍‌ରେ ସବୁଠାରୁ ଦ୍ରୁତ ବେଗରେ ଦୌଡ଼ନ୍ତି ଏହି ୪ ଓଡ଼ିଆ

ନୂଆଦିଲ୍ଲୀ: ଓଡ଼ିଆ ଆଥଲେଟ୍‌ ମାନେ ଦ୍ରୁତତମ। ଆଥଲେଟିକ୍ସ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ସର୍ବଭାରତୀୟ ଆଥଲେଟ୍‌ ରାଙ୍କିଂରୁ ଏହା ସ୍ପଷ୍ଟ ହୋଇଛି। ଏହି ରାଙ୍କରେ ଅମିୟ ମଲ୍ଲିକ, ଦୂତୀ ଚାନ୍ଦ, ଶ୍ରାବଣୀ ନନ୍ଦ ଏବଂ ପୂର୍ଣ୍ଣିମା ହେମ୍ବ୍ରମ ନିଜ ନିଜ ଇଭେଣ୍ଟରେ ପ୍ରଥମ ସ୍ଥାନରେ ରହିଛନ୍ତି। ୨୦୧୭ରେ ଶେଷ ହୋଇଥିବା ସମସ୍ତ ଜାତୀୟ ଏବଂ ଆନ୍ତର୍ଜାତିକ ପ୍ରତିଯୋଗିତାର ଟାଇମିଂକୁ ନେଇ ପ୍ରସ୍ତୁତ ହୋଇଛି ଟପ୍ ଟ୍ୱଣ୍ଟି ଆଥଲେଟ୍ସ ରାଙ୍କିଂ। ଏଥିରେ ପୁରୁଷ ୧୦୦ ମିଟର ଦୌଡ […]

Athlete

Rakesh Mallick
  • Published: Wednesday, 17 January 2018
  • , Updated: 17 January 2018, 08:43 PM IST

ନୂଆଦିଲ୍ଲୀ: ଓଡ଼ିଆ ଆଥଲେଟ୍‌ ମାନେ ଦ୍ରୁତତମ। ଆଥଲେଟିକ୍ସ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ସର୍ବଭାରତୀୟ ଆଥଲେଟ୍‌ ରାଙ୍କିଂରୁ ଏହା ସ୍ପଷ୍ଟ ହୋଇଛି। ଏହି ରାଙ୍କରେ ଅମିୟ ମଲ୍ଲିକ, ଦୂତୀ ଚାନ୍ଦ, ଶ୍ରାବଣୀ ନନ୍ଦ ଏବଂ ପୂର୍ଣ୍ଣିମା ହେମ୍ବ୍ରମ ନିଜ ନିଜ ଇଭେଣ୍ଟରେ ପ୍ରଥମ ସ୍ଥାନରେ ରହିଛନ୍ତି।

୨୦୧୭ରେ ଶେଷ ହୋଇଥିବା ସମସ୍ତ ଜାତୀୟ ଏବଂ ଆନ୍ତର୍ଜାତିକ ପ୍ରତିଯୋଗିତାର ଟାଇମିଂକୁ ନେଇ ପ୍ରସ୍ତୁତ ହୋଇଛି ଟପ୍ ଟ୍ୱଣ୍ଟି ଆଥଲେଟ୍ସ ରାଙ୍କିଂ। ଏଥିରେ ପୁରୁଷ ୧୦୦ ମିଟର ଦୌଡ ଇଭେଣ୍ଟରେ ଅମିୟ ମଲ୍ଲିକ ପ୍ରଥମ ସ୍ଥାନରେ ରହିଛନ୍ତି। ସେହିପରି ମହିଳା ୧୦୦ ମିଟର ଦୌଡ ଇଭେଣ୍ଟରେ ଦୂତୀ ଚାନ୍ଦ ପ୍ରଥମ ସ୍ଥାନରେ ରହିଥିବା ବେଳେ ଶ୍ରାବଣୀ ନନ୍ଦ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ମହିଳା ୨୦୦ ମିଟର ଦୌଡ ଇଭେଣ୍ଟରେ ଶ୍ରାବଣୀ ନନ୍ଦ ପ୍ରଥମ ସ୍ଥାନରେ ରହିଥିବା ବେଳେ ଦୂତୀ ଚାନ୍ଦ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ମହିଳା ୧୦୦ ମିଟର ହର୍ଡଲସ ଇଭେଣ୍ଟରେ ପୂର୍ଣ୍ଣିମା ହେମ୍ବ୍ରମ ପ୍ରଥମ ସ୍ଥାନରେ ରହିଥିବା ବେଳେ ହେପଟାଥେଲନ ଇଭେଣ୍ଟରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ମହିଳା ୪୦୦ ମିଟର ହର୍ଡଲସ ଇଭେଣ୍ଟରେ ଜଉନା ମୁର୍ମୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

Related story