ଫିଫା ବିଶ୍ୱକପ: ଶେଷ ମ୍ୟାଚ୍‌କୁ ଡ୍ର ରଖି ପ୍ରି-କ୍ୱାଟର୍‌ରେ ସ୍ପେନ୍‌ ଓ ପର୍ତ୍ତୁଗାଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଫା ବିଶ୍ୱକପ୍ର ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି ସ୍ପେନ୍ ଓ ପର୍ତ୍ତୁଗାଲ। ଗ୍ରୁପ୍-ବିରୁ ୨୦୧୦ ବିଜେତା ସ୍ପେନ୍ ଓ କ୍ରିଷ୍ଟିଆନ୍ ରୋନାଲ୍ଡୋଙ୍କ ଟିମ୍ ପର୍ତ୍ତୁଗାଲ ନିଜ ନିଜର ଶେଷ ଗ୍ରୁପ୍ ମ୍ୟାଚକୁ ଡ୍ରରେ ଶେଷ କରି ପ୍ରି-କ୍ୱାର୍ଟର ଫାଇନାଲକୁ ଯାଇଛନ୍ତି। ମରକ୍କୋ ସହିତ ସ୍ପେନ୍ ୨-୨ରେ ମ୍ୟାଚ ଡ୍ର କରିଥିବା ବେଳେ ଇରାନ୍ ସହିତ ୧-୧ରେ ମ୍ୟାଚ ଡ୍ର ରଖିଥିଲା ପର୍ତ୍ତୁଗାଲ। ସେହିପରି ତିନୋଟିରୁ ୩ଟିଯାକ ମ୍ୟାଚରେ ବିଜୟ ସହ ଉରୁଗୁଏ ଟିମ୍ ଗ୍ରୁପ୍ ଏର […]

t 16

t 16

Rakesh Mallick
  • Published: Tuesday, 26 June 2018
  • Updated: 26 June 2018, 05:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଫା ବିଶ୍ୱକପ୍ର ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି ସ୍ପେନ୍ ଓ ପର୍ତ୍ତୁଗାଲ। ଗ୍ରୁପ୍-ବିରୁ ୨୦୧୦ ବିଜେତା ସ୍ପେନ୍ ଓ କ୍ରିଷ୍ଟିଆନ୍ ରୋନାଲ୍ଡୋଙ୍କ ଟିମ୍ ପର୍ତ୍ତୁଗାଲ ନିଜ ନିଜର ଶେଷ ଗ୍ରୁପ୍ ମ୍ୟାଚକୁ ଡ୍ରରେ ଶେଷ କରି ପ୍ରି-କ୍ୱାର୍ଟର ଫାଇନାଲକୁ ଯାଇଛନ୍ତି। ମରକ୍କୋ ସହିତ ସ୍ପେନ୍ ୨-୨ରେ ମ୍ୟାଚ ଡ୍ର କରିଥିବା ବେଳେ ଇରାନ୍ ସହିତ ୧-୧ରେ ମ୍ୟାଚ ଡ୍ର ରଖିଥିଲା ପର୍ତ୍ତୁଗାଲ।

ସେହିପରି ତିନୋଟିରୁ ୩ଟିଯାକ ମ୍ୟାଚରେ ବିଜୟ ସହ ଉରୁଗୁଏ ଟିମ୍ ଗ୍ରୁପ୍ ଏର ବିଜେତା ଭାବେ ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। ଆୟୋଜକ ଋଷିଆକୁ ଏକତରଫା ଭାବେ ୩-୦ ଗୋଲରେ ପରାସ୍ତ କରି ଉରୁଗୁଏ ଏହି ସଫଳତା ହାସଲ କରିଛି। ପ୍ରଥମ ମ୍ୟାଚରେ ସାଉଦି ଆରବକୁ ୫-୦ ଓ ଦ୍ୱିତୀୟ ମ୍ୟାଚରେ ଇଜିପ୍ଟକୁ ୩-୧ରେ ଅତି ସହଜରେ ପରାସ୍ତ କରିଥିବା ଋଷିଆ ଗତ କାଲିର ମ୍ୟାଚରେ ଉରୁଗୁଏ ନିକଟରେ ସତେ ଯେମିତି ଆତ୍ମସମର୍ପଣ କରିଥିଲା।

ଗତ କାଲିର ଆଉ ଏକ ମ୍ୟାଚରେ ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି ସାଉଦି ଆରବ। ଇଜିପ୍ଟକୁ ୨-୧ରେ ହରାଇ ସାଉଦି ଆରବ ନିଜ ଗ୍ରୁପରେ ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛୁ ୪ଟି ଟିମ୍‌ ଏପର୍ଯ୍ୟନ୍ତ  ପ୍ରିକ୍ୱାଟର୍‌ରେ ପହଞ୍ଚିସାରିଛନ୍ତି। ଏହି ଦଳ ଗୁଡ଼ିକ ହେଲେ ସ୍ପେନ, ଆୟୋଜକ ଋଷିଆ, ଉରୁଗୁଏ ଓ ପର୍ତ୍ତୁଗାଲ। ଜୁନ ୩୦ ତାରିଖରେ ଉରୁଗୁଏ- ପର୍ତ୍ତୁଗାଲ ଓ ଜୁଲାଇ ୧ ତାରିଖରେ ସ୍ପେନ-ଋଷିଆ ମଧ୍ୟରେ ପ୍ରି-କ୍ୱାଟର ମ୍ୟାଚ୍‌ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos