ଢାକା: ବାଂଲାଦେଶରେ ୫୦ ଓଭର ବିଶିଷ୍ଟ ଦ୍ୱିତୀୟ ଶ୍ରେଣୀ ମ୍ୟାଚରେ ବ୍ୟାଟ୍ସମ୍ୟାନ୍ ୪୮ ଛକା ଏବଂ ୭୦ ଚୌକା ମାରିଛନ୍ତି, ଯାହା ବଳରେ ଏହି ମ୍ୟାଚରେ ମୋଟ ୮୧୮ ରନ୍ ହୋଇଛି। ଢାକାସ୍ଥ ସିଟି କ୍ଲବ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ଘରୋଇ ମ୍ୟାଚରେ ନର୍ଥ ବେଙ୍ଗଲ କ୍ରିକେଟ୍ ଏକାଡେମୀ ୪୬ ରନରେ ଟ୍ୟାଲେଣ୍ଟ୍ ହଣ୍ଟ କ୍ରିକେଟ୍ ଏକାଡେମୀକୁ ପରାସ୍ତ କରିଛି।
ନର୍ଥ ବେଙ୍ଗଲ କ୍ରିକେଟ୍ ଏକାଡେମୀ ପ୍ରଥମେ ବ୍ୟାଟିଂ କରି ୪ ୱିକେଟରେ ୪୩୨ ରନ୍ କରିଥିଲା। ଜବାବରେ ଟ୍ୟାଲେଣ୍ଟ୍ ହଣ୍ଟ କ୍ରିକେଟ୍ ଏକାଡେମୀ ୭ ୱିକେଟରେ ୩୮୬ ରନ୍ କରିବାକୁ ସକ୍ଷମ ହୋଇଥିଲା। ନର୍ଥ ବେଙ୍ଗଲର ଖେଳାଳିମାନେ ୨୭ ଏବଂ ବିରୋଧୀ ଟିମ୍ ୨୧ ଛକା ମାରିଥିଲେ।
ବାଂଲାଦେଶର ଘରୋଇ କ୍ରିକେଟ୍ ମ୍ୟାଚରେ ଅନେକଥର ଅପ୍ରତ୍ୟାଶିତ ଫଳାଫଳ ଦେଖିବାକୁ ମିଳିଛି। ଏହି କାରଣରୁ ଏଠାରେ ମ୍ୟାଚ୍ ଫିକ୍ସିଂ ଅଭିଯୋଗ ଲାଗିବା ସାଧାରଣ କଥା। ଏହା ପୂର୍ବରୁ ୨୦୧୭ରେ ଏଠାରେ ଏକ ମ୍ୟାଚ୍ ବେଳେ ଜଣେ ବୋଲର ୱାଇଡ୍ ଏବଂ ନୋ' ବଲ୍ ଦ୍ୱାରା ୯୨ ରନ୍ ବ୍ୟୟ କରିଥିଲେ ଏବଂ ଏହି କାରଣରୁ ତାଙ୍କ ଉପରେ ୧୦ ବର୍ଷର ବାସନ୍ଦାଦେଶ ଲାଗିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ନୂଆବର୍ଷରେ ଚାଷୀଙ୍କୁ ବଡ଼ ଉପହାର, ଫସଲ ବୀମା ସହାୟତା ରାଶି ବଢାଇଲେ ମୋଦି ସରକାର
ଡିଏପି ସାର ଉପରେ ମିଶିବ ଅତିରିକ୍ତ ସବସିଡି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଯୋଡ଼ିହେବେ ଆଉ ୪ କୋଟି କୃଷକ।
Weather
୧୯୦୧ ମସିହା ପରେ ସବୁଠୁ ଉତ୍ତପ୍ତ ବର୍ଷ ଥିଲା ୨୦୨୪
୨୦୨୪ ଅକ୍ଟୋବର-ନଭେମ୍ବର ବି ଭାଙ୍ଗିଛି ଗରମର ସବୁ ରେକର୍ଡ। ୨୦୧୬ ତାପମାତ୍ରା ରେକର୍ଡକୁ ମଧ୍ୟ ଏହା ଅତିକ୍ରମ କରିଛି।
National
କେଉଁଠି ହେବ ମନମୋହନଙ୍କ ସ୍ମାରକ ସ୍ଥଳୀ? ଏହି ସବୁ ସ୍ଥାନ ନେଇ ପରିବାରକୁ ପ୍ରସ୍ତାବ ଦେଲା କେନ୍ଦ୍ର
ଗତ ଡିସେମ୍ବର ୨୬ ତାରିଖରେ ୯୨ ବର୍ଷ ବୟସରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ ଘଟିଥିଲା।
Crime
ଭାରତ ଆସିବ ୨୬/୧୧ ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତହବୁର ହୁସେନ
ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ରାଣାକୁ ଭାରତ ପଠାଇବାକୁ ଆମେରିକାର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
Crime
'ମାଆ ଓ ଭଉଣୀଙ୍କ ସମ୍ମାନ ବଞ୍ଚାଇଲି'; ଲକ୍ଷ୍ନୌ ହତ୍ୟାକାଣ୍ଡ ଅଭିଯୁକ୍ତର ଭିଡିଓ ଭାଇରାଲ
ନିଜ ମାଆ ଓ ୪ ଭଉଣୀଙ୍କୁ ମାରିବା ପରେ ଭିଡିଓ କରି ଅଭିଯୁକ୍ତ କହିଲା ସେମାନଙ୍କୁ ଦଲାଲମାନେ ବିକ୍ରି କରିଦେଇଥାନ୍ତେ। ତାଙ୍କ ସମ୍ମାନ ବଞ୍ଚାଇବାକୁ ଯାଇ ମାରିଦେଲି।