ଚତୁର୍ଥ ଦିନିକିଆ ଜିତିଲା ଦକ୍ଷିଣ ଆଫ୍ରିକା-ଏ

ଥିରୁଅନନ୍ତପୁରମ୍: ଶିଖର ଧୱନଙ୍କ ଧୂଆଁଧାର ୫୨ ରନର ଇନିଂସ୍ ସତ୍ତ୍ୱେ ଭାରତ-ଏ ବର୍ଷା ବାଧାପ୍ରାପ୍ତ ଚତୁର୍ଥ ଅନଅଫିସିଆଲ୍ ଦିନିକିଆ ମ୍ୟାଚରେ ଦକ୍ଷିଣ ଆଫ୍ରିକା-ଏ ନିକଟରୁ ଡକୱର୍ଥ ଲୁଇଦ୍ ପଦ୍ଧତିରେ ୪ ରନରେ ପରାସ୍ତ ହୋଇଛି। ଧୱନଙ୍କ ଫର୍ମକୁ ଫେରିବା ସହ ଅର୍ଦ୍ଧଶତକ ମାରିଥିବା ବେଳେ ଶିବମ ଦୁବେ ଦ୍ରୁତ ୩୧ ରନର ଯୋଗଦାନ କରିଥିଲେ ହେଁ ବଡ଼ ଭାଗୀଦାରୀ ନବେହା କାରଣରୁ ଭାରତ-ଏ ୨୫ ଓଭରରେ ସଂଶୋଧିତ ୧୯୩ ରନର ଟାର୍ଗେଟକୁ ହାସଲ କରିବାରେ ବିଫଳ ହୋଇଥିଲା। […]

dhawan

Ranjit Kumar Jena
  • Published: Thursday, 05 September 2019
  • , Updated: 05 September 2019, 06:03 PM IST

ଥିରୁଅନନ୍ତପୁରମ୍: ଶିଖର ଧୱନଙ୍କ ଧୂଆଁଧାର ୫୨ ରନର ଇନିଂସ୍ ସତ୍ତ୍ୱେ ଭାରତ-ଏ ବର୍ଷା ବାଧାପ୍ରାପ୍ତ ଚତୁର୍ଥ ଅନଅଫିସିଆଲ୍ ଦିନିକିଆ ମ୍ୟାଚରେ ଦକ୍ଷିଣ ଆଫ୍ରିକା-ଏ ନିକଟରୁ ଡକୱର୍ଥ ଲୁଇଦ୍ ପଦ୍ଧତିରେ ୪ ରନରେ ପରାସ୍ତ ହୋଇଛି। ଧୱନଙ୍କ ଫର୍ମକୁ ଫେରିବା ସହ ଅର୍ଦ୍ଧଶତକ ମାରିଥିବା ବେଳେ ଶିବମ ଦୁବେ ଦ୍ରୁତ ୩୧ ରନର ଯୋଗଦାନ କରିଥିଲେ ହେଁ ବଡ଼ ଭାଗୀଦାରୀ ନବେହା କାରଣରୁ ଭାରତ-ଏ ୨୫ ଓଭରରେ ସଂଶୋଧିତ ୧୯୩ ରନର ଟାର୍ଗେଟକୁ ହାସଲ କରିବାରେ ବିଫଳ ହୋଇଥିଲା। ପରାଜୟ ସତ୍ତ୍ୱେ ଭାରତ ସିରିଜରେ ୩-୧ରେ ଆଗୁଆ ରହିଛି।

ବୁଧବାର ଦକ୍ଷିଣ ଆଫ୍ରିକା ୨୫ ଓଭରରେ ୧ ୱିକେଟ୍ ହରାଇ ୧୩୭ ରନ୍ କରିଥିଲା। ତେବେ ଡିଏଲ୍ ନିୟମ ଅନୁଯାୟୀ ଭାରତ ଆଗରେ ୧୯୩ ରନର ଲକ୍ଷ୍ୟ ରଖାଯାଇଥିଲା। ଭାରତ ୭.୪ ଓଭରରେ ୧ ୱିକେଟ୍ ହରାଇ ୫୬ ରନ୍ କରିଥିବା ବେଳେ ବର୍ଷା ହୋଇଥିଲା। ଫଳରେ ମ୍ୟାଚକୁ ରିଜର୍ଭ ଡେ'ରେ ରଖାଯାଇଥିଲା।

ଆଜି ଭାରତ ଏକ ସମୟରେ ୨୦ ଓଭରରେ ୩ ୱିକେଟ୍ ହରାଇ ୧୬୧ ରନ୍ କରି ବିଜୟ ନିକଟତର ପହଞ୍ଚିଥିଲା। କିନ୍ତୁ ଏହା ପରେ ଲଗାତାର ୱିକେଟ୍ ହରାଇବା ଦ୍ୱାରା ଭାରତ ନିର୍ଦ୍ଧାରିତ ୨୫ ଓଭରରେ ୯ ୱିକେଟ୍ ହରାଇ ୧୮୮ ରନ୍ କରିବାକୁ ସକ୍ଷମ ହୋଇଥିଲା। ଧୱନ୍ ନିଜର ଅର୍ଦ୍ଧଶତକୀୟ ଇନିଂସରେ ୪୩ ବଲରେ ୮ ଚୌକା ମାରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଶୁବମାନ୍ ଗିଲ୍ ୧୨, ପ୍ରଶାନ୍ତ ଚୋପ୍ରା ୨୬, କ୍ୟାପଟେନ୍ ଶ୍ରେୟସ୍ ଆୟର୍ ୨୬, ଦୁବେ ୩୧ (୧୭ ବଲ୍, ୩ ଚୌକା, ୨ ଛକା) ଓ ରାହୁଲ୍ ଚହର୍ ଅପରାଜିତ ୧୭ ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଆନରିଚ୍ ନର୍ଟଜେ, ମାର୍କୋ ଜାନସେନ୍ ଓ ଲୁଥୋ ୩ଟି ଲେଖାଏ ୱିକେଟ୍ ନେଇଥିଲେ।

Related story