ଏସିଆନ୍ ଆଥଲେଟିକ୍ ଚାମ୍ପିୟନ୍ସିପ୍: ଭାରତୀୟ ଦଳରେ ୫ ଓଡ଼ିଆ, ସେପଟେ ଉଦଘାଟନୀ ମ୍ୟାଚ ପାଇଁ ଟିକେଟ୍‌ ଶେଷ

ଭୁବନେଶ୍ୱର: ଏସିଆନ୍ ଆଥଲେଟିକ୍‌ ଚାମ୍ପିଅନ୍ସିପ୍ ପାଇଁ ଘୋଷିତ ହୋଇଛି ୯୫ ଜଣିଆ ଭାରତୀୟ ଆଥଲେଟ୍ ଦଳ। ଏଥିରେ ସ୍ଥାନ ପାଇଛନ୍ତି ଓଡିଶାର ୫ଜଣ ଆଥଲେଟ୍।  ସେମାନେ ହେଲେ ଦୂତୀ ଚାନ୍ଦ, ଶ୍ରାବଣୀ ନନ୍ଦ, ଅମୀୟ ମଲ୍ଲିକ, ପୂର୍ଣ୍ଣିମା ହେମ୍ବ୍ରମ୍ ଓ ଜଉନା ମୂର୍ମୁ । ଅମୀୟ, ଶ୍ରାବଣୀ ଓ ଦୂତୀ ୧୦୦, ୨୦୦ ଓ ୪ ଗୁଣା ୧୦୦ ମିଟର ରିଲେରେ ଭାଗନେବେ ସେହିପରି ଜଉନା ମୂର୍ମୁ ୪୦୦ମିଟର ହର୍ଡଲ୍ସ୍ ଓ ପୂର୍ଣ୍ଣିମା ହେମ୍ବ୍ରମ୍ ହେପ୍ଟାଥାଲନ୍ ଇଭେଣ୍ଟରେ […]

ks

Rakesh Mallick
  • Published: Wednesday, 28 June 2017
  • , Updated: 28 June 2017, 09:12 PM IST

ଭୁବନେଶ୍ୱର: ଏସିଆନ୍ ଆଥଲେଟିକ୍‌ ଚାମ୍ପିଅନ୍ସିପ୍ ପାଇଁ ଘୋଷିତ ହୋଇଛି ୯୫ ଜଣିଆ ଭାରତୀୟ ଆଥଲେଟ୍ ଦଳ। ଏଥିରେ ସ୍ଥାନ ପାଇଛନ୍ତି ଓଡିଶାର ୫ଜଣ ଆଥଲେଟ୍।  ସେମାନେ ହେଲେ ଦୂତୀ ଚାନ୍ଦ, ଶ୍ରାବଣୀ ନନ୍ଦ, ଅମୀୟ ମଲ୍ଲିକ, ପୂର୍ଣ୍ଣିମା ହେମ୍ବ୍ରମ୍ ଓ ଜଉନା ମୂର୍ମୁ । ଅମୀୟ, ଶ୍ରାବଣୀ ଓ ଦୂତୀ ୧୦୦, ୨୦୦ ଓ ୪ ଗୁଣା ୧୦୦ ମିଟର ରିଲେରେ ଭାଗନେବେ ସେହିପରି ଜଉନା ମୂର୍ମୁ ୪୦୦ମିଟର ହର୍ଡଲ୍ସ୍ ଓ ପୂର୍ଣ୍ଣିମା ହେମ୍ବ୍ରମ୍ ହେପ୍ଟାଥାଲନ୍ ଇଭେଣ୍ଟରେ ଭାଗନେବେ। ଆସନ୍ତା ୫ ତାରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉଦଘାଟନ ହେବ ଏସିଆନ୍ ଆଥଲେଟିକ୍‌ ଚାମ୍ପିୟନ୍ସିପ୍।

ସେପଟେ ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନ୍ସିପ୍ର ଉଦ୍ଘାଟନୀ ଉତ୍ସବରେ ଲୋକପ୍ରିୟ ଗୀତ ରଙ୍ଗବତୀ ପରିବେଷଣକୁ ନେଇ ବିବାଦ ତୁଟିଛି। ଗୀତର ମୂଳ ଦୁଇ କଣ୍ଠଶିଳ୍ପୀ ଓ ନିର୍ଦ୍ଦେଶକଙ୍କ ସହ ସମ୍ବଲପୁର ଜିଲ୍ଲାପାଳଙ୍କ ଆଲୋଚନା ପରେ ଏଥିପାଇଁ ଅନୁମତି ମିଳିଛି।  ଫଳରେ ବଲିଉଡ୍‌ର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶଙ୍କର-ଏହସାନ୍-ଲୟ  ଉଦଘାଟନୀ କାର୍ଯ୍ୟକ୍ରମରେ ରଙ୍ଗବତୀ ଗୀତକୁ ନିଜ ଷ୍ଟାଇଲରେ ଗାଇବା କାର୍ଯ୍ୟକ୍ରମ ରହିଛି।

ସେପଟେ ଉଦଘାଟନୀ ଉତ୍ସବର ଟିକେଟ୍ ନ ମିଳିବାରୁ ଆଜି ଷ୍ଟାଡିୟମ୍ ଆଗରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଦିନ ୧୨ଟା ୩୦ରେ ଟିକେଟ୍ କାଉଣ୍ଟର ଖୋଲିଥିଲେ ହେଁ ଉଦଘାଟନୀ ଉତ୍ସବ ପାଇଁ  ଟିକେଟ୍ ସରିଯାଇଥିବା କୁହାଯାଇଥିଲା ଯାହାକୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Related story