ସିରିଜରେ ଖେଳୁଛନ୍ତି ୬ ଗୁଜରାଟୀ କ୍ରିକେଟର୍‌: ୫ଜଣ ଟିମ୍‌ ଇଣ୍ଡିଆରୁ ଏବଂ ଜଣେ ଆଫ୍ରିକା ଦଳରୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସେଞ୍ଚୁରିଆନ ଠାରେ ଦ୍ୱିତୀୟ ଟେଷ୍ଟ ଖେଳାଯାଉଛି। ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି ଏହି ଟେଷ୍ଟ। ଦକ୍ଷିଣ ଆଫ୍ରିକା ସପକ୍ଷରେ ମ୍ୟାଚ୍‌ ଥିବା ବେଳେ ଭାରତ ନିଜ ସପକ୍ଷରେ ମ୍ୟାଚ୍‌ ଆଣିବା ପାଇଁ ପ୍ରୟାସ ଜାରିରଖିଛି। ଶେଷ ଦିନରେ ବିଜୟ ପାଇଁ ଭାରତକୁ ୨୫୨ ରନର ଆବଶ୍ୟକତା ରହିଛି, ହାତରେ ଅଛି ମାତ୍ର ୭ ୱିକେଟ୍‌। ଦକ୍ଷିଣ ଆଫ୍ରିକା ଭଳି ପିଚ୍‌ରେ ଟିମ୍‌ର ପ୍ରଦର୍ଶନ ଏହି ମ୍ୟାଚରେ ସେତେଟା […]

195315-ravindra-jadeja-team

Ordigital Desk
  • Published: Wednesday, 17 January 2018
  • , Updated: 17 January 2018, 11:34 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସେଞ୍ଚୁରିଆନ ଠାରେ ଦ୍ୱିତୀୟ ଟେଷ୍ଟ ଖେଳାଯାଉଛି। ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି ଏହି ଟେଷ୍ଟ। ଦକ୍ଷିଣ ଆଫ୍ରିକା ସପକ୍ଷରେ ମ୍ୟାଚ୍‌ ଥିବା ବେଳେ ଭାରତ ନିଜ ସପକ୍ଷରେ ମ୍ୟାଚ୍‌ ଆଣିବା ପାଇଁ ପ୍ରୟାସ ଜାରିରଖିଛି। ଶେଷ ଦିନରେ ବିଜୟ ପାଇଁ ଭାରତକୁ ୨୫୨ ରନର ଆବଶ୍ୟକତା ରହିଛି, ହାତରେ ଅଛି ମାତ୍ର ୭ ୱିକେଟ୍‌। ଦକ୍ଷିଣ ଆଫ୍ରିକା ଭଳି ପିଚ୍‌ରେ ଟିମ୍‌ର ପ୍ରଦର୍ଶନ ଏହି ମ୍ୟାଚରେ ସେତେଟା ଖରାପ ନାହିଁ। ଯାହା ମ୍ୟାଚକୁ ଅଧିକ ରୋମାଞ୍ଚକର କରିଦେଇଛି।

ହେଲେ ଏହି ସିରିଜରେ ଏଭଳି କିଛି ଅଜଣା କଥା ରହିଛି ଯାହା ଆପଣଙ୍କୁ ଚକିତ କରିବ। ଭାରତ ଓ ଦକ୍ଷିଣ ଆଫ୍ରିକା ସିରିଜରେ ୬ଜଣ ଗୁଜରାଟୀ କ୍ରିକେଟର୍‌ ଖେଳୁଛନ୍ତି। ଏହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଉଥିବେ, କିନ୍ତୁ କଥାଟି ସତ। ସେଞ୍ଚୁରିଆନ ଟେଷ୍ଟରେ ୫ଜଣ ଗୁଜରାଟୀ ଖେଳୁଛନ୍ତି। ଯେଉଁଥିରେ ୪ଜଣ ଭାରତରୁ ଏବଂ ଜଣେ ଖେଳାଳି ଦକ୍ଷିଣ ଆଫ୍ରିକା ଦଳରୁ ଖେଳୁଛନ୍ତି।

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଚେତେଶ୍ୱର ପୂଜାରା, ପାର୍ଥିବ ପଟେଲ, ବୁମ୍‌ରା, ହାର୍ଦ୍ଦିକ ପାଣ୍ଡ୍ୟା ଦ୍ୱିତୀୟ ଟେଷ୍ଟରେ ଟିମ୍‌ ଇଣ୍ଡିଆ ପକ୍ଷରୁ ଖେଳୁଛନ୍ତି। ଏହି ଖେଳାଳିଙ୍କ ଘର ଗୁଜରାଟର। ରବିନ୍ଦ୍ର ଜାଡ଼େଜା ଏହି ମ୍ୟାଚ୍‌ରେ ଟିମ୍‌ ଇଲେଭେନରେ ନାହିଁନ୍ତି, କିନ୍ତୁ ଭାରତୀୟ ଦଳରେ ସ୍ଥାନ ପାଇ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି । ଜାଡେଜାଙ୍କ ଘର ବି ଗୁଜରାଟର। ଅନ୍ୟପଟେ ହାସିମ ଆମ୍‌ଲା ଦକ୍ଷିଣ ଆଫ୍ରିକା ଦଳ ପକ୍ଷରୁ ଖେଳୁଛନ୍ତି। ହାସିମ ଆମ୍‌ଲାଙ୍କ ପୂର୍ବଜ ମଧ୍ୟ ଗୁଜରାଟର ବାସିନ୍ଦା ଥିଲେ।

Related story