ଆଶେସ୍ ସିରିଜରେ ୱାର୍ଣ୍ଣରଙ୍କ ପାଇଁ କାଳ ହେଲେ ଏହି ବୋଲର୍

ଲଣ୍ଡନ: ଅଷ୍ଟ୍ରେଲିଆର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣରଙ୍କ ପାଇଁ ଚଳିତ ଆଶେସ୍ ସିରିଜ୍ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ନିକଟରେ ଶେଷ ହୋଇଥିବା ବିଶ୍ୱକପରେ ଚମତ୍କାର ବ୍ୟାଟିଂ କରିଥିବା ୱାର୍ଣ୍ଣର୍ ଆଶେସ୍ ସିରିଜରେ ନିଜର ବ୍ୟାଟିଂ ଯାଦୁ ଦେଖାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଆଶେସ୍ ସିରିଜର ପାଞ୍ଚ ମ୍ୟାଚରେ ୧୦ ଇନିଂସ୍ ମଧ୍ୟରୁ ତାଙ୍କୁ ସାତଥର ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍ ଆଉଟ୍ କରିଛନ୍ତି । ନାଲି ବଲର କ୍ରିକେଟରେ କେବଳ ୬ଜଣ ବୋଲର ହିଁ କୌଣସି ଜଣେ ବ୍ୟାଟ୍ସମ୍ୟାନଙ୍କୁ […]

warner

Ranjit Kumar Jena
  • Published: Sunday, 15 September 2019
  • , Updated: 15 September 2019, 09:06 PM IST

ଲଣ୍ଡନ: ଅଷ୍ଟ୍ରେଲିଆର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣରଙ୍କ ପାଇଁ ଚଳିତ ଆଶେସ୍ ସିରିଜ୍ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ନିକଟରେ ଶେଷ ହୋଇଥିବା ବିଶ୍ୱକପରେ ଚମତ୍କାର ବ୍ୟାଟିଂ କରିଥିବା ୱାର୍ଣ୍ଣର୍ ଆଶେସ୍ ସିରିଜରେ ନିଜର ବ୍ୟାଟିଂ ଯାଦୁ ଦେଖାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।

ଆଶେସ୍ ସିରିଜର ପାଞ୍ଚ ମ୍ୟାଚରେ ୧୦ ଇନିଂସ୍ ମଧ୍ୟରୁ ତାଙ୍କୁ ସାତଥର ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍ ଆଉଟ୍ କରିଛନ୍ତି । ନାଲି ବଲର କ୍ରିକେଟରେ କେବଳ ୬ଜଣ ବୋଲର ହିଁ କୌଣସି ଜଣେ ବ୍ୟାଟ୍ସମ୍ୟାନଙ୍କୁ ଗୋଟିଏ ସିରିଜରେ ସାତଥର ଆଉଟ୍ କରିଛନ୍ତି। ବ୍ରଡ୍ ଏବେ ଏହି ତାଲିକାରେ ନିଜକୁ ସାମିଲ୍ କରିଛନ୍ତି।

୧୯୩୫/୩୬ରେ ଜେ ସିଡଲଙ୍କୁ ସି ଗ୍ରିମେଟ୍ ସାତଥର ଆଉଟ୍ କରିଥିବା ବେଳେ ୧୯୬୦ରେ ଟି. ଗୋଡାର୍ଡଙ୍କୁ ବି. ଷ୍ଟାଥମ, ୧୯୮୯ରେ ଡେଭିଡ୍ ଗାୱାରଙ୍କୁ ଗ୍ୟାର ଲାର୍ସନ୍, ୧୯୯୭ରେ ମାଇକ୍ ଆଥରଟନଙ୍କୁ ଗ୍ଲେନ୍ ମ୍ୟାକଗ୍ରା, ୨୦୧୭/୧୮ରେ ମୋଇନ୍ ଅଲୀଙ୍କୁ ନେଥନ ଲାୟନ୍ ଏବଂ ୨୦୧୯ରେ ୱାର୍ଣ୍ଣରଙ୍କୁ ଷ୍ଟୁଆର୍ଟ ବ୍ରଡ୍ ସାତଥର ଗୋଟିଏ ସିରିଜରେ ଆଉଟ୍ କରିଛନ୍ତି।

ବ୍ରଡଙ୍କ ବ୍ୟବୀତ ୱାର୍ଣ୍ଣରଙ୍କୁ ଚଳିତ ସିରିଜରେ ଜୋଫ୍ରା ଆର୍ଚର୍ ତିନିଥର ଆଉଟ୍ କରିଛନ୍ତି। ଏହାସହ ବ୍ରଡ୍ ଟେଷ୍ଟ କ୍ୟାରିୟରରେ ସର୍ବାଧିକଥର ୱାର୍ଣ୍ଣରଙ୍କୁ ହିଁ ଆଉଟ୍ କରିଛନ୍ତି। ସେ ୱାର୍ଣ୍ଣରଙ୍କୁ ମୋଟ ୧୨ଥର ନିଜର ଶିକାର ବନାଇଥିବା ବେଳେ ମାଇକେଲ୍ କ୍ଲାର୍କଙ୍କୁ ୧୧ଥର, ଏବି ଡି'ଭିଲିୟର୍ସଙ୍କୁ ୧୦ଥର ଏବଂ ରସ୍ ଟେଲରଙ୍କୁ ୧୦ଥର ଆଉଟ୍ କରିଛନ୍ତି।

ଚଳିତ ସିରିଜରେ ୱାର୍ଣ୍ଣର୍ ୧୦ ଇନିଂସରେ ୯.୫୦ ହାରରେ ମାତ୍ର ୯୫ ରନ୍ କରିଛନ୍ତି। ଏଥର ତାଙ୍କର ସର୍ବାଧିକ ସ୍କୋର ୬୧ ରନ୍ ରହିଛି। ଏଥିମଧ୍ୟରୁ ସେ ମାତ୍ର ୨ଟି ମ୍ୟାଚରେ ଦୁଇଅଙ୍କ ଛୁଇଁଛନ୍ତି। ୮ଥର ସେ ୧୦ରୁ କମ୍ ରନରେ ଆଉଟ୍ ହୋଇଛନ୍ତି, ଯେଉଁଥିରେ ତିନିଥର ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଛନ୍ତି।

Related story