କୁନି ପ୍ରଶଂସକଙ୍କଠାରୁ ଅଟୋଗ୍ରାଫ୍ ନେଲେ ବିରାଟ୍, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ମଇଦାନରେ ହୁଏତ ଆକ୍ରମଣାତ୍ମକ ଲାଗନ୍ତି, କିନ୍ତୁ ମଇଦାନ ବାହାରେ ତାଙ୍କ ବ୍ୟବହାର ସମ୍ପୂର୍ଣ୍ଣ ଅଲଗା। କୋହଲିଙ୍କର ପ୍ରଶଂସକ କେବଳ ଦେଶରେ ଦୁହେଁ ସାରା ବିଶ୍ୱରେ ଅଛନ୍ତି। ଏହି ତାଲିକାରେ କୁନି ପ୍ରଶଂସକ ମଧ୍ୟ ସାମିଲ ଅଛନ୍ତି। ଏବେ ବିରାଟଙ୍କର ଏକ ଭିଡିଓ ସୋଶାଲ ମିଡିଆରେ ଖୁବ୍ ହେବାରେ ଲାଗିଛି, ଯେଉଁଥିରେ ସେ ଜଣେ କୁନି କ୍ରିକେଟ୍ ପ୍ରଶଂସକଠାରୁ ଅଟୋଗ୍ରାଫ୍ ନେଉଛନ୍ତି। ଅମିତ୍ ନାମକ ଜଣେ ୟୁଜର୍ ଟ୍ୱିଟରରେ ଏହି […]

virat1

Ranjit Kumar Jena
  • Published: Tuesday, 03 September 2019
  • , Updated: 03 September 2019, 08:53 PM IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ମଇଦାନରେ ହୁଏତ ଆକ୍ରମଣାତ୍ମକ ଲାଗନ୍ତି, କିନ୍ତୁ ମଇଦାନ ବାହାରେ ତାଙ୍କ ବ୍ୟବହାର ସମ୍ପୂର୍ଣ୍ଣ ଅଲଗା। କୋହଲିଙ୍କର ପ୍ରଶଂସକ କେବଳ ଦେଶରେ ଦୁହେଁ ସାରା ବିଶ୍ୱରେ ଅଛନ୍ତି। ଏହି ତାଲିକାରେ କୁନି ପ୍ରଶଂସକ ମଧ୍ୟ ସାମିଲ ଅଛନ୍ତି। ଏବେ ବିରାଟଙ୍କର ଏକ ଭିଡିଓ ସୋଶାଲ ମିଡିଆରେ ଖୁବ୍ ହେବାରେ ଲାଗିଛି, ଯେଉଁଥିରେ ସେ ଜଣେ କୁନି କ୍ରିକେଟ୍ ପ୍ରଶଂସକଠାରୁ ଅଟୋଗ୍ରାଫ୍ ନେଉଛନ୍ତି।

ଅମିତ୍ ନାମକ ଜଣେ ୟୁଜର୍ ଟ୍ୱିଟରରେ ଏହି ଭିଡିଓ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ମୋର ୭ ବର୍ଷର ଭଣଜା, ଟେଷ୍ଟ ମ୍ୟାଚ୍ ବେଳେ ଜାମାଇକାରେ ଥିଲା। ମ୍ୟାଚ୍ ପରେ ଅନାଚକ୍ ମୋ ଭଣଜା ବିରାଟଙ୍କ ପାଖରେ ପହଞ୍ଚିଯାଇଥିଲା ଏବଂ କହିଲା, 'କ'ଣ ଆପଣ ମୋର ଅଟୋଗ୍ରାଫ୍ ନେଇପାରିବେ କି?'

ଭିଡିଓରେ ବିରାଟଙ୍କ ସହ ତାଙ୍କ ପତ୍ନୀ ଓ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଏହି ସମୟରେ ପାଖରେ ଛିଡ଼ା ହୋଇଥିବା ଆଉଜଣେ ପ୍ରଶଂସକ ବିରାଟଙ୍କର ଅଟୋଗ୍ରାଫ୍ ନେବାକୁ କହିଥିଲେ। ଜବାବରେ ବିରାଟ କହିଥିଲେ, ରୁହ ମୁଁ ତା'ଠାରୁ (କୁନି ପ୍ରଶଂସକ) ଅଟୋଗ୍ରାଫ୍ ନେବାକୁ ଚାହୁଁଛି। ଏହା ପରେ ବିରାଟ ପୁଣି କହିଥିଲେ, ଆରେ ବାହ୍ କେବେ ବଢ଼ିଆ।

ସୂଚନାଯୋଗ୍ୟ, ବିରାଟଙ୍କ ନେତୃତ୍ୱରେ ସୋମବାର ଭାରତୀୟ କ୍ରିକେଟ୍ ଟିମ୍ ଦ୍ୱିତୀୟ ଟେଷ୍ଟରେ ୱେଷ୍ଟଇଣ୍ଡିଜକୁ ୨୫୭ ରନରେ ପରାସ୍ତ କରି ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୦ରେ କ୍ଲିନ୍ ସୁଇପ୍ କରିଥିଲା।

Related story