ନୂଆଦିଲ୍ଲୀ: ରିଓ ଅଲିମ୍ପିକ୍ ପୂର୍ବରୁ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ପାଇଁ ୮ଜଣ ପ୍ରଶିକ୍ଷକ ଓ ସପୋଟିଂ କର୍ମଚାରୀ ନିତାନ୍ତ ଆବଶ୍ୟକ ବୋଲି କହିଛନ୍ତି ହକି ଇଣ୍ଡିଆର ସଭାପତି ନରିନ୍ଦର ବାତ୍ରା।
ଏନେଇ ସେ ଭାରତୀୟ ଅଲିମ୍ପିକ୍ ସଂଘ(ଆଇଓଏ)କୁ ଏକ ଚିଠି ଲେଖିଛନ୍ତି। ଚିଠିରେ ଉଭୟ ଦଳ ପାଇଁ ୮ ଜଣ ପ୍ରଶିକ୍ଷକ ଓ ସପୋଟିଂ ଷ୍ଟାଫ୍ ଅବଶ୍ୟକତା ଥିବା କଥା ଉଲ୍ଲେଖ କରିଛନ୍ତି।
ସେ କହିଛନ୍ତି,“ଉଭୟ ପୁରୁଷ ଓ ମହିଳା ଦଳ ପାଇଁ ୧୬ ଜଣ କୋଚିଂ ଓ ସପୋଟିଂ ଷ୍ଟାଫ୍ ପଦବୀ ରହିଥିବା ବେଳେ ଏବେ ଉଭୟ ଦଳରେ ଅଛନ୍ତି ତାହାର ଅଧା। ତେଣୁ ଉଭୟ ଦଳ ପାଇଁ ଆଉ ୮ କୋଚିଂ ଓ ସପୋଟିଂ ଷ୍ଟାଫ୍ର ଆବଶ୍ୟକତା ରହିଛି। ରିଓ ଅଲିମ୍ପିକ୍ ପୂର୍ବରୁ ଏହା ପୂରଣ ହେବା ଅନିବାର୍ଯ୍ୟ। ଏହା ପୂରଣ ନ ହେଲେ ଅଲିମ୍ପିକ୍ରେ ଦଳ ଉପରେ ପ୍ରଭାବ ପଡିପାରେ।”