ବିସିସିଆଇ ୱେବସାଇଟ୍‌ରେ ଆଞ୍ଚଳିକ ଭାଷାରେ ଆସିବ ଆଇପିଏଲ୍‌ର ସ୍ୱତନ୍ତ୍ର ଭିଡିଓ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଆଞ୍ଚଳିକ ଭାଷାରେ ବିସିସିଆଇ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ଆଇପିଏଲ-୯ ସମ୍ପର୍କିତ ରୋମାଞ୍ଚିତ ଭିଡିଓ କାର୍ଯ୍ୟକ୍ରମ। ଆଇପିଏଲ୍‌ର ନବମ ସଂସ୍କରଣରେ କ୍ରିକେଟରେ ଅଧିକ ଉତ୍ସାହ ଆଣିବାକୁ ବୁଧବାର ବିସିସିଆଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହିନ୍ଦି, ମରାଠୀ, ପଞ୍ଜାବୀ ଓ ତାମିଲରେ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ। ଏଥିରେ  କ୍ରିକେଟ ଏକ୍ସପର୍ଟ ରମିଜ୍‌ ରାଜା, ଅଞ୍ଜୁମ ଚୋପ୍ରା, ସଞ୍ଜୟ ମଞ୍ଜ୍ରେକର ଓ ଲକ୍ଷ୍ମଣ ଶିବାରାମକ୍ରୀଷ୍ଣନ୍‌ ରହିବେ। ଏହା ସହ ଏହି ଭିଡିଓ ମଧ୍ୟ ବିସିସିଆଇର […]

vevo ipl

Rakesh Mallick
  • Published: Wednesday, 13 April 2016
  • , Updated: 13 April 2016, 11:55 AM IST

ନୂଆଦିଲ୍ଲୀ: ଆଞ୍ଚଳିକ ଭାଷାରେ ବିସିସିଆଇ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ଆଇପିଏଲ-୯ ସମ୍ପର୍କିତ ରୋମାଞ୍ଚିତ ଭିଡିଓ କାର୍ଯ୍ୟକ୍ରମ। ଆଇପିଏଲ୍‌ର ନବମ ସଂସ୍କରଣରେ କ୍ରିକେଟରେ ଅଧିକ ଉତ୍ସାହ ଆଣିବାକୁ ବୁଧବାର ବିସିସିଆଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହିନ୍ଦି, ମରାଠୀ, ପଞ୍ଜାବୀ ଓ ତାମିଲରେ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ। ଏଥିରେ  କ୍ରିକେଟ ଏକ୍ସପର୍ଟ ରମିଜ୍‌ ରାଜା, ଅଞ୍ଜୁମ ଚୋପ୍ରା, ସଞ୍ଜୟ ମଞ୍ଜ୍ରେକର ଓ ଲକ୍ଷ୍ମଣ ଶିବାରାମକ୍ରୀଷ୍ଣନ୍‌ ରହିବେ।

ଏହା ସହ ଏହି ଭିଡିଓ ମଧ୍ୟ ବିସିସିଆଇର ଅଫିସିଆଲ୍‌ ୱେବ୍‌ସାଇଟ୍‌ www.IPLT20.comରେ ମଧ୍ୟ ଉପଲବ୍ଧ ହେବ।

ଏନେଇ ବିସିସିଆଇ ସଭାପତି ଶଶାଙ୍କ ମନୋହର କହିଛନ୍ତି,“ଆଇପିଏଲ ଏବେ ଲୋକଙ୍କ ଘରେ ଏକ ପ୍ରମୁଖ ମନୋରଞ୍ଜନକାରୀ କାର୍ଯ୍ୟକ୍ରମ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ଆଉ ପାଦେ ଆଗେଇଛି। ଏହି କାର୍ଯ୍ୟକ୍ରମ ଯୋଗୁଁ ଆମେ ଭାବୁଛୁ ଏହା ଆହୁରି କ୍ରିକେଟପ୍ରେମୀଙ୍କ ଆଦୃତି ପାଇବ।”

ବିସିସିଆଇ ସଚିବ ଅନୁରାଗ ଠାକୁର କହିଛନ୍ତି,“ଆଇପିଏଲ୍‌କୁ ଦୀର୍ଘ ୮ ବର୍ଷ ପୁରି ୯ ଚାଲିଛି। ଏହାକୁ ଆହୁରି ରୋମାଞ୍ଚକର ଓ ଆଦୃତ କରିବାକୁ ଏଥିରେ ପ୍ରୟାସ କରାଯାଇଛି।”

ଆପିଏଲ୍‌ ଅଧ୍ୟକ୍ଷ ରାଜୀବ ଶୁକ୍ଳା କହିଛନ୍ତି,“ଆମେ ଆଶା କରୁଛୁ ଏହି ସ୍ୱତନ୍ତ୍ର ଭିଡିଓ କାର୍ଯ୍ୟକ୍ରମ ମାଧ୍ୟମରେ ଭିଭୋ ଆଇପିଏଲ-୯ ଅଧିକ ଆଦୃତି ପାଇବ।”

Related story