ରାଜସ୍ଥାନ ପଞ୍ଝାରୁ ମ୍ୟାଚ୍‌ ଛଡ଼ାଇ ଆଣିଲେ ଡିଭିଲିୟର୍ସ

ଦୁବାଇ: ମିଷ୍ଟର ୩୬୦ ଏବି ଡିଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚଳିତ ଆଇପିଏଲରେ ଜବରଦସ୍ତ ବିଜୟ ହାସଲ କରିଛି। ରାଜସ୍ଥାନ ରୟାଲ୍ସ ଗୋଟିଏ ସମୟରେ ମ୍ୟାଚ୍‌ ଉପରେ ନିଜର ଦବଦବା ଦେଖାଇଥିଲା। ଏପରି କି ଶେଷ ୧୮ ବଲରେ ବାଙ୍ଗାଲୋରକୁ ଜିତିବା ପାଇଁ ୪୫ ରନ୍‌ର ଆବଶ୍ୟକ ଥିଲା। ହେଲେ ୧୯ତମ ଓଭର୍‌ରେ ଡିଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ଦଳ ରାଜସ୍ଥାନ ପଞ୍ଜାରୁ ମ୍ୟାଚ୍‌ ଛଡ଼ାଇ ଆଣିଛି। ଶେଷ ଯାଏ ଏବିଡି ୨୨ […]

h

Hemant Lenka
  • Published: Saturday, 17 October 2020
  • , Updated: 17 October 2020, 07:28 PM IST

ଦୁବାଇ: ମିଷ୍ଟର ୩୬୦ ଏବି ଡିଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚଳିତ ଆଇପିଏଲରେ ଜବରଦସ୍ତ ବିଜୟ ହାସଲ କରିଛି। ରାଜସ୍ଥାନ ରୟାଲ୍ସ ଗୋଟିଏ ସମୟରେ ମ୍ୟାଚ୍‌ ଉପରେ ନିଜର ଦବଦବା ଦେଖାଇଥିଲା। ଏପରି କି ଶେଷ ୧୮ ବଲରେ ବାଙ୍ଗାଲୋରକୁ ଜିତିବା ପାଇଁ ୪୫ ରନ୍‌ର ଆବଶ୍ୟକ ଥିଲା। ହେଲେ ୧୯ତମ ଓଭର୍‌ରେ ଡିଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ଦଳ ରାଜସ୍ଥାନ ପଞ୍ଜାରୁ ମ୍ୟାଚ୍‌ ଛଡ଼ାଇ ଆଣିଛି।

ଶେଷ ଯାଏ ଏବିଡି ୨୨ ବଲରେ ୫୫ ରନ୍ କରି ଅପରାଜିତ ରହିଥିଲେ। ସେହିପରି ଗୁରକୀରତ ମାନ ମଧ୍ୟ ୧୯ ରନ୍‌ କରିଛନ୍ତି। ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ୧୭୭ ରନ୍‌ କରିଥିଲା। ତେବେ ବାଙ୍ଗାଲୋର ୨ଟି ବଲ ପୂର୍ବରୁ ୧୭୯ ରନ୍‌ କରି ଦମଦାର ବିଜୟ ହାସଲ କରି ନେଇଛି। ଏହା ଚଳିତ ଆଇପିଏଲରେ ଆରସିବିର ୬ଷ୍ଠ ବିଜୟ ହୋଇଥିବା ବେଳେ ରାଜସ୍ଥାନର ୬ଷ୍ଠ ପରାଜୟ।

ରାଜସ୍ଥାନ ଦେଇଥିବା ୧୭୮ ରନ୍‌ର ଟାର୍ଗେଟ ପିଛା କରୁଥିବା ଆରିସିବି ୨୩ ରନ୍‌ରେ ଆରୋନ ଫିଞ୍ଚ(୧୪)ଙ୍କୁ ହରାଇଥିଲା। ତେବେ ପାଡିକ୍କଲ ଓ ବିରାଟ କୋହଲି ଦ୍ୱିତୀୟ ୱିକେଟ ପାଇଁ ୭୯ ରନ୍‌ର ଭାଗିଦାରୀ କରି ସ୍ଥିତି ସମ୍ଭାଳିଥିଲେ। ଦଳୀୟ ସ୍କୋର ୧୦୨ ଥିବା ବେଳେ ପାଡିକ୍କଲ(୩୫)ଙ୍କୁ ରାହୁଲ ତେୱାତିଆ ଆଉଟ କରି ଆରସିବିକୁ ବଡ଼ ଝଟକା ଦେଇଥିଲେ। ଏହାର ପରବର୍ତ୍ତୀ ଓଭର୍‌ରେ ବିରାଟ(୪୩) ମଧ୍ୟ କାର୍ତ୍ତିକ ତ୍ୟାଗୀଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ।

୧୦୨ରେ ଲଗାତର ଦୁଇଟି ୱିକେଟ ହରାଇ ଦଳ ସଙ୍କଟରେ ପଡ଼ିଥିଲା। ହେଲେ ଡିଭିଲିୟର୍ସ କାଉଣ୍ଟର ଆଟାକ ଆରମ୍ଭ କରିଥିଲେ। ତାଙ୍କୁ ଗୁରକୀରତ ମାନ ସହାୟତା କରିଥିଲେ। ବିଶେଷ କରି ୧୯ତମ ଓଭର୍‌ରେ ଡିଭିଲିୟର୍ସ ଦ୍ରୁତ ବୋଲର ଜୟଦେବ ଉନାଦକତଙ୍କୁ ଲଗାତର ୩ଟି ଛକା ମାରି ରାଜସ୍ଥାନ ହାତରୁ ମ୍ୟାଚ୍‌ ଛଡ଼ା ଆଣିଥିଲେ। ଏହି ଓଭର୍‌ରେ ଆରସିବି ୨୫ ରନ୍‌ ଆଦାୟ କରିଥିଲା।

ଶେଷ ଓଭର୍‌ରେ ୧୦ ରନ୍‌ ଦରକାର ଥିବା ବେଳେ ଡିଭିଲିୟର୍ସ ବିଶାଳ ଛକା ମାରି ନିଜର ଅର୍ଦ୍ଧଶତକ ହାସଲ କରିବା ସହ ଦଳକୁ ବିଜୟ କରାଇଥିଲେ।

Related story