ବିଜୟ ହଜାରେ ଟ୍ରଫି: ଅଭିମନ୍ୟୁ ମିଥୁନଙ୍କ ହ୍ୟାଟ୍ରିକ୍‌

ବେଙ୍ଗାଲୁରୁ: ଚଳିତ ବିଜୟ ହଜାରେ ଟ୍ରଫିର ଶୁକ୍ରବାର ଖେଳାଯାଇଥିବା ଟାଇଟଲ୍ ମୁକାବିଲାରେ କର୍ଣ୍ଣାଟକର ଅଭିଜ୍ଞ ପେସ୍ ବୋଲର ଅଭିମନ୍ୟୁ ମିଥୁନ୍ ନୂଆ ଇତିହାସ ରଚିଛନ୍ତି। ସେ ତାମିଲନାଡୁ ବିପକ୍ଷ ଏହି ମ୍ୟାଚରେ ହ୍ୟାଟ୍ରିକ୍ ସଫଳତା ଅର୍ଜନ କରିଛନ୍ତି। ସେ ପ୍ରଥମ କର୍ଣ୍ଣାଟକ ବୋଲର ଭାବେ ବିଜୟ ହଜାରେ ଟ୍ରଫିରେ ହ୍ୟାଟ୍ରିକ୍ ନେଇଛନ୍ତି। ଏହାସହ ମିଥୁନ୍ ଉଭୟ ରଣଜୀ ଟ୍ରଫି ଓ ବିଜୟ ହଜାରେ ଟ୍ରଫିରେ ହ୍ୟାଟ୍ରିକ୍ ନେବାରେ ଦ୍ୱିତୀୟ ଖେଳାଳି ହୋଇଛନ୍ତି। ଏହା ପୂର୍ବରୁ ଭାରତୀୟ ଦଳର […]

mithun

Ranjit Kumar Jena
  • Published: Friday, 25 October 2019
  • , Updated: 25 October 2019, 05:23 PM IST

ବେଙ୍ଗାଲୁରୁ: ଚଳିତ ବିଜୟ ହଜାରେ ଟ୍ରଫିର ଶୁକ୍ରବାର ଖେଳାଯାଇଥିବା ଟାଇଟଲ୍ ମୁକାବିଲାରେ କର୍ଣ୍ଣାଟକର ଅଭିଜ୍ଞ ପେସ୍ ବୋଲର ଅଭିମନ୍ୟୁ ମିଥୁନ୍ ନୂଆ ଇତିହାସ ରଚିଛନ୍ତି। ସେ ତାମିଲନାଡୁ ବିପକ୍ଷ ଏହି ମ୍ୟାଚରେ ହ୍ୟାଟ୍ରିକ୍ ସଫଳତା ଅର୍ଜନ କରିଛନ୍ତି। ସେ ପ୍ରଥମ କର୍ଣ୍ଣାଟକ ବୋଲର ଭାବେ ବିଜୟ ହଜାରେ ଟ୍ରଫିରେ ହ୍ୟାଟ୍ରିକ୍ ନେଇଛନ୍ତି। ଏହାସହ ମିଥୁନ୍ ଉଭୟ ରଣଜୀ ଟ୍ରଫି ଓ ବିଜୟ ହଜାରେ ଟ୍ରଫିରେ ହ୍ୟାଟ୍ରିକ୍ ନେବାରେ ଦ୍ୱିତୀୟ ଖେଳାଳି ହୋଇଛନ୍ତି।

ଏହା ପୂର୍ବରୁ ଭାରତୀୟ ଦଳର ପୂର୍ବତନ ସ୍ପିନର ମୁରଲୀ କାର୍ତ୍ତିକ ଉଭୟ ରଣଜୀ ଟ୍ରଫି ଓ ବିଜୟ ହଜାରେ ଟ୍ରଫିରେ ହ୍ୟାଟ୍ରିକ୍ ନେଇଥିଲେ। ମିଥୁନ ନିଜ ଜନ୍ମ ଦିନରେ ହ୍ୟାଟ୍ରିକ୍ ନେବାରେ ଦ୍ୱିତୀୟ ବୋଲର ହୋଇଛନ୍ତି। ଅଷ୍ଟ୍ରେଲିଆର ପିଟର ସିଡଲ୍ ଶେଷଥର ପାଇଁ ନଭେମ୍ବର ୨୦୧୦ରେ ବ୍ରିସବେନରେ ଇଂଲଣ୍ଡ ବିପକ୍ଷ ସିରିଜର ପ୍ରଥମ ଟେଷ୍ଟରେ ଏହି ଉବଲବ୍ଧି ହାସଲ କରିଥିଲେ।

ମିଥୁନଙ୍କ ଦମଦାର ବୋଲିଂ ବଳରେ କର୍ଣ୍ଣାଟକ ତାମିଲନାଡୁକୁ ୨୫୨ ରନରେ ଅଲଆଉଟ୍ କରିଥିଲା। ତାମିଲନାଡୁ ଇନିଂସର ୫୦ତମ ଓଭରର ତୃତୀୟ ବଲରେ ମିଥୁନ୍ ଶାହରୁଖ୍ ଖାନ୍‌, ଚତୁର୍ଥ ବଲରେ ଏମ୍‌. ମହମ୍ମଦଙ୍କୁ ଏବଂ ପଞ୍ଚମ ବଲରେ ମୁରୁଗାନ ଅଶ୍ୱିନଙ୍କୁ ଆଉଟ୍ ନିଜର ହ୍ୟାଟ୍ରିକ୍ ପୂରଣ କରିଥିଲେ। ଏହାଛଡ଼ା ସେ ଏହି ମ୍ୟାଚରେ ମୁରଲୀ ବିଜୟ ଏବଂ ବିଜୟ ଶଙ୍କରଙ୍କ ଭଳି ମହତ୍ତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ।

Related story