ଏସିଆନ୍ ଆର୍ଚେରୀ ଚାମ୍ପିୟନଶିପ୍‌: ଅଭିଷେକ-ଜ୍ୟୋତି ସୁରେଖା ଜିତିଲେ ସ୍ୱର୍ଣ୍ଣ

ବ୍ୟାଙ୍ଗକକ୍‌: ଭାରତର ଅଭିଷେକ ବର୍ମା ଓ ଜ୍ୟୋତି ସୁରେଖା ଭେନ୍ନାମଙ୍କ ଯୋଡ଼ି ୨୧ତମ ଏସିଆନ୍ ଆର୍ଚେରୀ ଚାମ୍ପିୟନଶିପର କମ୍ପାଉଣ୍ଡ୍ ମିକ୍ସଡ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏଥିସହ ଭାରତ ମୋଟ ୭ ପଦକ ସହ ଚଳିତ ଚାମ୍ପିୟନଶିପରେ ତା’ର ଅଭିଯାନ ଶେଷ କରିଛି। ଅଭିଷେକ ଓ ଜ୍ୟୋତିଙ୍କ ଯୋଡ଼ି ଚାଇନିଜ୍ ତାଇପେଇର ୟି-ସୁଆନ୍ ଚେନ୍ ଓ ଚି-ଲୁ ଚେନଙ୍କ ଯୋଡ଼ିକୁ ୧୫୮-୧୫୧ ପଏଣ୍ଟରେ ହରାଇ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଟୁର୍ଣ୍ଣାମେଣ୍ଟରେ ଭାରତ ଗୋଟିଏ […]

abhisek-and-jyoti

abhisek-and-jyoti

Ranjit Kumar Jena
  • Published: Wednesday, 27 November 2019
  • Updated: 27 November 2019, 05:57 PM IST

Sports

Latest News

ବ୍ୟାଙ୍ଗକକ୍‌: ଭାରତର ଅଭିଷେକ ବର୍ମା ଓ ଜ୍ୟୋତି ସୁରେଖା ଭେନ୍ନାମଙ୍କ ଯୋଡ଼ି ୨୧ତମ ଏସିଆନ୍ ଆର୍ଚେରୀ ଚାମ୍ପିୟନଶିପର କମ୍ପାଉଣ୍ଡ୍ ମିକ୍ସଡ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏଥିସହ ଭାରତ ମୋଟ ୭ ପଦକ ସହ ଚଳିତ ଚାମ୍ପିୟନଶିପରେ ତା'ର ଅଭିଯାନ ଶେଷ କରିଛି। ଅଭିଷେକ ଓ ଜ୍ୟୋତିଙ୍କ ଯୋଡ଼ି ଚାଇନିଜ୍ ତାଇପେଇର ୟି-ସୁଆନ୍ ଚେନ୍ ଓ ଚି-ଲୁ ଚେନଙ୍କ ଯୋଡ଼ିକୁ ୧୫୮-୧୫୧ ପଏଣ୍ଟରେ ହରାଇ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ଟୁର୍ଣ୍ଣାମେଣ୍ଟରେ ଭାରତ ଗୋଟିଏ ସ୍ୱର୍ଣ୍ଣ, ଦୁଇ ରୌପ୍ୟ ଏବଂ ୪ଟି ବ୍ରୋଞ୍ଜ ପଦକ ହାସଲ କରିଛି। ଏହା ପୂର୍ବରୁ ଅଭିଷେକ ଟିମ୍ ଇଭେଣ୍ଟରେ ସଠିକ୍ ଟାର୍ଗେଟ୍ ଲଗାଇବାରେ ବଞ୍ଚିତ ହୋଇଥିଲେ, ଯାହା ଫଳରେ ଭାରତୀୟ ଟିମ କୋରିଆ ବିପକ୍ଷରେ ମାତ୍ର ୧ ପଏଣ୍ଟ ବ୍ୟବଧାନରେ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। କୋରିଆ ଏହି ମୁକାବିଲା ୨୩୩-୨୩୨ ବ୍ୟବଧାନରେ ଜିତି ସ୍ୱର୍ଣ୍ଣ ପଦକ ଉପରେ କବଜା କରିଥିଲା।

ସ୍ୱର୍ଣ୍ଣ ଜିତିବା ପରେ ଅଭିଷେକ କହିଥିଲେ, "ଥଣ୍ଡା ପବନ ଯୋଗୁ ପରିସ୍ଥିତି ସାମାନ୍ୟ କଷ୍ଟସାଧ୍ୟ ଥିଲା, କିନ୍ତୁ ଆମ ପାଖରେ ସ୍ୱର୍ଣ୍ଣ ପଦକ ଜିତିବାର ଏହା ଶେଷ ସୁଯୋଗ ଥିଲା ଏବଂ ଆମେ ଏଥିରେ ସଫଳ ମଧ୍ୟ ହେଲୁ। ଏହା ପୂରା ଟିମ୍ ପାଇଁ ଏକ ସକାରାତ୍ମକ ସଙ୍କେତ। ସ୍କୋରକୁ ନେଇ ମୁଁ ଖୁସି। ପୂର୍ବ ମ୍ୟାଚରେ ଆମେ ନିରନ୍ତର ପ୍ରଦର୍ଶନ କରିଥିଲୁ।"

ପୁରୁଷ ଟିମ୍ ଇଭେଣ୍ଟରେ ଟପ୍ ସିଡ୍ ଅଭିଷେକ, ରଜତ ଚୌହାନ୍ ଓ ମୋହନ ଭରଦ୍ୱାଜଙ୍କ ଭାରତୀୟ ଯୋଡ଼ି ପ୍ରଥମ ରାଉଣ୍ଡରେ ୫୮ ପଏଣ୍ଟ ହାସଲ କରିଥିଲେ। କୋରିଆର ଜାଇୱନ୍ ୟାଙ୍ଗ୍‌, ୟଙ୍ଗହୀ ଚୋଇ ଓ ୟୁନ୍‌-କ୍ୟୁ ଚୋଇ ଭାରତୀୟ ଟିମଠାରୁ ୧ ପଏଣ୍ଟର ଅଗ୍ରଣୀ ହାସଲ କରିଥିଲେ। ଭାରତୀୟ ଖେଳାଳି ତୃତୀୟ ରାଉଣ୍ଡର ଶେଷ ତିନୋଟି ଟାର୍ଗେଟରେ ୯ ପଏଣ୍ଟ ଲେଖାଏ କରିଥିଲେ, ଯାହା ଟିମକୁ ମହଙ୍ଗା ପଡ଼ିଥିଲା ଏବଂ କୋରିଆ ଟିମ୍ ତିନି ପଏଣ୍ଟର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରି ନେଇଥିଲା।

ଅନ୍ତିମ ରାଉଣ୍ଡରେ କୋରିଆର ୫୭ ପଏଣ୍ଟର ମୁକାବିଲାରେ ଭାରତ ୫୯ ପଏଣ୍ଟ କରିଥିଲା, କିନ୍ତୁ ଏହା ବିଜୟ ହାସଲ କରିବା ପାଇଁ ଯଥେଷ୍ଟ ନଥିଲା। ଜ୍ୟୋତି ଓ ମୁସ୍କାନ୍ କିରାର୍ ଓ ପ୍ରିୟା ଗୁର୍ଜରଙ୍କ ଭାରତୀୟ ମହିଳା ଟିମ୍ ସେମାନଙ୍କର ଟାଇଟଲ୍ ବଜାୟ ରଖିପାରିନଥିଲେ ଏବଂ କୋରିଆ ବିପକ୍ଷ ଏକତରଫା ମୁକାବିଲାରେ ୨୩୧-୨୧୫ ପଏଣ୍ଟରେ ହାରିଯାଇଥିଲେ। କିନ୍ତୁ ଅଭିଷେକ ଓ ଜ୍ୟୋତି କମ୍ପାଉଣ୍ଡ୍ ମିକ୍ସଡ୍ ଯୋଡ଼ି ଫାଇନାଲରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ। ଦୁହେଁ ପ୍ରଥମ ରାଉଣ୍ଡରେ ୩୯ ପଏଣ୍ଟ ହାସଲ କରିଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ପରଫେକ୍ଟ ୪୦ ପଏଣ୍ଟ ଅର୍ଜନ କରିଥିଲେ । ଏହିପରି ଭାବେ ଦୁହେଁ ଅଗ୍ରଣୀ ବଜାୟ ରଖି ସ୍ୱର୍ଣ୍ଣ ପଦକ ଅକ୍ତିଆର କରିଥିଲେ।

ସୂଚନାଯୋଗ୍ୟ, ଭାରତୀୟ ତୀରନ୍ଦାଜୀ ମହାସଂଘ ସସପେଣ୍ଡ୍ କାରଣରୁ ଟୁର୍ଣ୍ଣାମେଣ୍ଟରେ ଭାରତର ଖେଳାଳିମାନେ ବିଶ୍ୱ ତୀରନ୍ଦାଜୀ ସଂଘର ଧ୍ୱଜା ଅଧୀନରେ ଖେଳୁଛନ୍ତି । ଗୁରୁବାର ହେବାକୁଥିବା ଅଲିମ୍ପିକ୍ କ୍ୱାଲିଫିକେସନ୍ ପ୍ରତିଯୋଗିତାରେ ଭାଗ ନେବା ପାଇଁ ସେମାନଙ୍କୁ ଏହି ସୁଯୋଗ ମିଳିଛି। ପୁରୁଷ ଟିମ୍ ପୂର୍ବରୁ ହିଁ ବିଶ୍ୱ ଚାମ୍ପିୟନଶିପରୁ ଅଲିମ୍ପିକ୍ କୋଟା ହାସଲ କରିସାରିଛି। ତେବେ ମହିଳା ଟିମ୍ ଏଠାରେ କୋଟା ହାସଲ କରିବାକୁ ପ୍ରୟାସ କରିବ। ଏଠାରେ ଟୋକିଓ ଟିକେଟ୍ ପାଇଁ ୬ ଅଲିମ୍ପିକ୍ କୋଟା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story