ଭାରତ ବିପକ୍ଷ ସିରିଜ୍ ନହେବାରୁ ପାକିସ୍ତାନକୁ ବିପୁଳ କ୍ଷତି

କରାଚୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଦୀର୍ଘଦିନ ହେବ କ୍ରିକେଟ୍ ସମ୍ପର୍କ ବନ୍ଦ ରହିଛି। ତେବେ ଭାରତ-ପାକିସ୍ତାନ ମଧ୍ୟରେ ପୁନର୍ବାର ଦ୍ୱିପାକ୍ଷିକ କ୍ରିକେଟ୍ ସିରିଜ୍ କେବେ ଆରମ୍ଭ ହେବ, ତାହା କେହି କହିପାରିବେ ନାହିଁ । ତେବେ ଭାରତ ସହ କ୍ରିକେଟ୍ ସିରିଜ୍ ନହେବା ଦ୍ୱାରା ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)କୁ ବିପୁଳ କ୍ଷତି ସହିବାକୁ ପଡ଼ିଛି । ୨୦୦୮ ପରଠାରୁ ଭାରତ ବିପକ୍ଷ ସିରିଜ୍ ବନ୍ଦ ରହିବା କାରଣରୁ ପିସିବିକୁ ପ୍ରାୟ ୯କୋଟି ଡଲାରର କ୍ଷତି […]

ind-pak

Ranjit Kumar Jena
  • Published: Thursday, 16 April 2020
  • , Updated: 16 April 2020, 09:15 PM IST

କରାଚୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଦୀର୍ଘଦିନ ହେବ କ୍ରିକେଟ୍ ସମ୍ପର୍କ ବନ୍ଦ ରହିଛି। ତେବେ ଭାରତ-ପାକିସ୍ତାନ ମଧ୍ୟରେ ପୁନର୍ବାର ଦ୍ୱିପାକ୍ଷିକ କ୍ରିକେଟ୍ ସିରିଜ୍ କେବେ ଆରମ୍ଭ ହେବ, ତାହା କେହି କହିପାରିବେ ନାହିଁ । ତେବେ ଭାରତ ସହ କ୍ରିକେଟ୍ ସିରିଜ୍ ନହେବା ଦ୍ୱାରା ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)କୁ ବିପୁଳ କ୍ଷତି ସହିବାକୁ ପଡ଼ିଛି । ୨୦୦୮ ପରଠାରୁ ଭାରତ ବିପକ୍ଷ ସିରିଜ୍ ବନ୍ଦ ରହିବା କାରଣରୁ ପିସିବିକୁ ପ୍ରାୟ ୯କୋଟି ଡଲାରର କ୍ଷତି ହୋଇଥିବା ସୂଚନା ମିଳିଛି। ଦୁଇ ଦେଶ ମଧ୍ୟରେ ଖରାପ କୁଟନୀତିକ ସମ୍ପର୍କ ଯୋଗୁ ଗତ କିଛି ବର୍ଷ ହେବ ଭାରତ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟ କିମ୍ବା ଏସିଆ କପରେ ପାକିସ୍ତାନ ବିପକ୍ଷରେ ଖେଳିଆସୁଛି।

ଏକ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ପିସିବିର ଗତ ପାଞ୍ଚବର୍ଷର ଚୁକ୍ତି ଚଳିତ ମାସ ଶେଷ ହୋଇଛି, ଯେଉଁଥିରେ ଭାରତ ବିପକ୍ଷ ଦୁଇଟି ଘରୋଇ ସିରିଜ୍ ସାମିଲ୍ ଥିଲା। ଦୁର୍ଭାଗ୍ୟବଶତଃ ପାକିସ୍ତାନ ରାଜିନାମା ଅନ୍ତର୍ଗତ ଭାରତ ବିପକ୍ଷ ଏହି ଦୁଇଟି ଯାକ ଘରୋଇ ସିରିଜ୍ ଖେଳିପାରି ନାହିଁ। ଏହି କାରଣରୁ ଟେନ୍ ସ୍ପୋର୍ଟ୍ସ ଓ ପିଟିଭି ବ୍ରଡକାଷ୍ଟର୍ସ ରାଜିନାମା ଆଧାରରେ ମୋଟ ପିସିବିଠାରୁ ୯କୋଟି ଡଲାର ଅର୍ଥରାଶି କାଟି ନେଇଛି। ତେଣୁ ଏହି କ୍ଷତି ପାକିସ୍ତାନକୁ ଖୁବ୍ ବାଧିଥିବା ରିପୋର୍ଟରେ କୁହାଯାଇଛି।

ସୂଚନାଯୋଗ୍ୟ, ଆତଙ୍କବାଦୀ ଆକ୍ରମଣ ଯୋଗୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆଦୌ ଭଲ ରହିନାହିଁ। ତେଣୁ ଏହାର ପ୍ରଭାବ ଖେଳ ଉପରେ ପଡିଛି। ଗୋଟିଏ ପଟେ ଭାରତ ବିପକ୍ଷ ଦ୍ୱିପାକ୍ଷିକ ସିରିଜ୍ ନେଇ ପାକିସ୍ତାନ ବାରମ୍ବାର କହିଆସୁଥିବା ବେଳେ ଅନ୍ୟପଟେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଏହାର ବିରୋଧ କରିଆସୁଛି। ବିସିସିଆଇ ସର୍ବଦା ଭାରତ ସରକାରଙ୍କୁ ସମର୍ଥନ କରିଆସୁଛି ଏବଂ ସିରିଜ୍ ପାଇଁ ମନା କରିଛି।

କରୋନାଭାଇରସ୍ ବିରୋଧରେ ଲଢ଼େଇ ପାଇଁ ପାକିସ୍ତାନର ପୂର୍ବତନ ପେସ୍ ବୋଲର ଶୋଏବ ଅଖତର ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ଦିନିକିଆ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲେ। ଅଖତର ଏହି ପ୍ରସ୍ତାବକୁ ବିସିସିଆଇ ସମେତ କିଛି ପୂର୍ବତନ କ୍ରିକେଟର୍ ଯଥା ସୁନୀଲ ଗାଭାସ୍କର, କପିଲ୍ ଦେବ ଏବଂ ମଦନ ଲାଲ ଖାରଜ କରିଛନ୍ତି।

Related story