ରିଓ ପାଇଁ ଯୋଗ୍ୟତା ଅର୍ଜନ କଲେ ଜୁଡୋକା ଅବତାର ସିଂହ

ନୂଆଦିଲ୍ଲୀ: ଅଗଷ୍ଟ ମାସରୁ ଆରମ୍ଭ ହେବାକୁ ଥିବା ବିଶ୍ୱକ୍ରୀଡା ମହାକୁମ୍ଭ ରିଓ ଅଲିମ୍ପିକ୍ ପାଇଁ ଆଜି ୯୦ କେଜିରୁ କମ୍‌ ବର୍ଗରେ ଭାରତର ଶ୍ରେଷ୍ଠ ଜୁଡୋ ଷ୍ଟାର ଅବତାର ସିଂହ ଯୋଗ୍ୟତା ଅର୍ଜନ କରିଛନ୍ତି। ଏନେଇ ଆଜି ଆନ୍ତର୍ଜାତୀୟ ଜୁଡୋ ମହାସଂଘ ପକ୍ଷରୁ ଏକ ପ୍ରେସ ଇସ୍ତାହାରରେ ସୂଚନା ଦିଆଯାଇଛି। ଜୁଡୋ ମହାସଂଘର ସଭାପତି ମୁକେଶ କୁମାର କହିଛନ୍ତି,“ ରିଓ ରିଲିମ୍ପିକ୍ ପାଇଁ କଣ୍ଟିନେଣ୍ଟାଲ୍‌ କୋଟାରେ ୯୦କେଜିରୁ କମ୍‌ ବର୍ଗରେ ଭାରତର ଶ୍ରେଷ୍ଠ ଜୁଡୋକା ଅବତାର ସିଂହ […]

Rio-Olympics

Rakesh Mallick
  • Published: Saturday, 04 June 2016
  • , Updated: 04 June 2016, 08:35 PM IST

ନୂଆଦିଲ୍ଲୀ: ଅଗଷ୍ଟ ମାସରୁ ଆରମ୍ଭ ହେବାକୁ ଥିବା ବିଶ୍ୱକ୍ରୀଡା ମହାକୁମ୍ଭ ରିଓ ଅଲିମ୍ପିକ୍ ପାଇଁ ଆଜି ୯୦ କେଜିରୁ କମ୍‌ ବର୍ଗରେ ଭାରତର ଶ୍ରେଷ୍ଠ ଜୁଡୋ ଷ୍ଟାର ଅବତାର ସିଂହ ଯୋଗ୍ୟତା ଅର୍ଜନ କରିଛନ୍ତି। ଏନେଇ ଆଜି ଆନ୍ତର୍ଜାତୀୟ ଜୁଡୋ ମହାସଂଘ ପକ୍ଷରୁ ଏକ ପ୍ରେସ ଇସ୍ତାହାରରେ ସୂଚନା ଦିଆଯାଇଛି।

ଜୁଡୋ ମହାସଂଘର ସଭାପତି ମୁକେଶ କୁମାର କହିଛନ୍ତି,“ ରିଓ ରିଲିମ୍ପିକ୍ ପାଇଁ କଣ୍ଟିନେଣ୍ଟାଲ୍‌ କୋଟାରେ ୯୦କେଜିରୁ କମ୍‌ ବର୍ଗରେ ଭାରତର ଶ୍ରେଷ୍ଠ ଜୁଡୋକା ଅବତାର ସିଂହ ଯୋଗ୍ୟତା ଅର୍ଜନ କରିଛନ୍ତି।”

ଅବତାରଙ୍କ ଘର ପଞ୍ଜାବର ଗୁରୁଦାସପୁର ଠାରେ। ସେ ଏବେ ପଞ୍ଜାବ ସଶସ୍ତ୍ର ପୋଲିସରେ କାର୍ଯ୍ୟ କରୁଛନ୍ତି। ସେ ଗତ ଫେବୃଆରୀରେ ଶେଷ ହୋଇଥିବା ସିଂଲିଂ ଦକ୍ଷିଣ ଏସୀୟ ଗେମ୍ସରେ ସ୍ୱର୍ଣ୍ଣ, ୨୦୧୧ ଜୁନିୟର ଜୁଡୋ ଚାମ୍ପିଅନ୍‌ସିପ୍‌ରେ ବ୍ରୋଞ୍ଜ ଓ ୨୦୧୩-୧୪ ଏବଂ ୨୦୧୪-୧୫ ସିନିୟର ଜାତୀୟ ଜୁଡୋ ଚାମ୍ପିଅନ୍‌ସିପ୍‌ରେ ସ୍ୱର୍ଣ୍ଣ ଜିତିଛନ୍ତି।

Related story