ଆବୁଧାବି ଟି-୧୦ ଲିଗ୍ ଖେଳିପାରନ୍ତି ଯୁବରାଜ

ମୁମ୍ବାଇ: ଭାରତର ୨୦୧୧ ବିଶ୍ୱକପ୍ ବିଜେତା ଟିମର ହିରୋ ଯୁବରାଜ ସିଂହ ଆଗାମୀ ଆବୁଧାବି ଟି-୧୦ ଲିଗ୍ ଖେଳିପାରନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଟୁର୍ଣ୍ଣାମେଣ୍ଟର ଆୟୋଜକ ଏହି ୧୦ଓଭର ବିଶିଷ୍ଟ କ୍ରିକେଟ୍ ଲିଗ୍ ପାଇଁ ଭାରତୀୟ ଅଲରାଉଣ୍ଡରଙ୍କ ସହ ଚୁକ୍ତି କରିବା ପାଇଁ ଇଚ୍ଛୁକ ଅଛି। କିଛିଦିନ ତଳେ ମୁମ୍ବାଇ ଆସିଥିବା ଏହି ଟି-୧୦ ଲିଗର ଅଧ୍ୟକ୍ଷ ଓ ସଂସ୍ଥାପକ ଶାଜି ଉଲ୍ ମୁଲକ ଏହାର ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଯୁବରାଜଙ୍କ ସମେତ ଏଥର ୧୬ଜଣ […]

yuvi

Ranjit Kumar Jena
  • Published: Sunday, 01 September 2019
  • , Updated: 01 September 2019, 09:06 PM IST

ମୁମ୍ବାଇ: ଭାରତର ୨୦୧୧ ବିଶ୍ୱକପ୍ ବିଜେତା ଟିମର ହିରୋ ଯୁବରାଜ ସିଂହ ଆଗାମୀ ଆବୁଧାବି ଟି-୧୦ ଲିଗ୍ ଖେଳିପାରନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଟୁର୍ଣ୍ଣାମେଣ୍ଟର ଆୟୋଜକ ଏହି ୧୦ଓଭର ବିଶିଷ୍ଟ କ୍ରିକେଟ୍ ଲିଗ୍ ପାଇଁ ଭାରତୀୟ ଅଲରାଉଣ୍ଡରଙ୍କ ସହ ଚୁକ୍ତି କରିବା ପାଇଁ ଇଚ୍ଛୁକ ଅଛି।

କିଛିଦିନ ତଳେ ମୁମ୍ବାଇ ଆସିଥିବା ଏହି ଟି-୧୦ ଲିଗର ଅଧ୍ୟକ୍ଷ ଓ ସଂସ୍ଥାପକ ଶାଜି ଉଲ୍ ମୁଲକ ଏହାର ସୂଚନା ଦେଇଛନ୍ତି। ସେ କହିଛନ୍ତି, "ଯୁବରାଜଙ୍କ ସମେତ ଏଥର ୧୬ଜଣ ପୂର୍ବତନ ଭାରତୀୟ କ୍ରିକେଟରଙ୍କ ସହ ଲିଗ୍ ପାଇଁ ଚୁକ୍ତି କରିବାକୁ ଚାହୁଁଛୁ। ତେବେ ଯୁବରାଜଙ୍କ ସହ ଚୁକ୍ତି କରିବା ଆମର ମୂଳ ଲକ୍ଷ୍ୟ। ବର୍ତ୍ତମାନ କଥାବାର୍ତ୍ତା ଜାରି ରହିଛି। ଏବଂ ଏହି ଲିଗ୍ ପାଇଁ ତାଙ୍କର ଚୁକ୍ତି କରିବା ନେଇ ଆମେ ଆଶାୟୀ ଅଛୁ। ଏହାଛଡ଼ା ଭାରତୀୟ କ୍ରିକେଟର କିଛି ଅନ୍ୟ ବଡ଼ ନାଁ ମଧ୍ୟ ଏଥିରେ ସାମିଲ୍ ଅଛି। ଗତ ବର୍ଷ ଭାରତର ପୂର୍ବତନ କ୍ରିକେଟର ପ୍ରଥମଥର ପାଇଁ ଏହି ଟି-୨୦ ଲିଗରେ ଭାଗ ନେଇଥିଲେ ଏବଂ ଆମେ ଏଥର ଅଧିକ ଭାରତୀୟଙ୍କୁ ସାମିଲ୍ କରିବା ନେଇ ଯୋଜନା କରୁଛୁ।"

ପୂର୍ବରୁ ଜାହିର୍ ଖାନ୍, ଆରପି ସିଂହ, ଏସ୍ ବଦ୍ରିନାଥ, ମୁନାଫ୍ ପଟେଲ, ପ୍ରବୀଣ କୁମାର ଓ ପ୍ରବୀଣ ତାମ୍ବେଙ୍କୁ ଆବୁଧାବି ଲିଗରେ ଖେଳୁଥିବାର ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ, ଏହି ଲିଗ୍ ନଭେମ୍ବର ୧୫ରୁ ୨୪ ତାରିଖ ପର୍ଯ୍ୟନ୍ତ ଆବୁଧାବିର ଶେଖ ଜାୟେଦ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ।

Related story