ଏସିସି ଟି-୨୦ ମହିଳା ଟୁର୍ଣ୍ଣାମେଣ୍ଟରେ ଭାରତ ବିଜୟୀ

ବ୍ୟାଙ୍କକ୍‌: ବ୍ୟାଙ୍କକ୍‌ର ଏସିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଗ୍ରାଉଣ୍ଡରେ ଚାଲିଥିବା ଏସିଆନ୍‌ କ୍ରିକେଟ୍‌ କାଉନ୍‌ସିଲ(ଏସିସି) ମହିଳା ଟି-୨୦ ଟୁର୍ଣ୍ଣାମେଣ୍ଟରେ ଆଜି ଭାରତ ବାଙ୍ଗଲାଦେଶକୁ ୬୪ ରନ୍‌ରେ ପରାସ୍ତ କରିଛି। ଭାରତୀୟ ମହିଳା ଟିମ୍‌ ନିର୍ଦ୍ଧାରିତ ୨୦ ଓଭର ବ୍ୟାଟିଂ କରି ୬ ୱିକେଟ୍‌ ହରାଇ ୧୧୮ ରନ୍‌ କରିଥିଲା। ଭାରତ ପକ୍ଷରୁ ମିତାଲି ରାଜ ୪୯ ଓ ସ୍ମୃତି ମନ୍ଧନା ୪୧ ରନ୍‌ କରିଥିଲେ। ଏହାର ଜବାବରେ ବାଙ୍ଗଲାଦେଶ ମହିଳା ଟିମ୍‌ ସମସ୍ତ ୱିକେଟ ହରାଇ ୫୪ […]

asiacupwomen

Rakesh Mallick
  • Published: Saturday, 26 November 2016
  • , Updated: 26 November 2016, 06:02 PM IST

ବ୍ୟାଙ୍କକ୍‌: ବ୍ୟାଙ୍କକ୍‌ର ଏସିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଗ୍ରାଉଣ୍ଡରେ ଚାଲିଥିବା ଏସିଆନ୍‌ କ୍ରିକେଟ୍‌ କାଉନ୍‌ସିଲ(ଏସିସି) ମହିଳା ଟି-୨୦ ଟୁର୍ଣ୍ଣାମେଣ୍ଟରେ ଆଜି ଭାରତ ବାଙ୍ଗଲାଦେଶକୁ ୬୪ ରନ୍‌ରେ ପରାସ୍ତ କରିଛି।

ଭାରତୀୟ ମହିଳା ଟିମ୍‌ ନିର୍ଦ୍ଧାରିତ ୨୦ ଓଭର ବ୍ୟାଟିଂ କରି ୬ ୱିକେଟ୍‌ ହରାଇ ୧୧୮ ରନ୍‌ କରିଥିଲା। ଭାରତ ପକ୍ଷରୁ ମିତାଲି ରାଜ ୪୯ ଓ ସ୍ମୃତି ମନ୍ଧନା ୪୧ ରନ୍‌ କରିଥିଲେ। ଏହାର ଜବାବରେ ବାଙ୍ଗଲାଦେଶ ମହିଳା ଟିମ୍‌ ସମସ୍ତ ୱିକେଟ ହରାଇ ୫୪ ରନ୍‌ କରିଥିଲା। ଭାରତ ପକ୍ଷରୁ ପୁନମ୍‌ ଯାଦବ ୩ଟି, ଝୁଲନ୍‌ ଗୋସ୍ୱାମୀ ଓ ଅନୁଜା ପଟେଲ ଦୁଇଟି ଲେଖାଏଁ ୱିକେଟ୍‌ ନେଇଥିଲେ।

Related story