ଏମିତି ସଂଘର୍ଷ କରି ଆଜି ସ୍ୱର୍ଣ୍ଣ ବିଜୟିନୀ ହୋଇଛନ୍ତି ହିମା ଦାସ

ନୂଆଦିଲ୍ଲୀ: ଆଥଲେଟିକ୍ସରେ ଲଗାତାର ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ହିମା ଦାସଙ୍କ ନାଁ ଏବେ ସମସ୍ତଙ୍କ ମୁହଁରେ। ମାତ୍ର ୨୦ ଦିନ ଭିତରେ ସେ ୫ଟି ସ୍ୱର୍ଣ୍ଣ ପଦକ ହାସଲ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ତେବେ ଏତେ କମ୍ ଦିନ ଭିତରେ ସେ ଏତେ ସଫଳତା କେମିତି ହାସଲ କଲେ, ତାହା ଅନେକଙ୍କୁ ଚକିତ କରିଛି। ଏହି ସଫଳତାକୁ ଦେଖି ଲାଗୁଛି ଯେ ଖେଳ ପ୍ରତି ତାଙ୍କର ଯେଉଁ ନିଷ୍ଠା ଅଛି, ତାହା […]

hima

hima

Ranjit Kumar Jena
  • Published: Monday, 22 July 2019
  • Updated: 22 July 2019, 08:24 PM IST

Sports

Latest News

ନୂଆଦିଲ୍ଲୀ: ଆଥଲେଟିକ୍ସରେ ଲଗାତାର ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ହିମା ଦାସଙ୍କ ନାଁ ଏବେ ସମସ୍ତଙ୍କ ମୁହଁରେ। ମାତ୍ର ୨୦ ଦିନ ଭିତରେ ସେ ୫ଟି ସ୍ୱର୍ଣ୍ଣ ପଦକ ହାସଲ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ତେବେ ଏତେ କମ୍ ଦିନ ଭିତରେ ସେ ଏତେ ସଫଳତା କେମିତି ହାସଲ କଲେ, ତାହା ଅନେକଙ୍କୁ ଚକିତ କରିଛି। ଏହି ସଫଳତାକୁ ଦେଖି ଲାଗୁଛି ଯେ ଖେଳ ପ୍ରତି ତାଙ୍କର ଯେଉଁ ନିଷ୍ଠା ଅଛି, ତାହା ହୁଏତ ଅନ୍ୟ କୌଣସି ଆଥଲେଟଙ୍କ ଭିତରେ ନାହିଁ। ଆଗକୁ ମଧ୍ୟ ହିମା ଭାରତ ପାଇଁ ଅନେକ ସଫଳତା ଆଣିବେ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି।

ଚାଷୀ ଘରର ଝିଅ

ଅନ୍ତର୍ଜାତୀୟ ସ୍ତରରେ ବିପୁଳ ସଫଳତା ଅର୍ଜନ କରିଥିବା ୧୮ ବର୍ଷୀୟ ହିମାଙ୍କ କାହାଣୀ ମଧ୍ୟ ବେଶ୍ ରୋଚକ। ସେ ଏକ ଗରିବ ଚାଷୀ ପରିବାରରୁ ଆସିଛନ୍ତି। ହିମା ଆସାମର ଏକ ଛୋଟିଆ ଗାଁ ଢିଙ୍ଗରେ ରୁହନ୍ତି ଏବଂ ଏଥିପାଇଁ ତାଙ୍କୁ 'ଢିଙ୍ଗ ଏକ୍ସପ୍ରେସ୍' କୁହାଯାଏ। ହିମା ଦୁଇବର୍ଷ ତଳେ ରେସିଂ ଟ୍ରାକରେ ପାଦ ଥାପିଥିଲେ।। ତାଙ୍କ ବାପା ଆସାମର ନାଓଗାଁ ଜିଲ୍ଲାର ଢ଼ିଙ୍ଗ ଗ୍ରାମରେ ବସବାସ କରନ୍ତି। ବାପା ରଞ୍ଜିତ ଦାସଙ୍କ ପାଖରେ ମାତ୍ର ୨ ଏକର ଜମି ଅଛି, ଯେଉଁଥିରେ ସେ ଚାଷ କରି ନିଜ ପରିବାରର ଆବଶ୍ୟକତା ମେଣ୍ଟାନ୍ତି। ହିମା କୌଣସି ବିଜୟ ହାସଲ କରିବା ବେଳେ ନିଜ ପରିବାରର ସଂଘର୍ଷ କଥା ମନେ ପକାଇ କାନ୍ଦି ପକାନ୍ତି ।

ଫୁଟବଲରୁ ଆରମ୍ଭ

ନିଜ ବାପାଙ୍କ ଜମିରେ ପୁଅମାନଙ୍କ ସହ ହିମା ଫୁଟବଲ୍ ଖେଳୁଥିଲେ। ଜବାହର ନବୋଦୟ ବିଦ୍ୟାଳୟର ପିଇଟି ଶିକ୍ଷକ ତାଙ୍କୁ ରେସର୍ (ଧାବିକା) ହେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଅର୍ଥ ଅଭାବରୁ ତାଙ୍କ ପାଖରେ ପିନ୍ଧିବା ପାଇଁ ଜୋତା ନଥିଲା। ସ୍ଥାନୀୟ କୋଚ୍ ନିପୁନ ଦାସଙ୍କ ମାର୍ଗଦର୍ଶନରେ ଯେତେବେଳେ ସେ ଜିଲ୍ଲାସ୍ତରୀୟ ୧୦୦ ଓ ୨୦୦ ମିଟରରେ ସ୍ୱର୍ଣ୍ଣ ପଦକ ଜିତିଲେ, ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। କାରଣ ହିମା ଜିଲ୍ଲାସ୍ତରୀୟ ଇଭେଣ୍ଟରେ ଶସ୍ତା ଜୋତା ପିନ୍ଧି ଦୌଡ଼ି ଏହି ସଫଳତା ଅର୍ଜନ କରିଥିଲେ। ଏହା ଦେଖି କୋଚ୍ ନିପୁନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ। ତାଙ୍କ ଦୌଡ଼ିବାର ସ୍ପିଡ୍ ମଧ୍ୟ ଅଦ୍ଭୁତ ଥିଲା। ଏହା ପରେ ନିପୁନ ହିମାଙ୍କୁ ଏକ ନମ୍ବର ଧାବିକା କରିବା ପାଇଁ ତାଙ୍କୁ ଗୁଆହାଟୀ ଆଣିଥିଲେ। ହିମାଙ୍କ ସବୁ ଖର୍ଚ୍ଚ କୋଚ୍ ନିପୁନ୍ ବହନ କରିଥିଲେ। ଆରମ୍ଭରୁ ହିଁ ସେ ୨୦୦ ମିଟର୍ ରେସ୍ ପାଇଁ ପ୍ରସ୍ତୁତି କରିଥିଲେ। ପରେ ସେ ୪୦୦ ମିଟର୍ ରେସ୍ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ଏହା ପରେ ହିମା ଲଗାତାର ସଫଳତା ହାସଲ କରିଚାଲିଲେ ଏବଂ ଆଉ ପଛକୁ ଫେରି ଚାହିଁନଥିଲେ।

ହିମାଙ୍କ ଅନ୍ତର୍ଜାତୀୟ କ୍ୟାରିୟର

ଚଳିତ ମାସ ହିମା କ୍ୟାରିୟରର ଶ୍ରେଷ୍ଠ ସଫଳତା ଅର୍ଜନ କରିଛନ୍ତି। ଗତ ୨ ତାରିଖରେ ପୋଲାଣ୍ଡରେ ଆୟୋଜିତ ପୋଜନାନ୍ ଆଥଲେଟିକ୍ସ ଗ୍ରାଁ ପ୍ରି'ର ୨୦୦ ମିଟର୍, ୭ ତାରିଖରେ କୁଣ୍ଟୋ ଆଥଲେଟିକ୍ସ ଚାମ୍ପିଅନଶିପର ୨୦୦ ମିଟର୍, ୧୩ରେ ଚେକ୍ ଗଣରାଜ୍ୟରେ କ୍ଲାଡନୋ ଆଥଲେଟିକ୍ସ ମିଟରେ ୨୦୦ ମିଟର୍, ୧୭ରେ ଟାବୋର୍ ଆଥଲେଟିକ୍ସ ମିଟରେ ୨୦୦ ମିଟର ଏବଂ ୧୯ରେ ଚେକ୍ ଗଣରାଜ୍ୟର ନୋଭ୍ ମେସ୍ତୋରେ ୪୦୦ ମିଟର୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଗତବର୍ଷ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ହିମା ସମସ୍ତଙ୍କୁ ନିରାଶ କରି ଷଷ୍ଠ ସ୍ଥାନରେ ରହିଥିଲେ। ଏହା ପରେ ସେ ବ୍ୟାଙ୍କକରେ ଆୟୋଜିତ ଏସିଆନ୍ ୟୁଥ୍ ଗେମ୍ସରେ ଭାଗ ନେଇଥିଲେ ଏବଂ ୨୦୦ ମିଟରରେ ସପ୍ତମ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ।

ହିମା ପ୍ରଥମ ଭାରତୀୟ ମହିଳା, ଯିଏ ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିଅନଶିପ୍ (ଅଣ୍ଡର୍-୨୦) ଟ୍ରାକରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ହିମା ୪୦୦ ମିଟର୍ ରେସକୁ ୫୧.୪୬ ସେକେଣ୍ଡରେ ଶେଷ କରି ଏହି ରେକର୍ଡକୁ ନିଜ ନାମରେ କରିଥିଲେ। ଏହାଛଡ଼ା ଗତ ୨୦ ଦିନ ଭିତରେ ୟୁରୋପରେ ୫ଟି ସ୍ୱର୍ଣ୍ଣ ପଦକ ଜିତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ସଫଳତା ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ହିମାଙ୍କୁ ବଧେଇ ଜଣାଇଛନ୍ତି। ଏହାବ୍ୟତୀତ ମାଷ୍ଟର୍ ବ୍ଲାଷ୍ଟର୍ ସଚିନ ତେନ୍ଦୁଲକର ମଧ୍ୟ ଟ୍ୱିଟ୍ କରି କହିଛନ୍ତି, "ଜିତିବା ପାଇଁ ତୁମର ଯେଉଁ କ୍ଷୁଧା ଅଛି ତାହା ନିଶ୍ଚୟ ଯୁବ କ୍ରୀଡ଼ାବିତଙ୍କୁ ପ୍ରେରଣା ଯୋଗାଇବ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story