ଆସନ୍ତାକାଲିଠୁ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି: ଭାରତର ପ୍ରଥମ ମ୍ୟାଚ୍ ଜାପାନ ବିରୋଧରେ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ମାଲେସିଆରେ ଆରମ୍ଭ ହେବାକୁ ଯାଉଛି ଏସିଆନ ଚାମ୍ପିଅନ୍ସ ଟ୍ରଫି (ଏସିଟି) ପୁରୁଷ ହକି ଟୁର୍ଣ୍ଣାମେଣ୍ଟ୍। ଏଥିରେ ଭାରତ ସମେତ ପାକିସ୍ତାନ, ଚୀନ, ଜାପାନ, ଦକ୍ଷିଣ କୋରିଆ ଓ ମାଲେସିଆ ଭାଗ ନେଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଆସନ୍ତାକାଲି ଦୁଇଟି ମ୍ୟାଚ୍ ଖେଳାଯିବ। ଗୋଟିଏ ମ୍ୟାଚ୍ ମାଲେସିଆ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ବେଳେ ଅନ୍ୟଟି ଭାରତ ଓ ଜାପାନ ମଧ୍ୟରେ ହେବ। ୨୨ ତାରିଖରେ ଭାରତ ଦକ୍ଷିଣ […]

shreejesh

Rakesh Mallick
  • Published: Wednesday, 19 October 2016
  • , Updated: 20 October 2016, 08:32 AM IST

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ମାଲେସିଆରେ ଆରମ୍ଭ ହେବାକୁ ଯାଉଛି ଏସିଆନ ଚାମ୍ପିଅନ୍ସ ଟ୍ରଫି (ଏସିଟି) ପୁରୁଷ ହକି ଟୁର୍ଣ୍ଣାମେଣ୍ଟ୍। ଏଥିରେ ଭାରତ ସମେତ ପାକିସ୍ତାନ, ଚୀନ, ଜାପାନ, ଦକ୍ଷିଣ କୋରିଆ ଓ ମାଲେସିଆ ଭାଗ ନେଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।

ଆସନ୍ତାକାଲି ଦୁଇଟି ମ୍ୟାଚ୍ ଖେଳାଯିବ। ଗୋଟିଏ ମ୍ୟାଚ୍ ମାଲେସିଆ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ବେଳେ ଅନ୍ୟଟି ଭାରତ ଓ ଜାପାନ ମଧ୍ୟରେ ହେବ। ୨୨ ତାରିଖରେ ଭାରତ ଦକ୍ଷିଣ କୋରିଆକୁ ଭେଟିବାକୁ ଥିବା ବେଳେ ୨୩ ତାରିଖରେ ପାକିସ୍ତାନ ବିପକ୍ଷରେ ଖେଳିବ। ୨୫ ତାରିଖରେ ଭାରତୀୟ ଟିମ୍ ଚୀନ ସହିତ ଖେଳିବ। ୨୬ ତାରିଖରେ ଭାରତ ଓ ମାଲେସିଆ ମଧ୍ୟରେ ମ୍ୟାଚ୍ ହେବ।

୨୦୧୧ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ସେହି ବର୍ଷ ଭାରତ ଚାମ୍ପିଅନ୍ ହୋଇଥିଲା। ୨୦୧୨ ଓ ୨୦୧୩ରେ ପାକିସ୍ତାନ ଚାମ୍ପିଅନ୍ ହୋଇଥିଲା। ୨୦୧୪ ଓ ୨୦୧୫ରେ ଏହି ଟୁର୍ଣ୍ଣାମେଣ୍ଟ ହୋଇ ନ ଥିଲା। ଭାରତ ଚଳିତ ବର୍ଷ ପୁଣି ଚାମ୍ପିଅନ୍ ହେବାକୁ ଉଦ୍ୟମ କରିବ।

Related story