ଏସିଆନ୍ ଚାମ୍ପିଅନ୍ସ ଟ୍ରଫି: ଫାଇନାଲ୍‌ରେ ଭାରତ-ପାକିସ୍ତାନ ମୁକାବିଲା

କ୍ୱାଣ୍ଟନ: ଚଳିତ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ରେ ପହଞ୍ଚି ଯାଇଛି ଭାରତ। ଆଜି ସେମି ଫାଇନାଲ୍‌ରେ ଦକ୍ଷିଣ କୋରିଆକୁ ୫-୪ (୨-୨) ଗୋଲ୍‌ରେ ହରାଇ ଦଳ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ରେ ପ୍ରବେଶ କରିଛି। ଆସନ୍ତାକାଲି ଫାଇନାଲ୍‌ରେ ଦଳ ପାକିସ୍ତାନକୁ ଭେଟିବ। ସଂଘର୍ଷପୂର୍ଣ୍ଣ ଏହି ସେମି ଫାଇନାଲ୍ ମ୍ୟାଚ୍‌ରେ ନିର୍ଦ୍ଧାରିତ ସମୟରେ ଉଭୟ ଦଳ ଦୁଇଟି ଲେଖାଏଁ ଗୋଲ୍ ଦେଇ ସମାନ ସ୍ଥିତିରେ ରହିବା ପରେ ଭାରତ ପେନାଲ୍ଟି ସୁଟ୍‌ଆଉଟ୍‌ରେ କୋରିଆକୁ ଚକ୍‌ମା ଦେଇ […]

indian-hockey

Rakesh Mallick
  • Published: Saturday, 29 October 2016
  • , Updated: 30 October 2016, 07:36 AM IST

କ୍ୱାଣ୍ଟନ: ଚଳିତ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ରେ ପହଞ୍ଚି ଯାଇଛି ଭାରତ। ଆଜି ସେମି ଫାଇନାଲ୍‌ରେ ଦକ୍ଷିଣ କୋରିଆକୁ ୫-୪ (୨-୨) ଗୋଲ୍‌ରେ ହରାଇ ଦଳ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ରେ ପ୍ରବେଶ କରିଛି। ଆସନ୍ତାକାଲି ଫାଇନାଲ୍‌ରେ ଦଳ ପାକିସ୍ତାନକୁ ଭେଟିବ।

ସଂଘର୍ଷପୂର୍ଣ୍ଣ ଏହି ସେମି ଫାଇନାଲ୍ ମ୍ୟାଚ୍‌ରେ ନିର୍ଦ୍ଧାରିତ ସମୟରେ ଉଭୟ ଦଳ ଦୁଇଟି ଲେଖାଏଁ ଗୋଲ୍ ଦେଇ ସମାନ ସ୍ଥିତିରେ ରହିବା ପରେ ଭାରତ ପେନାଲ୍ଟି ସୁଟ୍‌ଆଉଟ୍‌ରେ କୋରିଆକୁ ଚକ୍‌ମା ଦେଇ ଫାଇନାଲ୍‌କୁ ଉନ୍ନୀତ ହୋଇଥିଲା।

୨୦୧୧ରେ ପ୍ରଥମ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ଭାରତ ଚାମ୍ପିଅନ୍ ହୋଇଥିଲା। ୨୦୧୨ ଓ ୨୦୧୩ରେ ପାକିସ୍ତାନ ଚାମ୍ପିଅନ ହୋଇଥିଲା। ୨୦୧୪ ଓ ୨୦୧୫ରେ ଏହି ଟୁର୍ଣ୍ଣାମେଣ୍ଟ୍ ହୋଇନଥିଲା।

Related story