ବେଜିଂ: ନିଜ ଜାତୀୟ ରେକର୍ଡକୁ ଭାଙ୍ଗି ଲଳିତା ଶିବାଜୀ ବାବର ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସୋମବାର ଚୀନର ବେଜିଂରେ ଅନୁଷ୍ଠିତ ବିଶ୍ୱ ଆଥଲେଟିକ୍ସ ଚାମ୍ପିଆନସିପର ୩୦୦୦ ମିଟର ଷ୍ଟିପଲଚେଶ୍ ଫାଇନାଲକୁ ପ୍ରବେଶ କରିଛନ୍ତି ବାବର।
ଏସିଆନ୍ ଚାମ୍ପିଆନସିପର ଏହି ପ୍ରତିଯୋଗିତାରେ ନିର୍ଦ୍ଧାରିତ ଟାଇମିଂ ୯:୨୭:୮୬କୁ ଏହି ଆଥଲେଟିକ୍ସ ଜଣଙ୍କ ଅତି ସହଜରେ ଅତିକ୍ରମ କରିଛନ୍ତି। ଏହି ସମୟକୁ ଅତିକ୍ରମ କରିଥିବା ୬ ଜଣ ଶେଷ ଫାଇନାଲିଷ୍ଟଙ୍କ ମଧ୍ୟରୁ ତାଙ୍କ ନାଁ ମଧ୍ୟ ରହିଛି। ମହାରାଷ୍ଟ୍ରର ଏହି ଆଥଲେଟିକ୍ସ ଜଣଙ୍କ ନିକୋଲାଇ ସ୍ନେଶାରଭଙ୍କ ତତ୍ୱବଧାନରେ ଟ୍ରେନିଂ ନେଇ ପୂର୍ବ ରେକର୍ଡ ୯:୩୪:୧୩ ସ୍ଥାପନ କରିଥିଲେ। ଏହାକୁ ଆଜି ଭାଙ୍ଗି ନୂତନ ରେକର୍ଡ ସ୍ଥାପନ କରିଛନ୍ତି।
ସୂଚନାଯୋଗ୍ୟ ଏହି ଆଥଲେଟିକ୍ସ ଜଣଙ୍କ ୨୦୧୪ ଏସିଆନ ଗେମ୍ସରେ ରୌପ୍ୟ ପଦକ ଜିତିଥିବାବେଳେ ପ୍ରଥମ ଭାରତୀୟ ଭାବେ ଏହି ପ୍ରତିଯୋଗିତାରେ ଶୀର୍ଷ ସ୍ଥାନରେ ପହଞ୍ଚି ଇତିହାସ ରଚିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।