ୟାସିରଙ୍କ ଶତକ ସତ୍ତ୍ୱେ ପରାଜୟଦ୍ୱାରରେ ପାକିସ୍ତାନ

ଆଡିଲେଡ୍‌: ୟାସିର୍ ଶାହଙ୍କ ଶତକ ସତ୍ତ୍ୱେ ପାକିସ୍ତାନ ଏଠାରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିବାରାତ୍ର ଟେଷ୍ଟରେ ଇନିଂସ୍ ପରାଜୟ ନିକଟତର ହୋଇଛି। ଅଷ୍ଟ୍ରେଲିଆରେ ଲଗାତାର ୧୩ଟି ଟେଷ୍ଟ ମ୍ୟାଚ୍ ହାରିଥିବା ପାକିସ୍ତାନ ବର୍ଷା ବାଧାପ୍ରାପ୍ତ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ୩୯ ରନ୍ କରିଛି। ଟିମକୁ ଇନିଂସ୍ ପରାଜୟ ଏଡ଼ାଇବା ପାଇଁ ଆହୁରି ୨୪୮ ରନର ଆବଶ୍ୟକ। ପାକିସ୍ତାନ ଆଜି ତା’ର ପ୍ରଥମ ଇନିଂସ୍ ଖେଳ ୬ ୱିକେଟରେ ୯୬ […]

yasir

yasir

Ranjit Kumar Jena
  • Published: Sunday, 01 December 2019
  • Updated: 01 December 2019, 06:03 PM IST

Sports

Latest News

ଆଡିଲେଡ୍‌: ୟାସିର୍ ଶାହଙ୍କ ଶତକ ସତ୍ତ୍ୱେ ପାକିସ୍ତାନ ଏଠାରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିବାରାତ୍ର ଟେଷ୍ଟରେ ଇନିଂସ୍ ପରାଜୟ ନିକଟତର ହୋଇଛି। ଅଷ୍ଟ୍ରେଲିଆରେ ଲଗାତାର ୧୩ଟି ଟେଷ୍ଟ ମ୍ୟାଚ୍ ହାରିଥିବା ପାକିସ୍ତାନ ବର୍ଷା ବାଧାପ୍ରାପ୍ତ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ୩୯ ରନ୍ କରିଛି। ଟିମକୁ ଇନିଂସ୍ ପରାଜୟ ଏଡ଼ାଇବା ପାଇଁ ଆହୁରି ୨୪୮ ରନର ଆବଶ୍ୟକ। ପାକିସ୍ତାନ ଆଜି ତା'ର ପ୍ରଥମ ଇନିଂସ୍ ଖେଳ ୬ ୱିକେଟରେ ୯୬ ରନରୁ ଆରମ୍ଭ କରିଥିଲା।

ୟାସିର୍ ଶାହ (୧୧୩)ଙ୍କ ଶତକ ଓ ବାବର ଆଜମଙ୍କ ୯୭ ରନ୍ ବଳରେ ପାକିସ୍ତାନ ପ୍ରଥମ ଇନିଂସରେ ୩୦୨ ରନ୍ କରି ଫଲୋଅନର ଶିକାର ହୋଇଥିଲା। ଏହା ସତ୍ତ୍ୱେ ଭ୍ରମଣକାରୀ ଟିମ୍ ଅଷ୍ଟ୍ରେଲିଆଠାରୁ ୨୮୯ ରନରେ ପଛୁଆ ରହିଥିଲା। ଘରୋଇ ଦଳ ଡେଭିଡ୍ ୱାର୍ଣ୍ଣର (୩୩୫)ଙ୍କ ଅପରାଜିତ ତ୍ରିଶତକ ବଳରେ ପ୍ରଥମ ଇନିଂସରେ ୩ ୱିକେଟ୍ ହରାଇ ୫୮୯ କରି ଘୋଷଣାକରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍ ଷ୍ଟାର୍କ ୬୬ ରନ୍ ଦେଇ ୬ଟି ୱିକେଟ୍ ନେଇଥିଲେ।

ରବିବାର ପାକିସ୍ତାନର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ୟାସିର୍ ଓ ବାବର ସପ୍ତମ ୱିକେଟ୍ ପାଇଁ ୧୦୫ ରନର ଭାଗୀଦାରୀ କରିଥିଲେ। ବ୍ରିସବେନରେ ଶତକ ହାସଲ କରିଥିବା ବାବର ମାତ୍ର ତିନି ରନ୍ ପାଇଁ ଆଉ ଏକ ଶତକରୁ ବଞ୍ଚିତ ହୋଇଥିଲେ। ପାକିସ୍ତାନର ସ୍କୋର ୧୯୪ ରନ୍ ଥିବା ବେଳେ ବାବରଙ୍କୁ ଷ୍ଟାର୍କ ଆଉଟ୍ କରିଥିଲେ । ବାବର ୧୩୨ ବଲରେ ୧୧ ଚୌକା ମାରିଥିଲେ।

ବାବରଙ୍କ ଆଉଟ୍ ହେବାର ପରବର୍ତ୍ତୀ ବଲରେ ଶାହୀନ୍ ଶାହ ଆଫ୍ରିଦିଙ୍କୁ ମଧ୍ୟ ଷ୍ଟାର୍କ ନିଜର ଶିକାର ବନାଇଥିଲେ। ଏହା ପରେ ୟାସିରଙ୍କୁ ଭରପୂର ସହଯୋଗ କରିଥିଲେ ମହମ୍ମଦ ଆବାସ। ଦୁହେଁ ନବମ ୱିକେଟ୍ ପାଇଁ ୮୭ ରନ୍ ଯୋଡ଼ି ପାକିସ୍ତାନକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଆବାସ ବ୍ୟକ୍ତିଗତ ୨୯ ରନ୍ କରି ପ୍ୟାଟ୍ କମିନ୍ସଙ୍କ ବଲରେ ଆଉଟ୍ ହୋଇଥିଲେ। ୟାସିର୍ ୧୯୨ ବଲରେ ନିଜର ପ୍ରଥମ ଶତକ ପୂରଣ କରିବା ପରେ ପ୍ୟାଭିଲିୟନ୍ ଫେରିଥିଲେ। ୟାସିର୍ ନିଜର ଶତକୀୟ ଇନିଂସ୍ ମଧ୍ୟରେ ୨୧୩ ବଲରେ ୧୩ ଚୌକା ମାରିଥିଲେ। ମହମ୍ମଦ ମୁସା ୧୨ ରନ୍ କରି ଅପରାଜିତ ଥିଲେ। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ପକ୍ଷରୁ କମିନ୍ସ ୩ଟି ଓ ଜୋଶ୍ ହେଜଲଉଡ୍ ଗୋଟିଏ ୱିକେଟ୍ ନେଇଥିଲେ।

ଫଲୋଅନ୍ ପାଇଁ ପାକିସ୍ତାନ ପୁଣିଥରେ ବ୍ୟାଟିଂ ଆରମ୍ଭ କରିଥିଲା। ଦ୍ୱିତୀୟ ଇନିଂସରେ ମଧ୍ୟ ପାକିସ୍ତାନର ଆରମ୍ଭ ଖରାପ ରହିଥିଲା। ଜୋଶ୍ ହେଜଲଭଡ୍ ଓପନିଂ ବ୍ୟାଟ୍ସମ୍ୟାନ୍ ଇମାମ୍ ଉଲ୍‌-ହକଙ୍କୁ ଖାତା ଖୋଲିବା ପୂର୍ବରୁ ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ। କ୍ୟାପଟେନ୍ ଆଝାର ଅଲୀ (୯)ଙ୍କୁ ଷ୍ଟାର୍କ ଏବଂ ଇନଫର୍ମ ବ୍ୟାଟ୍ସମ୍ୟାନ୍ ବାବର (୮)ଙ୍କୁ ହେଜଲଉଡ୍ ଆଉଟ୍ କରି ମ୍ୟାଚକୁ ଅଷ୍ଟ୍ରେଲିଆ ମୁଠାରେ କରିଛନ୍ତି। ଷ୍ଟମ୍ପ ଅପସାରଣ ବେଳକୁ ଶାନ୍ ମସୁଦ୍ ୧୪ ଓ ଅସଦ୍ ସଫିକ୍ ୮ ରନ୍ କରି ଅପରାଜିତ ରହିଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ହେଜଲଉଡ୍ ୨ଟି ଓ ଷ୍ଟାର୍କ ଗୋଟିଏ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos