ଅଲୋଡ଼ା ରେକର୍ଡରେ ଆଦିଲ୍‌ ରଶିଦ୍‌

ଲଣ୍ଡନ୍‌: ଲର୍ଡସ୍‌ରେ ଇଂଲଣ୍ଡ ଭ୍ରମଣକାରୀ ଭାରତକୁ ଏକ ଇନିଂସ୍‌ ଓ ୧୫୯ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ ପରେ ଇଂଲଣ୍ଡନ୍‌ ସ୍ପିନର୍‌ ଆଦିଲ୍‌ ରଶିଦ୍‌ ଏକ ଅଲୋଡ଼ା ରେକର୍ଡରେ ସ୍ଥାନ ପାଇଛନ୍ତି। ଆପଣ ଭାବୁଥିବେ, ରଶିଦ୍‌ ଦ୍ୱିତୀୟ ଟେଷ୍ଟ୍‌ରେ ଖେଳୁଥିଲେ ସତ କିନ୍ତୁ ସେ ବୋଲିଂ କିମ୍ବା ବ୍ୟାଟିଂ କିଛି କରିନାହାନ୍ତି, ତଥାପି କେମିତି ରେକର୍ଡ କଲେ? ହଁ ଆପଣ ଠିକ୍‌ କଥା ଭାବିଛନ୍ତି। ରଶିଦ୍‌ ଗୋଟିଏ ମ୍ୟାଚ୍‌ରେ ବୋଲିଂ କିମ୍ବା ବ୍ୟାଟିଂ ନ କରିବା ରେକର୍ଡ […]

adil-rashid-england-test_3746901

Ordigital Desk
  • Published: Monday, 13 August 2018
  • , Updated: 13 August 2018, 08:33 PM IST
ଲଣ୍ଡନ୍‌: ଲର୍ଡସ୍‌ରେ ଇଂଲଣ୍ଡ ଭ୍ରମଣକାରୀ ଭାରତକୁ ଏକ ଇନିଂସ୍‌ ଓ ୧୫୯ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ ପରେ ଇଂଲଣ୍ଡନ୍‌ ସ୍ପିନର୍‌ ଆଦିଲ୍‌ ରଶିଦ୍‌ ଏକ ଅଲୋଡ଼ା ରେକର୍ଡରେ ସ୍ଥାନ ପାଇଛନ୍ତି।
ଆପଣ ଭାବୁଥିବେ, ରଶିଦ୍‌ ଦ୍ୱିତୀୟ ଟେଷ୍ଟ୍‌ରେ ଖେଳୁଥିଲେ ସତ କିନ୍ତୁ ସେ ବୋଲିଂ କିମ୍ବା ବ୍ୟାଟିଂ କିଛି କରିନାହାନ୍ତି, ତଥାପି କେମିତି ରେକର୍ଡ କଲେ?
ହଁ ଆପଣ ଠିକ୍‌ କଥା ଭାବିଛନ୍ତି। ରଶିଦ୍‌ ଗୋଟିଏ ମ୍ୟାଚ୍‌ରେ ବୋଲିଂ କିମ୍ବା ବ୍ୟାଟିଂ ନ କରିବା ରେକର୍ଡ ତାଲିକାରେ ସ୍ଥାନ ପାଇଛନ୍ତି। ଏହି ରେକର୍ଡ ସୃଷ୍ଟି କରିବାରେ ସେ ବିଶ୍ୱର ୧୪ ତମ ଖେଳାଳି ଓ ପ୍ରଥମ ଇଂଲିଶ କ୍ରିକେଟ୍‌ର ହୋଇଛନ୍ତି।
ଇଂଲଣ୍ଡ ୭ ୱିକେଟ୍‌ ହରାଇବା ପରେ ପାଳି ଘୋଷଣା କରିଥିଲା। ରଶିଦ୍‌ ଟେଲ ଏଣ୍ଡର ହୋଇଥିବାରୁ ସେ ବ୍ୟାଟିଂ କରିବାର ସୁଯୋଗ ପାଇ ନଥିଲେ। ଆଶା କରାଯାଉଥିଲା ଅଧିନାୟକ ତାଙ୍କୁ ବୋଲିଂ କରିବାକୁ ଦେବେ। ତେବେ ଇଂଲଣ୍ଡର ସ୍ପିଡ୍‌ଷ୍ଟରମାନେ ଭାରତୀୟ ବ୍ୟାଟସ୍‌ମ୍ୟାନଙ୍କ କାମ ତମାମ୍‌ କରିଦେଇଥିଲେ।
ଫଳରେ ଟିମ୍‌ ଇଂଲଣ୍ଡ ପାଇଁ ରଶିଦ୍‌ଙ୍କ ଭଳି ଲେଗ୍‌ସ୍ପିନରଙ୍କ ଆବଶ୍ୟକତା ଆଦୌ ନଥିଲା।
ସେହିଭଳି ରଶିଦ୍‌ ଫିଲଡିଂ କରୁଥିଲେ ମଧ୍ୟ ତାଙ୍କ ପାଖକୁ କୌଣସି କ୍ୟାଚ୍‌ ଯାଇ ନଥଲା। ସେ ସେଭଳି ଆଖିଦୃଶିଆ ଫିଲଡିଂ କରି କାହାକୁ ରନ୍‌ ଆଉଟ୍‌ ମଧ୍ୟ କରି ନାହାନ୍ତି।
ପୂରା ମ୍ୟାଚ୍‌ରେ ତାଙ୍କର ଭୂମିକା କିଛି ନଥିଲା କହିଲେ ଚଳେ। ଏଭଳି ଘଟଣା ଘଟିବାରୁ ସେ ଏଭଳି ଏକ ବିରଳ ରେକର୍ଡ ତାଲିକାରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିଛନ୍ତି।

Related story