ଟିମ୍ ଇଣ୍ଡିଆକୁ ୨୨୪ ରନ୍‌ରେ ରୋକିଲେ ଆଫଗାନିସ୍ତାନ ସ୍ପିନର୍

ସାଉଥାମ୍ପଟନ୍: ଚଳିତ ବିଶ୍ୱକପର ୨୮ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଆଫଗାନିସ୍ତାନ। ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଶକ୍ତିଶାଳୀ ବ୍ୟାଟିଂଲାଇନ୍ ଆଫଗାନିସ୍ତାନର ସ୍ପିନ୍ ଆକ୍ରମଣ ଆଗରେ ମୁଣ୍ଡ ନୁଆଁଇଛନ୍ତି। ଫଳସ୍ୱରୂପ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୨୪ ରନ୍ କରିବାକୁ ସକ୍ଷମ ହୋଇଛି। ଆଫଗାନିସ୍ତାନକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ୨୨୫ ରନ୍ କରିବାକୁ ପଡ଼ିବ। ଭାରତ ପକ୍ଷରୁ ବିରାଟ୍ କୋହଲିଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଆଫଗାନିସ୍ତାନ ସ୍ପିନରଙ୍କୁ […]

af

Hemant Lenka
  • Published: Saturday, 22 June 2019
  • , Updated: 22 June 2019, 06:40 PM IST

ସାଉଥାମ୍ପଟନ୍: ଚଳିତ ବିଶ୍ୱକପର ୨୮ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଆଫଗାନିସ୍ତାନ। ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଶକ୍ତିଶାଳୀ ବ୍ୟାଟିଂଲାଇନ୍ ଆଫଗାନିସ୍ତାନର ସ୍ପିନ୍ ଆକ୍ରମଣ ଆଗରେ ମୁଣ୍ଡ ନୁଆଁଇଛନ୍ତି। ଫଳସ୍ୱରୂପ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୨୪ ରନ୍ କରିବାକୁ ସକ୍ଷମ ହୋଇଛି। ଆଫଗାନିସ୍ତାନକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ୨୨୫ ରନ୍ କରିବାକୁ ପଡ଼ିବ।

ଭାରତ ପକ୍ଷରୁ ବିରାଟ୍ କୋହଲିଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଆଫଗାନିସ୍ତାନ ସ୍ପିନରଙ୍କୁ ସାମ୍ନା କରିପାରିନଥିଲେ। ସେ ୬୩ ବଲରେ ୫ ଚୌକା ସହ ୬୭ ରନ୍ କରିଛନ୍ତି। ଅନ୍ୟପକ୍ଷରେ ଆଫଗାନିସ୍ତାନ ପକ୍ଷରୁ ମହମ୍ମଦ ନବି ଓ କ୍ୟାପଟେନ୍ ଗୁଲବଦିନ୍ ନାଏକ ୨ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ରଶିଦ୍ ଖାନ୍, ମୁଜୀବ-ଉର୍-ରେହମାନ୍ ଓ ରେହମତ୍ ଶାହ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଛନ୍ତି।

ରୋଜ ବାଉଲରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଫଗାନିସ୍ତାନ ତା'ର ମୁଖ୍ୟ ଶକ୍ତି ସ୍ପିନରକୁ ହିଁ ପ୍ରଥମ ଓଭରରେ ଲଗାଇଥିଲା ଏବଂ ଟିମକୁ ଏହାର ଫାଇଦା ମଧ୍ୟ ମିଳିଥିଲା।

ଚଳିତ ଟୁର୍ଣ୍ଣାମେଣ୍ଟରେ ଜବରଦସ୍ତ ଫର୍ମରେ ଥିବା ଓପ୍ନର ରୋହିତ୍ ଶର୍ମା ମାତ୍ର ୧ ରନ୍ କରି ମୁଜୀବ ଉର୍-ରେହମାନଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ଏହା ପରେ ଲୋକେଶ ରାହୁଲ (୩୦) ଓ କୋହଲି ସ୍ଥିତି ସମ୍ଭାଳିଥିଲେ ଏବଂ ଦ୍ୱିତୀୟ ୱିକେଟ୍ ପାଇଁ ୫୭ ରନର ଅର୍ଦ୍ଧଶତକୀୟ ଭାଗୀଦାରୀ କରିଥିଲେ। ରାହୁଲ ଭଲ ଖେଳି ସେଟ୍ ହୋଇସାରିଥିବା ବେଳେ ଖରାପ ଶଟ୍ ଖେଳି ନିଜ ୱିକେଟ୍ ଦେଇ ବସିଥିଲେ। ମହମ୍ମଦ ନବିଙ୍କ ବଲରେ ରିଭର୍ସ ସୁଇପ୍ ମାରିବାକୁ ଯାଇ ରାହୁଲ ହଜରତୁଲ୍ଲାଙ୍କ ଦ୍ୱାରା ଧରା ପଡ଼ିଥିଲେ।

ରାହୁଲଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ବିଜୟ ଶଙ୍କର ପ୍ରଥମରୁ ଧିମା ବ୍ୟାଟିଂ କରିଥିଲେ ହେଁ ପରେ ସେ ରନ୍ ଗତି ବଢ଼ାଇ ଭାରତର ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ। କିନ୍ତୁ ସେ ମଧ୍ୟ ରାହୁଲଙ୍କ ଭଳି ଖରାପ ଶଟ୍ ଖେଳି ଆଉଟ୍ ହୋଇଥିଲେ। ଶଙ୍କର ୪୧ ବଲରେ ୨ ଚୌକା ସହ ୨୯ ରନ୍ ରେହମତ୍ ଶାହଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ।

ଅଧିନାୟକ କୋହଲି ଆକ୍ରମଣାତ୍ମକ ବ୍ୟାଟିଂ କରି ୪୮ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଏହି ମ୍ୟାଚରେ କୋହଲିଙ୍କ ପାଖରେ ଶତକ ମାରିବାର ଭଲ ସୁଯୋଗ ଥିଲା, କିନ୍ତୁ ସେ ମଧ୍ୟ ଖରାପ ଶଟ୍ ଯୋଗୁ ଆଉଟ୍ ହୋଇଯାଇଥିଲେ। କୋହଲିଙ୍କ ମୂଲ୍ୟବାନ୍ ୱିକେଟ୍ ନେଇଥିଲେ ନବି। କୋହଲିଙ୍କ ଆଉଟ୍ ବେଳକୁ ଭାରତର ସ୍କୋର ୪ ୱିକେଟରେ ୧୩୫ ରନରେ ଥିଲା। ଏହା ପରେ ମହେନ୍ଦ୍ର ସିଂହ ଧୋନି ଓ କେଦାର ଯାଦବ ପଞ୍ଚମ ୱିକେଟ୍ ପାଇଁ ୫୭ ରନ୍ ଯୋଡ଼ି ଭାରତର ସ୍କୋରକୁ ୨୦୦ ନିକଟତର କରାଇଥିଲେ।

ଧୋନି ଧିମା ବ୍ୟାଟିଂ କରି ୫୨ ବଲରେ ମାତ୍ର ୨୮ ରନ୍ କରିଥିଲେ। କେଦାର ମଧ୍ୟ ପରିସ୍ଥିତି ଅନୁଯାୟୀ ବ୍ୟାଟିଂ କରି ୫୨ (୬୮ ବଲ୍, ୩ ଚୌକା, ୧ ଛକା) ରନର ଧୈର୍ଯ୍ୟପୂର୍ଣ୍ଣ ଇନିଂସ୍ ଖେଳିଥିଲେ। ଶେଷଭାଗରେ ହାର୍ଦ୍ଦିକ ପାଣ୍ଡ୍ୟା (୭), ମହମ୍ମଦ ଶାମି (୧) ଦୁଇ ଅଙ୍କ ଛୁଇଁପାରି ନଥିଲେ। କୁଲଦୀପ ଯାବଦ (୧) ଓ ଯଶପ୍ରୀତ ବୁମ୍ରା (୧) ଅପରାଜିତ ଥିଲେ।

Related story