ପୁଣି କ୍ୟାପଟେନ୍ ପଦକୁ ଫେରିଲେ ଅସଗର ଆଫଗାନ୍‌

କାବୁଲ୍‌: ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ (ଏସିବି) ପୂର୍ବତନ କ୍ୟାପଟେନ୍ ଅସଗର ଆଫଗାନଙ୍କୁ ସବୁ ଫର୍ମାଟ୍ ପାଇଁ ପୁଣିଥରେ କ୍ୟାପଟେନ୍ ଭାବେ ନିଯୁକ୍ତ କରିଛି। ଏସିବିର ଶୀର୍ଷ ପଦାଧିକାରୀ ଏହି ନିଷ୍ପତ୍ତି ନେଇଛନ୍ତି। ସାତମାସ ପୂର୍ବେ ଅସଗରଙ୍କଠାରୁ କ୍ୟାପଟେନ୍ ପଦ ଛଡ଼ାଇ ନିଆଯାଇଥିଲା। କିନ୍ତୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନୋଟି ଯାକ ଘରୋଇ ଫର୍ମାଟରେ ଖରାପ ପ୍ରଦର୍ଶନ ପରେ ବୋର୍ଡ ପୁଣିଥରେ ଅସଗରଙ୍କୁ ଡାକରା ଦେଇଛି। ବିଶ୍ୱକପର ଦୁଇମାସ ପୂର୍ବରୁ ଅର୍ଥାତ୍ ଏପ୍ରିଲରେ ଅସଗରଙ୍କୁ କ୍ୟାପଟେନ୍ ପଦରୁ ବିଦା କରାଯାଇଛି। […]

afghan

Ranjit Kumar Jena
  • Published: Wednesday, 11 December 2019
  • , Updated: 11 December 2019, 07:00 PM IST

କାବୁଲ୍‌: ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ (ଏସିବି) ପୂର୍ବତନ କ୍ୟାପଟେନ୍ ଅସଗର ଆଫଗାନଙ୍କୁ ସବୁ ଫର୍ମାଟ୍ ପାଇଁ ପୁଣିଥରେ କ୍ୟାପଟେନ୍ ଭାବେ ନିଯୁକ୍ତ କରିଛି। ଏସିବିର ଶୀର୍ଷ ପଦାଧିକାରୀ ଏହି ନିଷ୍ପତ୍ତି ନେଇଛନ୍ତି। ସାତମାସ ପୂର୍ବେ ଅସଗରଙ୍କଠାରୁ କ୍ୟାପଟେନ୍ ପଦ ଛଡ଼ାଇ ନିଆଯାଇଥିଲା। କିନ୍ତୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନୋଟି ଯାକ ଘରୋଇ ଫର୍ମାଟରେ ଖରାପ ପ୍ରଦର୍ଶନ ପରେ ବୋର୍ଡ ପୁଣିଥରେ ଅସଗରଙ୍କୁ ଡାକରା ଦେଇଛି।

ବିଶ୍ୱକପର ଦୁଇମାସ ପୂର୍ବରୁ ଅର୍ଥାତ୍ ଏପ୍ରିଲରେ ଅସଗରଙ୍କୁ କ୍ୟାପଟେନ୍ ପଦରୁ ବିଦା କରାଯାଇଛି। ତାଙ୍କ ସ୍ଥାନରେ ଏସିବି ରେହମତ୍ ଶାହଙ୍କୁ ଟେଷ୍ଟ, ଗୁଲବଦିନ୍ ନାଏବଙ୍କୁ ଦିନିକିଆ ଏବଂ ରଶିଦ୍ ଖାନଙ୍କୁ ଟି-୨୦ ଦଳର କ୍ୟାପଟେନ୍ ଭାବେ ନିଯୁକ୍ତ କରିଥିଲା।

ବିଶ୍ୱକପରେ ଆଫଗାନିସ୍ତାନ ତା'ର ସମସ୍ତ ୯ଟି ମ୍ୟାଚରେ ହାରିବା ପରେ ରଶିଦଙ୍କୁ ସବୁ ଫର୍ମାଟର କ୍ୟାପଟେନ୍ କରାଯାଇଥିଲା। ଅସଗରଙ୍କ ନେତୃତ୍ୱରେ ଆଫଗାନିସ୍ତାନ ଆଇସିସିର ପୂର୍ଣ୍ଣ ସଦସ୍ୟତା ଲାଭ କରିଥିବା ବେଳେ ଆୟର୍ଲ୍ୟାଣ୍ଡ୍ ବିପକ୍ଷରେ ତା'ର ପ୍ରଥମ ଟେଷ୍ଟ ମ୍ୟାଚ୍ ମଧ୍ୟ ଜିତିଥିଲା। ୩୨ ବର୍ଷୀୟ ଅସଗର ଆଫଗାନିସ୍ତାନ ପକ୍ଷରୁ ୧୧୧ ଦିନିକିଆ, ୬୬ ଟି-୨୦ ଏବଂ ୪ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି।

Related story