କରାଚି: ପାକିସ୍ତାନର ଟି-ଟ୍ୱେଣ୍ଟି ଟିମ୍ର ଅଧିନାୟକ ପଦ ଛାଡ଼ିଲେ ଶାହିଦ ଆଫ୍ରିଦି। ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ପାକିସ୍ତାନର ଶୋଚନୀୟ ପ୍ରଦର୍ଶନକୁ ନେଇ ଖୁବ୍ ସମାଲୋଚିତ ହୋଇଥିବା ଆଫ୍ରିଦି ଶେଷର ଆଜି ଅଧିନାୟକ ପଦ ଛାଡ଼ି ଦେଇଛନ୍ତି। ତେବେ ଟି-ଟ୍ୱେଣ୍ଟି ଫର୍ମାଟ୍ରେ ଖେଳ ଜାରି ରଖିବାକୁ ସେ ଇଚ୍ଛା ପ୍ରକାଶ କରିଛନ୍ତି। ଆଜି ଟ୍ୱିଟ୍ରରେ ଏକ ପ୍ରେସ୍ ରିଲିଜ୍ ଜରିଆରେ ସେ ଏହା ଜଣାଇଛନ୍ତି।
ଟି-ଟ୍ୱେଣ୍ଟି ବିଶ୍ୱକପ୍ ପରେ ଏହି ଫର୍ମାଟରୁ ଅବସର ନେବାକୁ ସଂକେତ ଦେଇଥିଲେ ଆଫ୍ରିଦି। ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ହାରିଯିବା ପରେ ସେ ଏଭଳି ସଂକେତ ଦେଇଥିଲେ।
୨୦୧୬ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ପାକିସ୍ତାନ ଚାରୋଟି ମ୍ୟାଚ୍ରୁ ମାତ୍ର ଗୋଟିଏ ଜିତି ପାରିଥିଲା। ଏହା ପୂର୍ବରୁ ଏସିଆ କପ୍ରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରି ପାରି ନ ଥିଲା।