ଏଗନ୍ ଅନ୍ତର୍ଜାତୀୟ: ସେମିରେ ହାରିଗଲେ ସାନିଆ-ହିଙ୍ଗିସ୍ ଯୋଡ଼ି

ଇଷ୍ଟବର୍ଣ୍ଣ: ଟପ୍ ସିଡ୍ ଯୋଡ଼ି ସାନିଆ ମିର୍ଜା ଓ ମାର୍ଟିନା ହିଙ୍ଗିସଙ୍କୁ ଲାଗିଛି ଧକ୍କା। ଏଠାରେ ଚାଲିଥିବା ଡବ୍ଲୁଟିଏ ଏଗନ୍ ଅନ୍ତର୍ଜାତୀୟର ସେମି ଫାଇନାଲରେ ହାରି ଯାଇଛନ୍ତି ସେମାନେ। କାରୋଲାଇନ ଗାରସିଆ ଓ କାଟାରିନା ସ୍ରବୋଟନିକଙ୍କ ଠାରୁ ଏହି ଯୋଡ଼ି ହାରି ଯାଇଛନ୍ତି। ଚତୁର୍ଥ ସିଡର ଏହି ଫ୍ରାନ୍ସ-ସ୍ଲୋଭାକ୍ ଯୋଡ଼ିଙ୍କ ଠାରୁ ସାନିଆ-ହିଙ୍ଗିସ୍ ଯୋଡ଼ି ୫-୭, ୪-୬ ରେ ପରାସ୍ତ ହୋଇଛନ୍ତି। ଏହି ମ୍ୟାଚକୁ ଜିତିବା ପାଇଁ ସାନିଆ ଓ ହିଙ୍ଗିସ୍ ଅନେକ ସୁଯୋଗ ପାଇଥିଲେ। କିନ୍ତୁ […]

saniahingis

Rakesh Mallick
  • Published: Friday, 26 June 2015
  • , Updated: 26 June 2015, 02:18 PM IST

ଇଷ୍ଟବର୍ଣ୍ଣ: ଟପ୍ ସିଡ୍ ଯୋଡ଼ି ସାନିଆ ମିର୍ଜା ଓ ମାର୍ଟିନା ହିଙ୍ଗିସଙ୍କୁ ଲାଗିଛି ଧକ୍କା। ଏଠାରେ ଚାଲିଥିବା ଡବ୍ଲୁଟିଏ ଏଗନ୍ ଅନ୍ତର୍ଜାତୀୟର ସେମି ଫାଇନାଲରେ ହାରି ଯାଇଛନ୍ତି ସେମାନେ। କାରୋଲାଇନ ଗାରସିଆ ଓ କାଟାରିନା ସ୍ରବୋଟନିକଙ୍କ ଠାରୁ ଏହି ଯୋଡ଼ି ହାରି ଯାଇଛନ୍ତି। ଚତୁର୍ଥ ସିଡର ଏହି ଫ୍ରାନ୍ସ-ସ୍ଲୋଭାକ୍ ଯୋଡ଼ିଙ୍କ ଠାରୁ ସାନିଆ-ହିଙ୍ଗିସ୍ ଯୋଡ଼ି ୫-୭, ୪-୬ ରେ ପରାସ୍ତ ହୋଇଛନ୍ତି। ଏହି ମ୍ୟାଚକୁ ଜିତିବା ପାଇଁ ସାନିଆ ଓ ହିଙ୍ଗିସ୍ ଅନେକ ସୁଯୋଗ ପାଇଥିଲେ। କିନ୍ତୁ ଏହି ଯୋଡ଼ି ସୁଯୋଗର ସଠିକ୍ ଉପଯୋଗ କରି ପାରିଲେ ନାହିଁ।

ଚେକ୍-ଡଚ୍ ଯୋଡ଼ି କାରୋଲିନା ପିଲିସ୍କୋଭା ଓ ମିଚେଲା କ୍ରାଜିସେକ ଯୋଡ଼ିକୁ ୬-୦, ୬-୨ରେ ହରାଇ ସାନିଆ ଓ ହିଙ୍ଗିସ୍ ଯୋଡ଼ି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ସେହିପରି କ୍ୱାର୍ଟର ଫାଇନାଲରେ ଏହି  ଟପ୍ ଯୋଡ଼ି ତାଇପେଇ-ଇଟାଲୀ ଯୋଡ଼ି ହାଓ-ଚିଙ୍ଗ୍ ଚାନ୍ ଓ ଫ୍ଲାଭିଆ ପେନ୍ନେଟାଙ୍କୁ ମଧ୍ୟ ହରାଇ ସେମାନେ ସେମି ଫାଇନାଲରେ ପ୍ରବେଶ କରିଥିଲେ।

Related story