ଭାରତ ହାରିଲା ଦ୍ୱିତୀୟ ଦିନିକିଆ

ନୂଆଦିଲ୍ଲୀ: ଦିଲ୍ଲୀର ଫିରୋଜ ଶାହ କୋଟଲା ଗ୍ରାଉଣ୍ଡରେ ଆଜି ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଭାରତ ହାରିଯାଇଛି। ଭ୍ରମଣକାରୀ ଦଳ ୬ ରନ୍‌ରେ ଏହି ମ୍ୟାଚ୍ ଜିତି ଯାଇଛି। ଭାରତ ବିପକ୍ଷ ତିନିଟି ଯାକ ଟେଷ୍ଟ୍ ମ୍ୟାଚ୍ ଓ ପ୍ରଥମ ଦିନିକିଆ ହାରିବା ପରେ ଏହା ହେଉଛି ନ୍ୟୁଜିଲାଣ୍ଡ ଦଳର ପ୍ରଥମ ବିଜୟ। ଏହା ସହିତ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ ଏବେ ବରାବର ସ୍ଥିତିରେ ପହଞ୍ଚି ଯାଇଛନ୍ତି। ନ୍ୟୁଜିଲାଣ୍ଡ […]

newzland

Rakesh Mallick
  • Published: Thursday, 20 October 2016
  • , Updated: 20 October 2016, 09:45 PM IST

ନୂଆଦିଲ୍ଲୀ: ଦିଲ୍ଲୀର ଫିରୋଜ ଶାହ କୋଟଲା ଗ୍ରାଉଣ୍ଡରେ ଆଜି ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଭାରତ ହାରିଯାଇଛି। ଭ୍ରମଣକାରୀ ଦଳ ୬ ରନ୍‌ରେ ଏହି ମ୍ୟାଚ୍ ଜିତି ଯାଇଛି। ଭାରତ ବିପକ୍ଷ ତିନିଟି ଯାକ ଟେଷ୍ଟ୍ ମ୍ୟାଚ୍ ଓ ପ୍ରଥମ ଦିନିକିଆ ହାରିବା ପରେ ଏହା ହେଉଛି ନ୍ୟୁଜିଲାଣ୍ଡ ଦଳର ପ୍ରଥମ ବିଜୟ। ଏହା ସହିତ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ ଏବେ ବରାବର ସ୍ଥିତିରେ ପହଞ୍ଚି ଯାଇଛନ୍ତି।

ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି  ୯ ୱିକେଟ୍ ହରାଇ ୨୪୨ ରନ୍ କରିଥିଲା। ଭାରତୀୟ ଦଳ ୪୯.୩ ଓଭରରେ ୨୩୬ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା।

ଭାରତ ଟସ୍ ଜିତି ନ୍ୟୁଜିଲାଣ୍ଡକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। କେନ୍ ୱିଲିଅମସନ୍‌ ୧୧୮ ରନ୍ ବଳରେ ଦଳ ୨୪୨ ରନ୍ କରିଥିଲେ।  ଟମ୍ ଲାଥମ ୪୬ ରନ୍ କରିଥିଲେ। ରସ୍ ଟେଲର ଓ ଆଣ୍ଡରସନ୍‌ ୨୧ ରନ୍ ଲେଖାଏଁ କରିଥିଲେ।

ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୧୦ ଓଭରରେ ୩୫ ରନ୍ ଦେଇ ୩ ୱିକେଟ୍ ନେଇଥିଲେ। ଅମିତ ମିଶ୍ର ୧୦ ଓଭରରେ ୬୦ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ। ଉମେଶ ଯାଦବ, ଅକ୍ସର ପଟେଲ ଓ କେଦାର ଯାଦବ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

୨୪୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ଭାରତୀୟ ଦଳ ପ୍ରାରମ୍ଭରୁ ଖରାପ ଖେଳିଥିଲା। ରୋହିତ ଶର୍ମା ମାତ୍ର ୧୫ ରନ୍ କରି ଆଉଟ୍ ହୋଇଥିବା ବେଳେ ଆଜିଙ୍କ୍ୟ ରାହାଣେ ୨୮ ରନ୍ କରି ଆଉଟ୍ ହୋଇଥିଲେ। ଗତ ମ୍ୟାଚ୍‌ରେ ୮୫ ରନ୍ କରିଥିବା ବିରାଟ କୋହଲି ଆଜି ମାତ୍ର ୯ ରନ୍ କରି ଆଉଟ୍ ହୋଇଥିଲେ। ମନୀଷ ପାଣ୍ଡେ ୧୯ ରନ୍ କରି ରନ୍ ଆଉଟ୍ ହୋଇଯାଇଥିଲେ।  କେଦାର ଯାଦବ ୪୧ ରନ୍ କରିଆଉଟ୍ ହୋଇଥିଲେ। ଅଧିନାୟକ ଧୋନୀ ୩୯ ରନ୍ କରି ରନ୍ ଆଉଟ୍ ହୋଇଥିବା ବେଳେ ଅକ୍ସର ପଟେଲ୍ ୧୭ ରନ୍ କରି ଆଉଟ୍ ହୋଇଥିଲେ। ଅମିତ ମିଶ୍ରା ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ। ହାର୍ଦ୍ଦିକ ପଟେଲ ୩୨ ବଲ୍‌ରେ ୩୬ ରନ୍ କରି ଆଉଟ୍ ହୋଇଯାଇଥିଲେ।  ବୁମରା ଶୂନରେ ଆଉଟ୍ ହୋଇଥିଲେ।  ଉମେଶ ଯାଦବ ୧୮ ରନ୍ କରି ଅପରାଜିତ ରହିଥିଲେ।

Related story